ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଉରକେଲା କୁଆଁରମୁଣ୍ଡା ଏନ୍.ଏଚ୍-୧୪୩ ବାଇପାସରେ ଟ୍ରକ ଧକ୍କାରେ ବାଇକ ଆରୋହୀଙ୍କ ମୃତ୍ୟୁ

ରାଉରକେଲା କୁଆଁରମୁଣ୍ଡା ଏନ୍.ଏଚ୍-୧୪୩ ବାଇପାସରେ ଟ୍ରକ ଧକ୍କାରେ ବାଇକ ଆରୋହୀଙ୍କ ମୃତ୍ୟୁ

ମୃତକ ବାଇକ୍ ଆରୋହୀଙ୍କ ପରିଚୟ ସ୍ପଷ୍ଟ ହୋଇନାହିଁ

ରାଉରକେଲା ୯/୧୧, ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଥାନା ଅନ୍ତର୍ଗତ କୁଆଁରମୁଣ୍ଡା ବାଇପାସ ନିକଟରେ ଆଜି ସକାଳେ ଜାତୀୟ ରାଜପଥ – ୧୪୩ରେ ଏକ ଟ୍ରକ ଧକ୍କାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଥିବା ଖବର ସାମ୍ନାକୁ ଆସିଛି। ମୃତ ଯୁବକଙ୍କ ପରିଚୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

    ସୂଚନା ଅନୁସାରେ ବାଇକ ଚାଳକ ବାଇପାସ ରାସ୍ତାରେ ଯାଉଥିବା ସମୟରେ ଏକ ଟ୍ରକ ତାଙ୍କ ମୋଟରସାଇକେଲକୁ ଧକ୍କା ଦେବା ଫଳରେ ବାଇକ୍ ଆରୋହୀଙ୍କୁ ରାସ୍ତାରେ ଫିଙ୍ଗି ଦେଇଥିଲା। ବାଇକ୍ ଆରୋହୀ ଗୁରୁତର ଆହତ ହେବା ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଦୁର୍ଘଟଣା ପରେ, କିଛି ସମୟ ପାଇଁ ସେହି ସ୍ଥାନରେ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଯାହା ଫଳରେ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହୋଇଥିଲେ।

     ସୂଚନା ପାଇ କୁଆରମୁଣ୍ଡା ଆଉଟ୍ ପୋଷ୍ଟ (ପୋଲିସ୍ ଫାଣ୍ଡି)ର କର୍ମଚାରୀମାନେ ଘଟଣାସ୍ଥଳକୁ ଯାଇ ପରିସ୍ଥିତି ନିୟନ୍ତ୍ରଣ କରିଥିଲେ, ପରେ ଟ୍ରାଫିକ୍ ଚଳାଚଳକୁ ପୁନଃସ୍ଥାପିତ କରିଥିଲେ। ଦୁର୍ଘଟଣା ଘଟାଇଥିବା ଟ୍ରକକୁ ପୋଲିସ ଜବତ କରିଛି ଏବଂ ତଦନ୍ତ ଆରମ୍ଭ କରିଛି। ମୃତକଙ୍କ ପରିଚୟ ପାଇଁ ମଧ୍ୟ ପ୍ରୟାସ ଜାରି ରହିଛି।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଅସହଯୋଗ ଆନ୍ଦୋଳନ ଓ ତହିଁରେ ଓଡ଼ିଶା ର ଭୂମିକା ଆଲୋଚନାଚକ୍ର 

masiha

ଧରାକୋଟ ରେ ଆସ ସ୍କୁଲଯିବା ଅଭିଯାନ 

Sunil Chandra Nayak

ଜାତୀୟ କ୍ରୀଡ଼ା ଦିବସ ପାଳନ ଅବସରରେ ପ୍ରଦର୍ଶନୀ ଫୁଟବଲ୍‌ ପ୍ରତିଯୋଗୀତା : ପ୍ରଶାସନ ଏକାଦଶ ବିଜୟୀ

Sunil Chandra Nayak

Leave a Comment

error: Content is protected !!