ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତୃତୀୟ ପର୍ଯ୍ୟାୟ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତି ପ୍ରସ୍ତର ସ୍ଥାପନ

ତୃତୀୟ ପର୍ଯ୍ୟାୟ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତି ପ୍ରସ୍ତର ସ୍ଥାପନ

ଥୁଆମୂଳ ରାମପୁର:୦୬/୧୧ – (ମନିସ) :- ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଓଡିଶା ସରକାରଙ୍କ ପକ୍ଷରୁ ତୃତୀୟରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଭିତ୍ତି ପ୍ରସ୍ତର ବିଭିନ୍ନ ସ୍ଥାନରେ କରିଥିବା କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ନିର୍ବାଚନ ମଣ୍ତଳୀ ଥୁଆମୂଳ ରାମପୁର ବ୍ଳକ ଅନ୍ତର୍ଗତ ସିନ୍ଧିପଦର ଗ୍ରାମପଞ୍ଚାୟତ ସମାପନ ଗ୍ରାମ ଠାରେ ଶୁକ୍ରବାର ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ବିଦ୍ୟାଳୟ ଶିକ୍ଷା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିବ। ଛାତ୍ରଛାତ୍ରୀଙ୍କ ମୂଳଦୁଆ ସୁଦୃଢ କରିବାରେ ଏହା ସହାୟକ ହେବ ବୋଲି କୁହାଯାଇଛି।ଏଥିରେ ବାଲବାଟିକାରୁ ଆରମ୍ଭ କରି ଉଚ୍ଛ ଶିକ୍ଷା ପର୍ଯ୍ୟନ୍ତ ବ୍ଯବସ୍ଥା ରହିବା ଅଭିଜ୍ଞ ଶିକ୍ଷକ ସହ ସ୍ମାର୍ଟକ୍ଳାସରୁ,ଲାବରୋଟରି, ଖେଳ ପଡିଆ,ଇତ୍ୟାଦିର ସୁବିଧା ରହିବ। ଏହି କ୍ରମରେ ଆୟୋଜିତ ମଞ୍ଚ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଧ୍ରୃବଚରଣ ମୁଦୁଲି, ବରିଷ୍ଠ ଅତିଥି ସାଂସଦ ବ୍ଳକ ପ୍ରତିନିଧି ପବିତ୍ର ନାଏକ, ସମ୍ମାନିତ ଅତିଥି ସରପଞ୍ଚ ଶ୍ରୀମତୀ ଗୀତାଞ୍ଜଳୀ ମାଝୀ, ସମିତି ସଭ୍ଯା ଦ୍ରୌପଦୀ ମାଝୀ, ଜୋନ ୨ ଜିଲ୍ଳାପରିଷଦ ସଭ୍ୟା ଟୁନି ଖୋସ୍ଳା, ଥୁଆମୂଳ ରାମପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା ଜିଲ୍ଲା ଏଡିଇଓ କମ ବିଇଓ ତପିମଣୀ ଜାନୀ, ବିଶ୍ବଜିତ ସ୍ବାଇଁ, ପ୍ରଧାନ ଶିକ୍ଷକ ରଜନୀ କାନ୍ତ ପଟେଲ, ଏବିଇଓ ନରେନ୍ଦ୍ର କୁମାର କାମପାଳ, ବିଜେପି ବରିଷ୍ଠ ନେତା ତଥା ପର୍ବତନ ଜିଲ୍ଲା ପରିଷଦ ସଭ୍ୟ ବାଜ୍ରା ଭୋଇ, ବିଜେପି ମଣ୍ଡଳ ସଭାପତି ଦୟାନନିଧି ଭୋଇ, ରାଧାକାନ୍ତ ନାଏକ, ମଣ୍ତଳ ସାଧାରଣ ସମ୍ପାଦକ ଆଲୋକ କୁମାର ନାଏକ, ଜିତେନ୍ଦ୍ର ନାଏକ,ଏଡିଇଓ ବୈକୁଣ୍ଠ ଦିଶାରୀ, ପିଇଓ ବଶିଷ୍ଠ ଶବର ପ୍ରମୁଖ ସମେତ୍ ଅଞ୍ଚଳର ମାନ୍ଯଗଣ୍ଯ ଭଦ୍ରବ୍ୟକ୍ତି ଓ ଜନପ୍ରତିନିଧି, ସ୍ଥାନୀୟ ଜନସାଧାରଣ ଯୋଗଦେଇଥିଲେ। ଶିକ୍ଷକ ସୁଶାନ୍ତ ଗୌଡ ଆୟୋଜିତ ମଞ୍ଚକୁ ପରିଚାଳନା କରିଥିବାବେଳେ ଅନ୍ଯାନ୍ଯ ସହଯୋଗୀ ଶିକ୍ଷକ ଓ କର୍ମକର୍ତ୍ତା ସହଯୋଗ କରିଥିଲେ।

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

୪୨ ମୌଜାରେ ସାଂସ୍କୃତିକ ମହୋତ୍ସବ,ମୀନ ବଜାର ଓ ସମ୍ବର୍ଧନା ସଭା 

masiha

ନାରାୟଣପାଟଣା ବ୍ଲକରେ ୬୧ଟି ଅଭିଯୋଗର ଶୁଣାଣୀ କଲେ ପ୍ରକଳ୍ପ ନିର୍ଦ୍ଧେଶକ

ଝାରକଟା ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ପିତୃ ବିୟୋଗ 

masiha

Leave a Comment

error: Content is protected !!