ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଭିଜିଲାନ୍ସ କୋର୍ଟଙ୍କ ବଡ଼ ରାୟ: ଲାଞ୍ଚ ମାମଲାରେ ପୂର୍ବତନ ଜିଆର୍‌ଏସ୍ ଦୋଷୀ ସାବ୍ୟସ୍ତ, ୩ ବର୍ଷ ଜେଲ୍‌ଦଣ୍ଡ

ଭିଜିଲାନ୍ସ କୋର୍ଟଙ୍କ ବଡ଼ ରାୟ: ଲାଞ୍ଚ ମାମଲାରେ ପୂର୍ବତନ ଜିଆର୍‌ଏସ୍ ଦୋଷୀ ସାବ୍ୟସ୍ତ, ୩ ବର୍ଷ ଜେଲ୍‌ଦଣ୍ଡ

ଭବାନୀପାଟଣା:କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ବାଲ୍‌ସି ଗ୍ରାମ ପଞ୍ଚାୟତର ପୂର୍ବତନ ଗ୍ରାମ ରୋଜଗାର ସେବକ (ଜିଆର୍‌ଏସ୍) ଶାନ୍ତନୁ ନାଗଙ୍କୁ ଏକ ବର୍ଷରୁ ଅଧିକ ପୁରୁଣା ଲାଞ୍ଚ ମାମଲାରେ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି। ଆଜି ଅର୍ଥାତ୍ ଭବାନୀପାଟଣାସ୍ଥିତ ମାନ୍ୟବର ସ୍ୱତନ୍ତ୍ର ଭିଜିଲାନ୍ସ ବିଚାରପତି ଏହି ରାୟ ଶୁଣାଇଛନ୍ତି। ଦୋଷୀ ସାବ୍ୟସ୍ତ ହୋଇଥିବା ସାନ୍ତନୁ ନାଗଙ୍କୁ ୩ ବର୍ଷର ସାଧାରଣ କାରାବାସ ଏବଂ ଅର୍ଥଦଣ୍ଡରେ ଦଣ୍ଡିତ କରାଯାଇଛି।

ଓଡ଼ିଶା ଭିଜିଲାନ୍ସ ସୂତ୍ରରୁ ପ୍ରକାଶ ଯେ, ଏମଜିଏନରେଗା (MGNREGS) ଯୋଜନା ଅଧୀନରେ ଜଣେ ହିତାଧିକାରୀଙ୍କ “ଜମି ଉନ୍ନୟନ” କାମର ମଷ୍ଟର ରୋଲ୍ ପ୍ରସ୍ତୁତ କରିବା ଏବଂ କାମରେ ନିୟୋଜିତ ଶ୍ରମିକମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ମଜୁରୀ ଅର୍ଥ ଅନଲାଇନ୍ ମାଧ୍ୟମରେ ସ୍ଥାନାନ୍ତର କରିବା ପାଇଁ ଶାନ୍ତନୁ ନାଗ ଲାଞ୍ଚ ଦାବି କରିବା ସହ ତାହା ଗ୍ରହଣ କରିଥିଲେ। ଏହି ଅଭିଯୋଗକୁ ଭିତ୍ତିକରି ଭିଜିଲାନ୍ସ ପକ୍ଷରୁ ତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇ ସଂଶୋଧିତ ଦୁର୍ନୀତି ନିବାରଣ ଆଇନ (PC Amendment Act, 2018) ର ଧାରା ୭ ଅନୁଯାୟୀ ଚାର୍ଜସିଟ୍ ଦାଖଲ କରାଯାଇଥିଲା।

ବିଚାର ପ୍ରକ୍ରିୟା ଶେଷ ହେବା ପରେ ମାନ୍ୟବର କୋର୍ଟ ଉପରୋକ୍ତ ଦଣ୍ଡବିଧାନ କରିଛନ୍ତି। ଦୁର୍ନୀତି ବିରୋଧୀ ଏଭଳି କାର୍ଯ୍ୟନୁଷ୍ଠାନ ସରକାରୀ କର୍ମଚାରୀଙ୍କ ମହଲରେ ଏକ ସଚେତନତା ସୃଷ୍ଟି କରିବ ବୋଲି ଆଶା କରାଯାଉଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ବହଳଦା ଅବକାରୀ ବିଭାଗ ଯନ୍ତାରେ ଦୁଇ ଧଳା ଜହର ମାଫିଆ,୧୩ ଗ୍ରାମର ବ୍ରାଉନ ସୁଗାର ଆନୁମାନିକ ମୂଲ୍ୟ ଦୁଇ ଲକ୍ଷ ତିରିଶ ହଜାର ଟଙ୍କା ଏବଂ କଳା ସ୍ପ୍ଲେଣ୍ଡର ଜବତ

Sunil Chandra Nayak

ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁ: ହତ୍ୟା ନା ଦୁର୍ଘଟଣା ? ପରିବାର ଲୋକ ଆଣିଲେ ହତ୍ୟା ଅଭିଯୋଗ 

masiha

ଆୟ ବହିର୍ଭୂତ ଠୁଳ ମାମଲାରେ ଧର୍ମଗଡ଼ R&B ସବ୍‌-ଡିଭିଜନର ନିର୍ବାହୀ ଯନ୍ତ୍ରୀ ଭୁବନେଶ୍ୱର ଶବର ଆଜି ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଗିରଫ

Leave a Comment

error: Content is protected !!