ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧- ହାତୀ, ବାର୍ହାପଲ୍ଲଙ୍କ ଉପଦ୍ରବରୁ ଧାନ ପସଲକୁ ସୁରକ୍ଷା ନିମନ୍ତେ ଦାଣ୍ଡିମାଳ ଚାଷୀମାନଙ୍କର ଜିଲ୍ଲାପାଳଙ୍କୁ ଅଭିଯୋଗ , ୨-କାର୍ତିକ ମାସରେ ମହିଳାମାନଙ୍କର କାର୍ତିକ ବ୍ରତ ପାଳନ , ୩- ରମଣୀ ରଞ୍ଜନ ଦାସଙ୍କ ଦ୍ବାଦଶାହ ଶ୍ରଦ୍ଧାଞ୍ଜଳି ସଭା

ହାତୀ, ବାର୍ହାପଲ୍ଲଙ୍କ ଉପଦ୍ରବରୁ ଧାନ ପସଲକୁ ସୁରକ୍ଷା ନିମନ୍ତେ ଦାଣ୍ଡିମାଳ ଚାଷୀମାନଙ୍କର ଜିଲ୍ଲାପାଳଙ୍କୁ ଅଭିଯୋଗ

ଢେଙ୍କାନାଳ, ୫/୧୧: ଓଡାପଡା ବ୍ଲକ୍ ଅନ୍ତର୍ଗତ ଦାଣ୍ଡିମାଳ ଅଂଚଳରେ ଧାନବିଲ ନଷ୍ଟ କରୁଥିବା ହାତୀ, ବାହାମାନଙ୍କର ଉପଦ୍ରବରୁ ରକ୍ଷା ପାଇବା ପାଇଁ ଅଂଚଳ ଚାଷୀମାନେ ଜିଲ୍ଲାପାଳ ଆଶିଷ୍ ଈଶ୍ବର ପାଟିଲଙ୍କୁ ଏକ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି । ଏହି ଅଂଚଳର ଗଦାଶିଳା, ସିମିନଈ, ଗୁଣ୍ଡିଚାପଡା, ଇନ୍ଦିପୁର, କାଣ୍ଡବିନ୍ଧା, ବଳରାମପୁର ଓ କାଶିଆଡିହି ପଂଚାୟତରେ ଥୁବା ଧାନ ଫସଲକୁ ହାତୀ ଓ ବାହା ମାନେ ଖାଇ ନଷ୍ଟ କରୁଛନ୍ତି । ପ୍ରାୟ ୭ଗୋଟି ପଂଚାୟତର ୫୦୦୦ ରୁ ୬୦୦୦ ଏକର ଚାଷ ଜମି ଉପରେ ପରିବାର ପ୍ରତିପୋଷଣ ପାଇଁ ନିର୍ଭ କରିଥାନ୍ତି । ପ୍ରତ୍ୟେକ ଦିନ ୪୦ ରୁ ୫୦ ଘର ହାତୀ ଏବଂ ଶହଶହ ସଂଖ୍ୟାରେ ବାର୍‌ହାପଲ୍ଲ ଆସି ହେକ୍ଟ ହେକ୍ଟର ଧାନଚାଷକୁ ନଷ୍ଟ କରିଯାଉଛନ୍ତି । ବନବିଭାଗ କେବଳ ନିରବଦ୍ରଷ୍ଟା ସାଜିଛନ୍ତି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି । ଚାଷୀମାନେ ରାତ୍ର ଜଗୁଆଳି ପରି ଏହାକୁ ସୁରକ୍ଷା ଦେବାକୁ ଚେଷ୍ଟା କରୁଥିଲେ ମଧ୍ୟ ତାହା ସମ୍ଭବ ହୋଇପାରୁ ନାହିଁ । ଫସଲ ସୁରକ୍ଷା ପାଇଁ ସୋଲାର୍ ବାଡ ଦିଆଯାଇଥିଲେ ମଧ୍ୟ ଏହାକୁ ଭାଙ୍ଗି ଦେଇ ଫସଲ ନଷ୍ଟ କରୁଛନ୍ତି । ତେଣୁ ଏହାର ସଠିକ୍ ତଦନ୍ତ ପୂର୍ବକ ଜଙ୍ଗଲି ହାତୀ ଓ ବାହା ଦାଉରୁ ଚାଷୀଙ୍କୁ ସୁରକ୍ଷା ପ୍ରଦାନ ଓ ନଷ୍ଟ ହୋଇଥିବା ଫସଲର ଉପଯୁକ୍ତ କ୍ଷତି ପୂରଣ ପାଇଁ ସହାୟତା ପ୍ରଦାନ ଦାବୀରେ ୭ଗୋଟି ଫଚାୟତର ଚାଷୀମାନେ ଓ ଚାଷୀନେତା ପ୍ରହଲ୍ଲାଦ ସାହୁଙ୍କ ଉପସ୍ଥିତିରେ ଜିଲ୍ଲାପାଳଙ୍କୁ ଏକ ଅଭିଯୋଗ ପ୍ରଦାନ କରିଛନ୍ତି । ଏହି ଅଭିଯୋଗ ପତ୍ର ପ୍ରଦାନ ସମୟରେ ଚାଷୀ ସୁରେନ୍ଦ୍ର ନାଥ ଜେନା, ବାସୁଦେବ ପ୍ରଧାନ, ଚନ୍ଦ୍ରଶେଖର ସାହୁ, ରାଜା କିଶୋର ରାଉଲ, କୁଳମଣି ସାହୁ, ଅମ୍ବୁଜ କୁମାର ସାହୁ, ଜଗନ୍ନାଥ ସାହୁ, ବଳରାମ ସାହୁ, ପତିତ ରାଉଳଙ୍କ ସମେତ ଶତାଧିକ ଚାଷୀ ଉପସ୍ଥିତ ଥିଲେ ।

