ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆରଡି ରାସ୍ତା ଠାରୁ ଭୂଣଗୁଡାକୁ ସଂଯୋଗ କରୁଥିବା ରାସ୍ତା ଶୋଚନୀୟ,ଯାତାୟାତରେ ନାହିଁ ନଥିବା ଅସୁବିଧା

ଆରଡି ରାସ୍ତା ଠାରୁ ଭୂଣଗୁଡାକୁ ସଂଯୋଗ କରୁଥିବା ରାସ୍ତା ଶୋଚନୀୟ,ଯାତାୟାତରେ ନାହିଁ ନଥିବା ଅସୁବିଧା

ଥୁଆମୂଳ ରାମପୁର:୦୪/୧୧ – (ମନିସ) :- ଗ୍ରାମାଞ୍ଚଳର ବିକାଶ ପାଇଁ ସରକାର ବିଭିନ୍ନ ଯୋଜନା କରୁଥିବା ବେଳେ ଏଠାରେ ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଓଲଟା କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ ପାଡେପଦର ଗ୍ରାମପଞ୍ଚାୟତ ଅନ୍ତର୍ଗତ ଭୂତଗୁଡା ଗ୍ରାମକୁ ଯାତାୟାତରେ ଅସୁବିଧା। ଆରଡି ରାସ୍ତା ଠାରୁ ଭୂଣଗୁଡାକୁ ସଂଯୋଗ କରୁଥିବା ଏହି ରାସ୍ତା ଦୀର୍ଘ ଦିନ ହେବ ଅତିଶୋଚନୀୟ ହୋଇପଡିଛି। ଏହି କାରଣରୁ ଗ୍ରାମବାସୀଙ୍କ ଯାତାୟାତରେ ଗୁରୁତର ବାଧାପ୍ରାପ୍ତ ହେଉଥିବା ଦେଖିବାକୁ ମିଳୁଛି। ସୂଚନା ଅନୁଯାୟୀ, ଏହି ରାସ୍ତାଟି ମରାମତି କରିବା ନାଁରେ ନିମ୍ନମାନର ମାଟି ପକାଯାଇଥିବାରୁ ବର୍ଷା ଦିନର ରାସ୍ତା ଅତିଶୋଚନୀୟ ହୋଇପଡୁଛି। ସାରା ରାସ୍ତାରେ ଖାଲଖମା ସୃଷ୍ଟି ହୋଇଛି। ବର୍ଷା ଦିନେ ଏହି ଖାଲଗୁଡିକରେ ପାଣି ଜମି ରହି ପୁଷ୍କରିଣୀର ଭ୍ରମ ସୃଷ୍ଟି କରୁଥିବା ବେଳେ ସାଧାରଣ ଦିନରେ ପ୍ରବଳ ଧୂଳି ଯୋଗୁଁ ସ୍ଥାନୀୟ ଲୋକେ ଅଣନିଶ୍ବାସୀ ହୋଇପଡୁଛନ୍ତି। ଏହି ରାସ୍ତାଦେଇ ପ୍ରତିଦିନ ସ୍କୁଲ, କଲେଜ ଯାଉଥିବା ଛାତ୍ରଛାତ୍ରୀ, ଚାଷୀ ଓ ସାଧାରଣ ଜନତା ନାହିଁନଥିବା ହଇରାଣ ହେଉଛନ୍ତି। ଏପରିକି ଅତି ଜରୁରୀ ସମୟରେ ଗ୍ରାମକୁ ଆମ୍ବୁଲାନ୍ସ ବା ଅଗ୍ନିଶମ ଗାଡି ଟିଏ ଆସିବା ମଧ୍ୟ ସମ୍ଭବ ହେଉନାହିଁ। ଗ୍ରାମବାସୀ ମାନେ ନିଜ ଜୀବନକୁ ବାଜିଲଗାଇ ଏହି ବିପଦଶଙ୍କୁଳ ରାସ୍ତାରେ ଯାତାୟତ କରୁଛନ୍ତି। ବେଳେ ବେଳେ ଦୁର୍ଘଟଣା ସମ୍ମୁଖୀନ ହେଉଥିବା ନଜିର ରହିଛି। ଏହି ସମସ୍ୟାର ସମାଧାନ ପାଇଁ ଗ୍ରାମବାସୀମାନେ ସ୍ଥାନୀୟ ସରପଞ୍ଚ,ବିଡିଓ ଏବଂ ଗ୍ରାମ୍ଯ ଉନ୍ନୟନ ବିଭାଗର ଉଚ୍ଚ ପଦାଧିକାରୀଙ୍କୁ ବାରମ୍ବାର ଗୁହାରି କରିଛନ୍ତି। ବିଭିନ୍ନ ସମୟରେ ଲିଖିତ ଅଭିଯୋଗ କରାଯାଇଥଲେ ମଧ୍ୟ କେବଳ ପ୍ରତିଶ୍ରୁତି ବ୍ଯତୀତ ପ୍ରଶାସନ ତରଫରୁ କୌଣସି ପ୍ରତ୍ଯକ୍ଷ ପଦକ୍ଷେପ ନିଆଯାଇ ନାହିଁ। ପ୍ରଶାସନର ଏଭଳି ଉଦାସୀନତା ମନୋଭାବକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି। ଗ୍ରାମବାସୀଙ୍କ କହିବାନୁଯାୟୀ ଆମେ ଟିକସ ଦେଉଛୁ, ହେଲେ ସେହି ଅନୁପାତରେ ଆମକୁ ସର୍ବନିମ୍ନ ସୁବିଧା ଟିକକ ମଧ୍ୟ ମିଳୁନାହିଁ ବୋଲି ସ୍ଥାନୀୟ ବାସିନ୍ଦା କ୍ଷୋଭ ସହ କହିଛନ୍ତି। ଗ୍ରାମବାସୀ ଜିଲ୍ଲା ପ୍ରଶାସନ ପାଖରେ ଯଥାଶୀଘ୍ର ପ୍ରଧାନମନ୍ତ୍ରୀ ଗ୍ରାମ୍ଯ ସଡକ ଯୋଜନାରେ ସାମିଲ କରାଯାଉ ବୋଲି ଦାବି କରିଛନ୍ତି।

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ପୁନର୍ବାର ଆରବୀ ଓ ଫରାସୀ ଭାଷାରେ ଅନୁବାଦ ହେଲା ଡ଼. ନିଆଲଙ୍କ କବିତା

Sunil Chandra Nayak

ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଭୈରବ ସ୍ନାତକ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗର ଯୁକ୍ତ ତିନି ପ୍ରଥମ ବର୍ଷର ଛାତ୍ର ଛାତ୍ରୀ ଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ

Sunil Chandra Nayak

କୂଅରୁ ଯୁବକଙ୍କ ଶବ ଉଦ୍ଧାର, ପୋଲିସର ତଦନ୍ତ ଜାରି

masiha

Leave a Comment

error: Content is protected !!