ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କେସିଙ୍ଗା ଏନଏସି ରେ ମୋ ଖତ କାର୍ଯ୍ୟକ୍ରମ

ଉତ୍କେଲା୨୧/୦୫,ନିପ୍ର, କେସିଙ୍ଗା ସହରର ପରିତ୍ୟକ୍ତ ଆବର୍ଜନାକୁ ଗୁଡ଼ ଦହି ଓ ଅନ୍ୟାନ୍ୟ ସାମଗ୍ରୀ ମିଶାଇ କେସିଙ୍ଗା ଏନ୍ ଏ ସି ଦ୍ଵାରା ପରିଚାଳିତ ଏମ୍ ସି ସି କେନ୍ଦ୍ରରେ ଏସ ଏଚ ଜି ମା ମାନଙ୍କୁ ନେଇ ଜୈବିକ ସାର ତିଆରି କରାଯାଉଛି । ଏହି ସାର ରାସାୟନିକ ସାର ଠାରୁ ବହୁତ୍ ଉନ୍ନତ ଧରଣର । ଏକ କେ .ଜି . କୁ ମାତ୍ର କୋଡ଼ିଏ ଟଙ୍କାରେ ଏନଏସି ଅଫିସ୍ ରେ ମିଳୁଛି । ଏହାକୁ ବ୍ୟବହାର କରନ୍ତୁ ।ଏହି ମୋ ଖତ କୁ ମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ଓ ଜିଲ୍ଲା ପରିଷଦ ସଭାପତି ପୁଷ୍ପେନ୍ଦ୍ର ସିଂହଦେଓଙ୍କ କର କମଳରେ ଉଦ୍ଘାଟନ କରାଗଲା । ଏହି ଅବସରରେ କେସିଙ୍ଗା ସହରର ପାନୀୟ ଜଳ , ରାସ୍ତା ଘାଟ ନିର୍ମାଣ , ଆଲୋକି କରଣ , ଭୂମୀ ମାନଙ୍କୁ ପଟ୍ଟା ପ୍ରଦାନ ଆଦି ବିଷୟରେ ଆଲୋଚନା କରି କେସିଙ୍ଗା ର ବିକାଶ ରେ ଅର୍ଥ ର ଅଭାବ ରହିବ ନାହିଁ ବୋଲିି ମନ୍ତ୍ରୀ ମହାଶୟ କହିଥିଲେ । ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ଦୁଷ୍ମନ୍ତ ନାୟକ , ଅନାମ ନାଏକ , ପୂର୍ବତନ ଭବାନୀପାଟଣା ମୁନସୀ ପାଲଟି ଚେୟାରମେନ ଲଳିତା ନାଏକ , ଆଦିତ୍ୟ ନନ୍ଦ ବର୍ତ୍ତମାନ ମୁନିସିପାଲଟି ଚେୟାରମେନ ସଂଯୁକ୍ତା ବେହେରା ଓ ତାଙ୍କ କାଉନସିଲର , କଳାହାଣ୍ଡିର ବରିଷ୍ଠ ବି ଜେ ଡି ନେତା ଭବାନୀ ମିଶ୍ର , ପ୍ରଦୀପ ମୁଣ୍ଡ , ଜିତୁ ମିଶ୍ର , ମଣ୍ଟୁ ନାଏକ , ବାବୁଲି ମଣ୍ଡଳ , ଭବାନୀ ନିଆଲ୍ , ସୁରେଶ ମହାନନ୍ଦ , ପ୍ରକାଶ ଦାସ , ଟାଉନ୍ ସଭାପତି ରମେଶ ପଟ୍ଟନାୟକ , ସିଲୁ ପରିଡ଼ା , ନର ନିଆଲ ମୋ କେସିଙ୍ଗା ର ଉପାଧ୍ୟକ୍ଷା , କାଉନସିଲର , ନିର୍ବାହୀ ଅଧିକାରୀ , ସମସ୍ତ କର୍ମଚାରୀ , କେସିଙ୍ଗା ର ବହୁ ବୁଦ୍ଧି ଜିବୀ ଓ ସାମ୍ବାଦିକ ବନ୍ଧୁ ମନେ ଏଥିରେ ସାମିଲ୍ ହୋଇଥିଲେ ।

ଉତ୍କେଲା ରୁ ଅର୍ଜୁନ ପୋଡ଼ ଙ୍କ ରିପୋର୍ଟ ।

Related posts

ନୂଆପଡା ଜିଲ୍ଲା ଡମ୍ୱ ଗଣ୍ତା ସମାଜର ପରିବର୍ତ୍ତନ ସଭା

ଗୀତାଞ୍ଜଳି ପୃଷ୍ଟି ଙ୍କ କବିତା ଋତୁ ଚକ୍ରର ଦ୍ୱିତୀୟ ସ୍ତବକ

Sunil Chandra Nayak

ଅବିଭକ୍ତ କୋରାପୁଟ ଜିଲ୍ଲା ମୂଳନିବାସୀ ବିକାଶ ପରିଷଦ ତରଫରୁ ନବରଙ୍ଗପୁର ଅମଲା ଭବନ ରେ ଶହୀଦ ଲକ୍ଷ୍ମଣନାୟକ ଙ୍କ ୨୨୩ ତମ ଜୟନ୍ତୀ ପାଳିତ

Sunil Chandra Nayak

Leave a Comment

error: Content is protected !!