ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବଡ଼ସାହି ବ୍ଲକରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ 

ବଡ଼ସାହି ବ୍ଲକରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ 

ରାଇରଙ୍ଗପୁର – ୦୫/୧୧ ; ମୟୂରଭଂଜ ଜିଲ୍ଲାରବଡ଼ସାହି ବ୍ଲକ କାର୍ଯ୍ୟାଳୟ ପରିସରରେ ଆଜି 5 ତାରିଖ ଦିନ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ (BBSA) ଶିବିର ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ମୋଟ ୨୯୫ ଜଣ ଦିବ୍ୟାଙ୍ଗ ପ୍ରମାଣପତ୍ର ପାଇଁ ପଞ୍ଜୀକରଣ କରିଥିବାବେଳେ, ଡାକ୍ତରୀ ପରୀକ୍ଷା ପରେ ୧୩୬ ଜଣ ଯୋଗ୍ୟ ବିବେଚିତ ହୋଇଛନ୍ତି। ସେଥିମଧ୍ୟରୁ ଅସ୍ଥିଜନିତ ଦିବ୍ୟାଙ୍ଗ ୮୭ ଜଣ, ଦୃଷ୍ଟିବାଧିତ ୨୪ ଜଣ, ବୌଦ୍ଧିକ ଦିବ୍ୟାଙ୍ଗ ୨୧ ଜଣ ଏବଂ ଶ୍ରବଣବାଧିତ ୪ ଜଣ ଅଟନ୍ତି।

ଏଥିସହ ୮୪ ଜଣ ସହାୟକ ଉପକରଣ, ୯୮ ଜଣ ବସ୍ ପାସ୍ ଏବଂ ୭୫ ଜଣ ଆୟ ପ୍ରମାଣପତ୍ର ପାଇବା ପାଇଁ ଯୋଗ୍ୟ ହୋଇଛନ୍ତି। ଦିବ୍ୟାଙ୍ଗମାନ ଙ୍କୁ ସରକାରୀ ଯୋଜନାର ସୁବିଧା ସୁଯୋଗ ପ୍ରଦାନ, ସେମାନଙ୍କୁ ସ୍ୱାବଲମ୍ବୀ କରିବା ଏବଂ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ଏହି ଶିବିରର ମୁଖ୍ୟ ଉଦ୍ଦେଶ୍ୟ ଥିଲା।

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ୱାଳ 

Related posts

ରାୟଗଡ଼ା ଶ୍ରୀ ସତ୍ୟ ସାଇ ଭ୍ରାମ୍ୟମାଣ ଚିକିତ୍ସାଳୟ ପକ୍ଷରୁ ସମ୍ପୂର୍ଣ ନିଃଶୁଳ୍କ ତଥା ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ

masiha

ଜଳସେଚନ କଣଠେସା,,,କୁର୍ଲୁମୁଣ୍ଡା ପ୍ରକଳ୍ପ ହିଁ ଗ୍ରାମବାସୀଙ୍କ ସାହା ଭରଷା 

masiha

ମହୁମାଛି ଆକ୍ରମଣ ରେ ଦୁଇ ଗୁରୁତର

masiha

Leave a Comment

error: Content is protected !!