ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସୃଜନୀ ସାହିତ୍ୟ ସଂସଦ ପକ୍ଷରୁ ୩୯ତମ ବାର୍ଷିକ ଉତ୍ସବ

ସୃଜନୀ ସାହିତ୍ୟ ସଂସଦ ପକ୍ଷରୁ ୩୯ତମ ବାର୍ଷିକ ଉତ୍ସବ

ରାଉରକେଲା : ସୃଜନୀ ସାହିତ୍ୟ ସଂସଦର ୩୯ତମ ବାର୍ଷିକ ଉତ୍ସବ ସାରନଗରୀ ସ୍ଥିତ ମା’ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ସଚିନ୍ଦ୍ର ସ୍ବାଇଁ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ଯ ଅତିଥି ଭାବେ ପୂର୍ବତନ ବିଧାୟକ ରବି ଦେହୁରୀ, ମୁଖ୍ୟ ବକ୍ତା ଭାବରେ ଅଧ୍ୟାପକ ଡକ୍ଟର ସୁରେନ୍ଦ୍ର ବେହେରା, ସମ୍ମାନୀୟ ଅତିଥି ଭାବେ ବିଜୟ କୁମାର ସେନାପତି, ତୈଲୋକ୍ୟ ନାଥ ମହାପାତ୍ର, ବିପିନ ବିହାରୀ ରାଉତରାୟ ଏବଂ ସମ୍ମାନୀୟ ବକ୍ତା ଭାବେ ମନୋଜ କୁମାର ନନ୍ଦ, ଯୋଗଦେଇ ଓଡିଆ ସାହିତ୍ୟର ଆଧ୍ୟତ୍ମିକ ଚେତନା ଶୀର୍ଷକ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ବେଦର ଅନ୍ୟ ଏକ ଅଂଶ ସାହିତ୍ୟ, ସାହିତ୍ୟ ହିଁ ମାନବ ଜାତିର ଧର୍ମ, କର୍ମ, ସଂସ୍କାର ଓ ସଂସ୍କୃତିର ବାର୍ତ୍ତାବହ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ।

        ପ୍ରାରମ୍ଭରେ ସୃଜନୀ ସାହିତ୍ୟ ସଂସଦ ପକ୍ଷରୁ ଶ୍ରୀଜଗନ୍ନାଥଙ୍କ ବିଗ୍ରହରେ ପୁଷ୍ପମାଲ୍ଯ ଅର୍ପଣ କରାଯାଇଥିଲା। ସତ୍ଯ ଆର୍ଟ ଥିଏଟର ଏକାଡେମୀର କଳାକାରମାନେ ଉତ୍କଳ ବନ୍ଦନା ଗାନ କରିଥିଲେ। ଅତିଥିମାନଙ୍କ ଦ୍ବାରା ମୁଖପତ୍ର “ସୃଜନୀ”ର ଉନ୍ମୋଚନ କରାଯାଇଥିଲା। ପରେ ୪ ଜଣ ଆଜୀବନ ସଦସ୍ୟଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥିରେ ଶିକ୍ଷୟିତ୍ରୀ ମୀରା ମଲ୍ଲିକଙ୍କୁ ପ୍ରତିଭା ସମ୍ମାନ, ତ୍ରୈଲୋକ୍ୟ ମହାପାତ୍ରଙ୍କୁ ସୃଜନୀ ସମ୍ମାନ, କାର୍ତ୍ତିକଚନ୍ଦ୍ର ବହିଦାରଙ୍କୁ ସାରସ୍ବତ ସମ୍ମାନ ପ୍ରଦାନ କରାଯାଇଥିଲା। ଶିକ୍ଷୟତ୍ରୀ ଲକ୍ଷ୍ମୀ ପଣ୍ଡା, ଅଶୋକ ବିଶ୍ୱାଳ ମାନପତ୍ର ପାଠ କରିଥିଲେ। ପରିଶେଷରେ ଆଦିତ୍ୟ ଷଢ଼ଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ।

      ଦ୍ବିତୀୟ ପର୍ଯ୍ୟାୟରେ କବିତା ପାଠ ଉତ୍ସବରେ କବି ହରିହର ବେହେରା ସଭାପତିତ୍ବ କରିଥିଲେ। ଅତିଥି ଭାବେ କବି ତ୍ରିଲୋଚନ ସ୍ବାଇଁ, ସମୀକ୍ଷକ ଭାବେ ଭୋଳେଶ୍ବର ବେହେରା ଯୋଗଦେଇଥିଲା ବେଳେ ଉର୍ବଶୀ ଦାଶ, ହରପ୍ରିୟା ସାମଲଙ୍କ ସଂଯୋଜନାରେ ଆଖପାଖ ଅଞ୍ଚଳରୁ ଶତାଧିକ କବି ସ୍ବରଚିତ କବିତା ପାଠ କରିଥିଲେ। ଶେଷରେ ସୁଧୀର କୁମାର ନାଥ ଧନ୍ୟବାଦ ଅର୍ପଣ କରିଥିଲେ। ରାଜକିଶୋର ଜେନା, କିଶୋର କୁମାର ଜେନା, ବସନ୍ତ କୁମାର ଜେନା, ବେଣୁଧର ମଲ୍ଲ, ଡାକ୍ତର ପଦ୍ମନାଭ ପରିଡା, ଲକ୍ଷ୍ମୀ ପଣ୍ଡା ପ୍ରମୁଖ ଏହି ଉତ୍ସବକୁ ପରିଚାଳନା କରିଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଚିକିଲି ଗ୍ରାମର ବିଦ୍ୟାଳୟରୁ ୩ ଦିନ ପରେ ଖୋଲିଲା ତାଲା 

masiha

ଦୀର୍ଘ ୩୦ ବର୍ଷ ପରେ ପଂଚାୟତକୁ ଜମି ହାତେଇବା ପାଇଁ ମିଳିଲା ନ୍ୟାୟ 

ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ ଦର୍ଶନଶାସ୍ତ୍ର ବିଭାଗ ପକ୍ଷରୁ  ବିଶ୍ୱ ଦର୍ଶନ ଦିବସ ପାଳନ

masiha

Leave a Comment

error: Content is protected !!