କାର୍ତିକ ମାସରେ ମହିଳାମାନଙ୍କର କାର୍ତିକ ବ୍ରତ ପାଳନ

ଢେଙ୍କାନାଳ, ୫/୧୧: ଢେଙ୍କାନାଳ ସହର କୁଞ୍ଜକାନ୍ତ ପୋଖରୀ ନିକଟରେ ଥିବା ଶ୍ରୀରାମ ମନ୍ଦିର ପ୍ରାଙ୍ଗଣରେ ପ୍ରାୟ ୩୦ | ୪୦ ମହିଳାମାନେ କାର୍ତିକ ମାସରେ କାର୍ତିକ ବ୍ରତ ପାଳନ କରୁଛନ୍ତି । ସକାଳବେଳା ରାଇଦାମୋଦର ପୂଜା ଓ ସଂଧ୍ୟା ସମୟରେ ବୃନ୍ଦାବତୀ ଚଉରା ମୂଳରେ ଆକାଶଦୀପ ଉଠାଯାଉଛି । ବୃନ୍ଦାବତୀ ଦେବୀ ଦଶଦିଗ ପାଳ ଓ ପିତୃଦେବତାଙ୍କ ଉଦ୍ଦେଶ୍ୟରେ ଏହି ଆକାଶଦୀପ ଉଠାଯାଏ । ସମଗ୍ର ଦେଶବାସୀଙ୍କ ଶରୀର ଆରୋଗ୍ୟ, ସୁଖ ସମୃଦ୍ଧି ବୃଦ୍ଧି ଓ ବିପଦ ଆପଦରୁ ରକ୍ଷା ପାଇଁ ମା’ ବୃନ୍ଦାବତୀଙ୍କ ନିକଟରେ ପ୍ରାର୍ଥନା କରିଥାନ୍ତି । ଏହି ପୂଜାରେ ସ୍ନିଗ୍ଧାରାଣୀ ନନ୍ଦ, ଜ୍ୟୋତିର୍ମୟୀ ପଣ୍ଡା, ବିନୋଦିନୀ ପାଣି, ମମତା ମହାପାତ୍ର, ଭବାନୀ କୁମାରୀ ହୋତା, ସସ୍ମିତା ଦାଶ, ରଞ୍ଜିତା ପାତ୍ର, ସୁଲୋଚନା ବେହେରା, ଝରଣା ପାଣିଗ୍ରାହୀ, ପାର୍ବତୀ ସାହୁ, ଝରଣା ମଣ୍ଡଳ, ଜ୍ୟୋତ୍ସ୍ନାରାଣୀ ଷଡଙ୍ଗୀ, ସୌଭାଗିନୀ ରାଉତ, ପାର୍ବତୀ ସାହୁ, ଓ ରୀନାରାଣୀ ସେଠୀ ପ୍ରମୁଖ ଏହି ପୂଜାରେ ଉପସ୍ଥିତ ରହି ସମସ୍ତ ପୂଜାକାର୍ଯ୍ୟକୁ ସମ୍ପାଦନ କରୁଛନ୍ତି ।

