ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

‘ଅନ୍ତ୍ୟୋଦୟ ନଗର’ ପ୍ରକଳ୍ପର ର ସମୀକ୍ଷା କଲେ ଜିଲ୍ଲାପାଳ

‘ଅନ୍ତ୍ୟୋଦୟ ନଗର’ ପ୍ରକଳ୍ପର ର ସମୀକ୍ଷା କଲେ ଜିଲ୍ଲାପାଳ

ଗୋଲାମୁଣ୍ଡା,୪।୧୧ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଲେତେର ଗ୍ରାମ ପଞ୍ଚାୟତର ତୁର୍ଲାପଡା(ବାଗମୁଣ୍ଡା ) ଗ୍ରାମରେ ବିଶେଷ କରି ରାଜ୍ୟ ରେ ଚର୍ଚିତ ଅଞ୍ଚଳର ବହୁ ପ୍ରତିକ୍ଷିତ ‘ଅନ୍ତ୍ୟୋଦୟ ନଗର’ ପ୍ରକଳ୍ପର କାର୍ଯ୍ୟ କିପରି ଚାଲିଛି, ତାହା ନିଜେ ଜିଲ୍ଲାପାଳ ସଚିନ ପାୱାର ତୃଣମୂଳ ସ୍ତରରେ ପହଞ୍ଚି ଅନୁଧ୍ୟାନ କରିଛନ୍ତି। ଏହି ଉଚ୍ଚସ୍ତରୀୟ ଗସ୍ତ ସମୟରେ ତାଙ୍କ ସହିତ ଗୋଲାମୁଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ତ୍ରିପୁର ମହାନନ୍ଦ, ସ୍ଥାନୀୟ ତହସିଲଦାର ଚନ୍ଦନ କୁମାର ନାୟକ, ଗ୍ରାମୀଣ ଗୃହ ଯୋଜନାର ଜିଲ୍ଲା ଏପିଡି ଅମୁଲ୍ୟ ବାଉଳ, ଏଇଇ ମନୋରଞ୍ଜନ ମହାପାତ୍ର, ଏହି ନଗର ର ନୋଡାଳ ଅଧିକାରୀ ଚିତ୍ତରଞ୍ଜନ ଜେନା, ଏପିଓ କ୍ଷେତ୍ରମୋହନ ମାଝୀ, ପିଇଓ ଅଲେଖ ସା,ବିପିସି ମଧୁସୁଦନ ସାହୁ, ଦିନେଶ ପାନକା,ଚିନ୍ମୟ କୁମାର ଜନ ପ୍ରତିନିଧି ଏବଂ ବ୍ଲକ ପ୍ରଶାସନର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

ଗସ୍ତ ଅବସରରେ ଜିଲ୍ଲାପାଳ ସେଠାରେ ନିର୍ମାଣଧୀନ ‘ଅନ୍ତ୍ୟୋଦୟ ଗୃହ’ର ହିତାଧିକାରୀମାନଙ୍କୁ ଭେଟି ସେମାନଙ୍କ ସୁବିଧା-ଅସୁବିଧା ବିଷୟରେ ସିଧାସଳଖ ପଚାରି ବୁଝିଥିଲେ। ଏଥିସହିତ ଚାଲିଥିବା ଆବାସ ନିର୍ମାଣ କାର୍ଯ୍ୟର ଅଗ୍ରଗତିର ସମୀକ୍ଷା କରିବା ସହ ହିତାଧିକାରୀଙ୍କ ସ୍ଥାୟୀ ଜୀବିକା ନିର୍ବାହ ଏବଂ ଆୟ ବୃଦ୍ଧି ପାଇଁ କରାଯାଉଥିବା ବିଭିନ୍ନ ସରକାରୀ ଯୋଜନାର ତଦାରଖ କରିଥିଲେ। ଘର ତିଆରି ସହିତ ସେମାନେ କିପରି ସ୍ଵାବଲମ୍ବୀ ହୋଇପାରିବେ, ସେ ନେଇ ବିଭାଗୀୟ ଅଧିକାରୀମାନଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଦିଆଯାଇଛି।

