ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ପାୱାରଲିଫ୍ଟିଂରେ ନବରଙ୍ଗପୁରର ୪ ପୁଅଙ୍କ ବାଜିମାତ, ହରିୟାଣାରେ ୪ ସ୍ୱର୍ଣ୍ଣ ପଦକ ହାସଲ

ପାୱାରଲିଫ୍ଟିଂରେ ନବରଙ୍ଗପୁରର ୪ ପୁଅଙ୍କ ବାଜିମାତ, ହରିୟାଣାରେ ୪ ସ୍ୱର୍ଣ୍ଣ ପଦକ ହାସଲ

ନବରଙ୍ଗପୁର:(ରବି ନାରାୟଣ ମହାନ୍ତି)ହରିୟାଣାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ପାୱାରଲିଫ୍ଟିଂ ପ୍ରତିଯୋଗିତାରେ ନବରଙ୍ଗପୁର ଜିଲ୍ଲାର ୪ ଜଣ ଯୁବକ ସ୍ୱର୍ଣ୍ଣ ପଦକ ଜିତି ଜିଲ୍ଲା ତଥା ରାଜ୍ୟ ପାଇଁ ଗୌରବ ଆଣିଛନ୍ତି।ସୂଚନା ଅନୁସାରେ, ହରିୟାଣାରେ ଆୟୋଜିତ ଏହି ପ୍ରତିଯୋଗିତାରେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିଯୋଗୀ ଭାଗ ନେଇଥିଲେ। ଏଥିରେ ନବରଙ୍ଗପୁରର ରୁଦ୍ର ନାରାୟଣ ସୁନା (୫୯ କେଜି ଜୁନିୟର ବର୍ଗ)ସ୍କ୍ୱାଟ୍, ବେଞ୍ଚ ପ୍ରେସ ଓ ଡେଡଲିଫ୍ଟରେ ସ୍ୱର୍ଣ୍ଣ ପଦକ,ଅରୁଣ ମହାରଣା (୬୫ କେଜି ଜୁନିୟର ବର୍ଗ) ସ୍କ୍ୱାଟ୍, ବେଞ୍ଚ ପ୍ରେସ ଓ ଡେଡଲିଫ୍ଟରେ ସ୍ୱର୍ଣ୍ଣ ପଦକ,ପ୍ରଣୟ ଟାକ୍ରୀ (୭୨ କେଜି ମାଷ୍ଟର ବର୍ଗ) ବେଞ୍ଚ ପ୍ରେସରେ ସ୍ୱର୍ଣ୍ଣ ପଦକ ଓ ବିଶି କେଶନ ଛତ୍ରିଆ (୫୬ କେଜି ସିନିୟର ବର୍ଗ) ବେଞ୍ଚ ପ୍ରେସରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି।ସେମାନଙ୍କ ଏହି ସଫଳତା ପରେ ନବରଙ୍ଗପୁର ଜିଲ୍ଲାପାଳ ମଧୁମିତା, ତେନ୍ତୁଳିଖୁଣ୍ଟି ଗୋଷ୍ଠୀ ଉନ୍ନୟନ ଅଧିକାରୀ ମନଜ କୁମାର ପ୍ରାଣୀଗ୍ରାହୀ, ଆପ୍ ର ଜିଲ୍ଲା ସଭାପତି ଲଷ୍ମୀଚନ୍ଦ୍ର ଟାକ୍ରୀ, ଜିଲ୍ଲା କଂଗ୍ରେସ ର ପୂର୍ବତନ ଜିଲ୍ଲା ସଭାପତି ମନରଞ୍ଜନ ତ୍ରିପାଠୀ,ଜିଲ୍ଲା ନନ୍ଦାହାଣ୍ଡି ଜିଲ୍ଲା ପରିଷଦ ସଭ୍ୟ ଦିବ୍ୟଦାନ ସୁନା, ନବରଙ୍ଗପୁର ପୌର ପରିଷଦ ର କାଉନସିଲର ନଗେନ୍ଦ୍ର ପଟ୍ଟନାୟକ, ଜିଲ୍ଲା ମିଲ୍ ମାଲିକ ସଂଘ, ସମେତ ନବରଙ୍ଗପୁର ଜିଲ୍ଲାର ବିଭିନ୍ନ କ୍ରୀଡାପ୍ରେମୀ ଓ ସ୍ଥାନୀୟ ବାସିନ୍ଦା ସେମାନଙ୍କୁ ଆଜି ଜିଲ୍ଲା ରେ ପହଂଚିବା ପରେ ଶୁଭେଚ୍ଛା ଜଣାଇଛନ୍ତି।ସ୍ୱାଗତ ସମ୍ବର୍ଦ୍ଧନାରେ କମ୍ପି ଉଠିଥିଲା ଇନ୍ଦ୍ରାବତୀ ସଦର ମହକୁମା l ଖୁସି ପ୍ରକଟ କରିଥିଲେ ଜନସାଧାରଣ l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଆଦିବାସୀ ଭଲି ବଲ ଟୁର୍ନାମେନ୍ଟ ଉଦଯାପିତ,ରଙ୍ଗ ମାଟିଆ ଚମ୍ପିୟାନ 

masiha

ଜାରିତାଣ୍ଡିରେ ସୁଦାମ ମାରାଣ୍ଡି ଆନ୍ତଃ ରାଜ୍ୟ କ୍ରିକେଟ କପ୍ ଟୁର୍ଣ୍ଣାମେଣ୍ଟରେ ମହେଶ ହେମ୍ବ୍ରମ ଷ୍ଟ୍ରାଇକର ଚମ୍ପିୟାନ

Sunil Chandra Nayak

ଜାତୀୟ ଖେଳ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!