ପୁଅ ଝିଅ ପ୍ରଭେଦ ଦୂର ପାଇଁ କର୍ମ ଶାଳା
ରାଇରଙ୍ଗପୁର – ୫/୧୧ – ; ମୟୁରଭଞ୍ଜ ଜିଲ୍ଲାର କରଞ୍ଜିଆ ବ୍ଲକ ଅନ୍ତର୍ଗତ କାଦଡିହା ରଘୁନାଥ ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ବାଳିକା ଶିକ୍ଷା କର୍ମ ଶାଳାରେ ପୁଅ ଝିଅ ପ୍ରଭେଦ ଦୂର ପାଇଁ ବିଭିନ୍ନ ପ୍ରତିଯୋଗିତା କାର୍ଯ୍ୟକ୍ରମ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡକ୍ଟର ଭାଗବତ ଲେଙ୍କା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । କରଞ୍ଜିଆ ସମନ୍ୱିତ ଶିଶୁ ବିକାଶ ତରଫରୁ ଆୟୋଜିତ କାର୍ଯ୍ୟକ୍ରମରେ ଲିଙ୍ଗ ଗତ ପ୍ରଭେଦ ଦୂର ପାଇଁ ଆଲୋଚନା ଚକ୍ର , ଚିତ୍ରାଙ୍କନ ପ୍ରତିଯୋଗିତା , ପଥପ୍ରାନ୍ତ ନାଟକ, ସଂଳାପ ପ୍ରତିଯୋଗିତା , ସାଙ୍ଗକୁ ସାଧାରଣ ଜ୍ଞାନ, ଶୀର୍ଷକ ପ୍ରତିଯୋଗିତାରେ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ । ସମନ୍ୱିତ ଶିଶୁ ବିକାଶ ଯୋଜନା ର ସୁପରଭାଇଜର ଶ୍ରୀମତୀ ମଞ୍ଜୁଲତା ବେହେରା ଏହି କାର୍ଯ୍ୟକ୍ରମ ର ଆଭିମୁଖ୍ୟ ପିଲା ମାନଙ୍କୁ ବୁଝାଏ ଥିଲେ । ଏହି କାର୍ଯ୍ୟକ୍ରମ ରେ ବାଳିକା ଶିକ୍ଷା ର ଗୁରୁତ୍ଵ ସାଙ୍ଗକୁ ଲିଙ୍ଗ ଗତ ପ୍ରଭେଦ ଉପରେ ଅଧ୍ୟାପକ ବନମାଳୀ ମହାନ୍ତ , ଯଶୋଦା ରାଉତ , ଧରଣୀଧର ତ୍ରିପାଠୀ, ତପନ କୁମାର ବେହେରା , ଜନ୍ମେଜୟ ଶତପଥୀ ପ୍ରମୁଖ ଯୋଗ ଦାନ କରି ପୁଅ ଝିଅ ପ୍ରଭେଦ ସମସ୍ୟା ସମ୍ପର୍କରେ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ପ୍ରଦାନ କରିଥିଲେ ।
ଶିଶୁ ଶ୍ରମିକ ସମସ୍ୟା , ବାଲ୍ୟବିବାହ ପ୍ରଥାର , ଘରୋଇ ହିଂସା, ସମସ୍ୟା ସମ୍ପର୍କରେ ଅବଗତ କରାଇଥିଲେ ।
କରଞ୍ଜିଆ ସମନ୍ୱିତ ଶିଶୁ ବିକାଶ ଯୋଜନା ତରଫରୁ ସୁଭଦ୍ରା ହେଲ୍ପଲାଇନ ର ବିଜୟ କୁମାର ଜେନା , ସସ୍ମିତା ଜେନା ,ମାନସ ମହାକୁଡ଼ , ପ୍ରଜ୍ଞା ପାରମିତା ନାୟକ , ପ୍ରଥମ କାର୍ଯ୍ଯ କ୍ରମ ପରିଚାଳନା କରିଥିଲେ । ସମସ୍ତ ପ୍ରତିଯୋଗିଙ୍କୁ ପ୍ରମାଣ ପତ୍ର, ଟ୍ରଫି, ପ୍ରଦାନ କରାଯାଇଥିଲା । କଲେଜ ତରଫରୁ ଅଧ୍ୟାପିକା ମୋନାଲିସା ବିଶ୍ବାଳ , ବେନି ସ୍ମିତା ପାତ୍ର , ବିଦ୍ୟା ଧର ମହାନ୍ତ , ଅକ୍ଷୟ କୁମାର ମହାନ୍ତ ପ୍ରମୁଖ ପ୍ରତିଯୋଗିତା କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ।
ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ୱାଳ

