ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରକୃତି ଓ ଜଳ ସଞ୍ଚୟ ବାର୍ତ୍ତା ନେଇ ସାଇକେଲରେ ଭାରତ ଭ୍ରମଣ

କୋକସରା, ୨୨ା୫-(ମ ନି ସ)  ଖରା, ବର୍ଷା, ଶୀତ କାକରକୁ ଖାତିର ନକରି ଜଣେ ଯୁବକ ଦୀର୍ଘ ଏକ ବର୍ଷରୁ ଉର୍ଦ୍ଧ ହେବ ଘରୁ ଗୋଡ କାଢି ସାଇକେଲ ଯୋଗେ ଭାରତ ଭ୍ରମଣରେ ବାହାରିଛନ୍ତି । ଆଉ ଲୋକଙ୍କୁ ସଚେତନତା ବାର୍ତ୍ତା ପ୍ରଦାନ କରୁଛନ୍ତି । ଯୁବକ ଜଣକ ହେଲେ ପଶ୍ଚିମବଙ୍ଗ ସିଲିଗୁଡି ର ଶ୍ୟାମ ବିଶ୍ୱାସ(୩୫) । ସେ ଗତ ୧ ମାର୍ଚ୍ଚ ୨୦୨୧ ସିଲିଗୁଡିରୁ ବାହାରି ଦୀର୍ଘ ୧ ବର୍ଷ ୨ ମାସ ୨୧ ଦିନ ପରେ କଳାହାଣ୍ଡି ଜିଲ୍ଲାରେ ପହଞ୍ଚିଛନ୍ତି । ଯୁବକ ଶ୍ୟାମ ବିଶ୍ୱାସ ବର୍ତ୍ତମାନ ସୁଦ୍ଧା ୨୦ ଟି ରାଜ୍ୟ କୁ ସାଇକେଲ ଯୋଗେ ଭ୍ରମଣ କରି ସାରିଥିବା ବେଳେ ଏବେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକରେ ପହଞ୍ଚି ଲୋକଙ୍କୁ ସଚେତନତାର ବାର୍ତ୍ତା ବାଣ୍ଟୁଛନ୍ତି । ଆଉ ଲୋକେ ମଧ୍ୟ ତାଙ୍କୁ ସ୍ୱାଗତ କରିବା ସହ ସମର୍ଥନ କରୁଛନ୍ତି । ସେ ସମଗ୍ର ଭାରତ ଭ୍ରମଣ କରି ପରିବେଶ ର ସୁରକ୍ଷା, ବୃକ୍ଷ ରୋପଣ ଏବଂ ଜଳ ସଞ୍ଚୟ ର ବାର୍ତ୍ତା ନେଇ ଗ୍ଲୋବାଲ୍ ୱାର୍ମିଂ ବିରୁଦ୍ଧରେ ସଂଗ୍ରାମ କରିବା ପାଇଁ ଲୋକଙ୍କୁ ସଚେତନତା କରିବାର ଲକ୍ଷ ରଖିଛନ୍ତି ।

Related posts

ଛୁରୀରେ ବେକ କାଟି ଯୁବକର ଆତ୍ମହତ୍ୟା

Sunil Chandra Nayak

ବଳରାମ ପାନ ମେମୋରିଆଲ ଫୁଟବଲ ଟୁର୍ଣ୍ଣ।ମେଣ୍ଟ ଧର୍ମଗଡ଼କୁ ହରାଇ ମାଟି ଗାଁ ଚମ୍ପିୟାନ

Sunil Chandra Nayak

ଲାଞ୍ଜିଗଡ଼ ବିଧାୟକ ଙ୍କୁ ତୀବ୍ର ବିରୋଧ, ମୁର୍ଦାବାଦ ନାରା ଦେଲେ ବିଜେଡ଼ି କର୍ମୀ

Sunil Chandra Nayak

Leave a Comment

error: Content is protected !!