ରମଣୀ ରଞ୍ଜନ ଦାସଙ୍କ ଦ୍ବାଦଶାହ ଶ୍ରଦ୍ଧାଞ୍ଜଳି ସଭା

ଢେଙ୍କାନାଳ, ୫/୧୧: ଢେଙ୍କାନାଳ ସହର ମୀନାବଜାରସ୍ଥିତ କ୍ଲବ୍ ଘର ଠାରେ ପ୍ରଦୀପ ଭଞ୍ଜ ସ୍ମୃତି ସଂସଦ ଓ ଫାଇଭ୍ ଷ୍ଟାର କ୍ରିକେଟ୍ କ୍ଲବ୍‌ର ସମସ୍ତ ସଦସ୍ୟମାନେ ଉପସ୍ଥିତ ରହି ରମଣୀ ରଞ୍ଜନ ଦାସଙ୍କ ଦ୍ବାଦଶ ଶ୍ରଦ୍ଧାଞ୍ଜଳି ସଭା ପାଳନ କରିଛନ୍ତି । ତାଙ୍କ ଆତ୍ମାର ସଦ୍‌ଗତି ନିମନ୍ତେ ପ୍ରଥମେ ଫଟୋଚିତ୍ରରେ ମାଲ୍ୟାର୍ପଣ ଓ ଧୂପ ଦାନ କରି ୨ ମିନିଟ୍ ନୀରବ ପ୍ରାର୍ଥନା କରିଥିଲେ । କ୍ଲବ୍‌ର ପ୍ରଶାନ୍ତ କୁମାର ଭଞ୍ଜ, ସଞ୍ଜିବ ମଲ୍ଲିକ, ରବିନ୍ଦ୍ର ପଟ୍ଟନାୟକ, ସନ୍ତୋଷ ମହାପାତ୍ର, ସୁରେଶ ବାରିକ୍, ରାଜା ଖାନ୍, ରଞ୍ଜନ ବେହେରା, କୁଲୁ ପାତ୍ର, ହେମନ୍ତ ଖଟୁଆ, କୁନା ଧଳ ପିତବାସ ସାହୁଙ୍କ ସମେତ କ୍ଲବ୍‌ର ଅନ୍ୟ ସଦସ୍ୟମାନେ ଉପସ୍ଥିତ ରହି ତାଙ୍କର ଆତ୍ମାର ସଦ୍‌ଗତି କାମନା କରିବା ସହିତ ତାଙ୍କ ପରିବାର ବର୍ଗଙ୍କୁ ଶ୍ରୀ ଜଗନ୍ନାଥ ସହାୟ ହୁଅନ୍ତୁ ବୋଲି ପ୍ରାର୍ଥନା କରିଥିଲେ । ସର୍ଗତ ଦାସ ଜଣେ କ୍ରିକେଟ୍ ଖେଳାଳୀ ତଥା ଜଣେ ଭଲ ବୋଲର ଭାବେ ବହୁ ମ୍ୟାଚ୍ ଜିତାଇଛନ୍ତି ।

ଶୁଭମ୍ ପାଣି ଙ୍କ ରିପୋର୍ଟ୍ 

Related posts

ଦିଗହରା ବଳରାମ ଯୋଜନା , 82 ଗୋଷ୍ଠୀ ରୁ କାହାକୁ ମିଳୁନି ଚାଷ ଋଣ

Sunil Chandra Nayak

କଳାହାଣ୍ଡି: ପୋଖରୀରେ ଗାଧୋଇବା ବେଳେ ବୁଡିଗଲେ ଦୁଇ ନାବାଳକ, ଉଦ୍ଧାର ହେଲା ମୃତଦେହ

masiha

ଜଗନ୍ନାଥ ମନ୍ଦିରର ନୂତନ ପରିଚାଳନା କମିଟି ଗଠିତ

Leave a Comment

error: Content is protected !!