ସୂଚନାଯୋଗ୍ୟ ଯେ, ବାଗମୁଣ୍ଡାଠାରେ ‘ଅନ୍ତ୍ୟୋଦୟ ନଗର’ ପ୍ରତିଷ୍ଠା ପାଇଁ ସରକାରଙ୍କ ତରଫରୁ ଏକ ଏକର ଜମି ଯୋଗାଇ ଦିଆଯାଇଛି। ଏହି ଜମିରେ ଅନ୍ତ୍ୟୋଦୟ ଗୃହ ଯୋଜନାର ୧୩ ଜଣ ନିରାଶ୍ରୟା ବିଧବା ହିତାଧିକାରୀଙ୍କୁ ଥଇଥାନ କରାଯାଉଛି। ଏହି ଜମିର ସଠିକ୍, ସୁଚିନ୍ତିତ ଓ ବ୍ୟବସ୍ଥିତ ବିକାଶ ଉପରେ ଜିଲ୍ଲାପାଳ ବିଶେଷ ଗୁରୁତ୍ୱ ଦେଇଛନ୍ତି। କେବଳ ବାସଗୃହ ନୁହେଁ, ବରଂ ଏହି ୧୩ ଜଣ ମହିଳା ହିତାଧିକାରୀଙ୍କ ପାଇଁ ସମ୍ମାନଜନକ ଜୀବନଧାରଣ, ସ୍ଥାୟୀ ଜୀବିକାର ସୁଯୋଗ ଏବଂ ସାମାଜିକ ତଥା ଅର୍ଥନୈତିକ ସୁରକ୍ଷା ସୁନିଶ୍ଚିତ କରିବା ହିଁ ପ୍ରଶାସନର ମୂଳ ଲକ୍ଷ୍ୟ ବୋଲି ପ୍ରକାଶ ପାଇଛି। ଏହି ମଡେଲ୍ ଅଞ୍ଚଳରେ ଆଗାମୀ ଦିନରେ ଅନ୍ୟ ସରକାରୀ ଯୋଜନାର ସଫଳ ରୂପାୟନ ପାଇଁ ମଧ୍ୟ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ କଳାହାଣ୍ଡି ଜିଲ୍ଲାପାଳ ସଚିନ ପାୱାର ଏବଂ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ସୋମ୍ୟ ରଞ୍ଜନ ପ୍ରଧାନ ଙ୍କ ଆଗ୍ରହ କ୍ରମେ ଏହି ମୁରବି ବିହୀନ ପରିବାର ଙ୍କ ପାଇଁ ଏହି ନଗର ନିର୍ମାଣ ହେବାକୁ ଯାଉଛି ବୋଲି ପ୍ରଥମ ରୁ ଅନ୍ତ୍ୟୋଦୟ ନଗର ନିର୍ମାଣ ପାଇଁ ପ୍ରସ୍ତାବ ଦେଇଥିବା ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ମତାମତ ଦେଇଛନ୍ତି।

Related posts

ନଗଡ଼ ଗ୍ରାମ ରେ ଶ୍ରୀରାମ ନବମୀ ଉପଲକ୍ଷେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

ଗୋରୁମହିଷାଣ ଅଂଚଳର ଯୁବ ସମାଜସେଵୀ ସ୍ଵର୍ଗତ ଜିତୁ ପଟନାୟକଙ୍କ ୧୩ ତମ ପୂଣ୍ଯତିଥି ଜିତୁ ପଟନାୟକ ମେମୋରିଆଲ ଟ୍ରଷ୍ଟ ତରଫରୁ ପାଳିତ

Sunil Chandra Nayak

ଭିନ୍ନକ୍ଷମ ଓ ବରିଷ୍ଠ ନାଗରିକଙ୍କ ପାଇଁ ସ୍ବତନ୍ତ୍ର ଚିକିତ୍ସା ସେବା ଆସନ୍ତା ୮ ରେ…..

Leave a Comment

error: Content is protected !!