ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଗୋଲାମୁଣ୍ଡା ବ୍ଲକ ଚହକା ଗ୍ରାମପଞ୍ଚାୟତ ଭତ୍ତା ଅର୍ଥ ହେରଫେର ମାମଲା: ଭିଜିଲାନ୍ସ ଦୁର୍ନୀତି ମାମଲାରେ ପିଇଓ ଦୋଷୀ ସାବ୍ୟସ୍ତ, ୪ ବର୍ଷ କାରାଦଣ୍ଡ

ଗୋଲାମୁଣ୍ଡା ବ୍ଲକ ଚହକା ଗ୍ରାମପଞ୍ଚାୟତ

ଭତ୍ତା ଅର୍ଥ ହେରଫେର ମାମଲା: ଭିଜିଲାନ୍ସ ଦୁର୍ନୀତି ମାମଲାରେ ପିଇଓ ଦୋଷୀ ସାବ୍ୟସ୍ତ, ୪ ବର୍ଷ କାରାଦଣ୍ଡ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାରେ ଏକ ବଡ଼ଧରଣର ଦୁର୍ନୀତି ବିରୋଧୀ ପଦକ୍ଷେପ ସ୍ୱରୂପ, ଓଡ଼ିଶା ଭିଜିଲାନ୍ସ କୋର୍ଟ ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଚହକା ଗ୍ରାମପଞ୍ଚାୟତର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ (ପି.ଇ.ଓ.) ଗିରିଶ ଚନ୍ଦ୍ର ଶବରଙ୍କୁ ଏକ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି।

ମାନ୍ୟବର ଭବାନୀପାଟଣା ସ୍ୱତନ୍ତ୍ର ଭିଜିଲାନ୍ସ ବିଚାରପତିଙ୍କ ଅଦାଲତରୁ ମିଳିଥିବା ସୂଚନା ଅନୁଯାୟୀ, ଶ୍ରୀ ଶବର ପୂର୍ବରୁ କେସିଙ୍ଗା ବ୍ଲକ ଅନ୍ତର୍ଗତ ସିରୋଲ ଓ ଗୋକୁଳେଶ୍ୱର ଗ୍ରାମପଞ୍ଚାୟତରେ କାର୍ଯ୍ୟରତ ଥିବା ସମୟରେ ବାର୍ଦ୍ଧକ୍ୟ ଭତ୍ତା ପାଇଁ ଉଦ୍ଦିଷ୍ଟ ସରକାରୀ ଅର୍ଥ ହେରଫେର କରିଥିଲେ। ଏନେଇ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଦାଖଲ ଚାର୍ଜସିଟ୍ ଆଧାରରେ (ପି.ସି. (ସଂଶୋଧନ) ଆଇନ, ୨୦୧୮ର ଧାରା ୧୩(୨) ସହ ପାଠ କରାଯାଉଥିବା ଧାରା ୧୩(୧)(ସି) ଏବଂ ଆଇପିସିର ଧାରା ୪୦୯ ଅନୁଯାୟୀ) ମାମଲା ବିଚାରାଧୀନ ଥିଲା।

ଆଜି ମାନ୍ୟବର ଅଦାଲତ ଏହି ମାମଲାର ବିଚାର କରି ଦୋଷୀ ଶ୍ରୀ ଶବରଙ୍କୁ ୪ ବର୍ଷର ସାଧାରଣ କାରାଦଣ୍ଡ ସହିତ ଅର୍ଥ ଜରିମାନାରେ ଦଣ୍ଡିତ କରିଛନ୍ତି। ରାୟ ପ୍ରକାଶ ପାଇବା ପରେ ଦୋଷୀଙ୍କୁ ନିଜର ଦଣ୍ଡାଦେଶ ଭୋଗିବା ନିମନ୍ତେ ଜେଲ୍ ହାଜାତକୁ ପଠାଯାଇଛି।

ଅନ୍ୟପକ୍ଷରେ, ଦୋଷୀ ସାବ୍ୟସ୍ତ ହେବା ପରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ତାଙ୍କୁ ଚାକିରିରୁ ସମ୍ପୂର୍ଣ୍ଣ ବରଖାସ୍ତ କରିବା ପାଇଁ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ନିକଟରେ ଆନୁଷ୍ଠାନିକ ଭାବେ ଆବେଦନ କରାଯିବ ବୋଲି ଜଣାପଡ଼ିଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ପାଣି ପମ୍ପ ଚୋରୀ ଅଭିଯୋଗରେ ୨ ଗିରଫ 

masiha

ଅଜଣା ଗାଡି ଧକ୍କାରେ ଯୁବକ ମୃତ

Sunil Chandra Nayak

ବାମନଘାଟୀ ଉପଖଣ୍ଡରେ ବାଦାମପାହାଡ ପୋଲିସ , ହାଟବାଦଡା ପୋଲିସ , ବଜରଙ୍ଗ ଦଳ ଓ ଗ୍ରାମବାସୀଙ୍କ ମିଳିତ ପ୍ରୟାସରେ ୪ ଗୋ ବୋଝେଇ ଟ୍ରକ ଜବତ ‘! ୧୦୫ ଜୀବନ୍ତ ଗୋରୁ,୧ ଆହତ ଏବଂ ୩ ମୃତ ଗୋରୁ ଉଦ୍ଧାର; ୪ ଗୋଵୋଝେଇ ଟ୍ରକ ଜବତ

masiha

Leave a Comment

error: Content is protected !!