ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୁସମି ବ୍ଳକ ପଢିଆ ଉପ୍ରା ବିଦ୍ୟାଳୟରେ ଚଷମା ଶିବିର ବଣ୍ଟନ

କୁସମି ବ୍ଳକ ପଢିଆ ଉପ୍ରା ବିଦ୍ୟାଳୟରେ ଚଷମା ଶିବିର ବଣ୍ଟନ

ରାଇରଙ୍ଗପୁର – )୧୦/୧୧  କୁସୁମି ବ୍ଳକର ପଡିଆ ଉପ୍ରା ବିଦ୍ୟାଳୟ ପରିସରରେ ଚକ୍ଷୁ ପିଡିତା ବିଦ୍ୟାର୍ଥୀମାନଙ୍କ ପାଇଁ ଚଷମା ବଣ୍ଟନ ଶିବିର ଅନୁଷ୍ଠିତ ହୋଇଯାଇଛି ।ଏଥିରେ ମୁଖ୍ୟ ଅତିଥି ଭାବେ କୁସୁମି ବ୍ଳକର ସହକାରୀ ଗୋଷ୍ଠି ଶିକ୍ଷାଧିକାରୀଣୀ ଜଲେଶ୍ବରୀ ମହାନ୍ତ, ବ୍ଳକ ସାଧନ କର୍ମୀ କୃଷ୍ନ ଚନ୍ଦ୍ର ସେନାପତି,ଉପ୍ରା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବୀରେନ୍ଦ୍ର ଵାରିକ ପ୍ରମୁଖ ଯୋଗ ଦେଇଥିଲେ ।ଆହାରବନ୍ଧ ଉଚ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ଗଣପତି ଦାସ ମଣିଷର ଚକ୍ଷୁ ଏକ ଅମୂଲ୍ୟ ସମ୍ପଦ ଉପରେ ଆଲୋଚନା କରିଥିଲେ ।ଚକ୍ଷୁ ବିନା ସବୁକିଛି ଅନ୍ଧକାର ‌ତେଣୁ ଚକ୍ଷୁର ଯତ୍ନ ନେଵା, ଚଷମାର ବ୍ୟବହାର ଠିକ୍ ରଖିବା ଉପରେ ଗୁରୁତ୍ଵ ଦେଇଥିଲେ ।ଚକ୍ଷୁ ସମସ୍ୟା ହେଲେ ବିଳମ୍ବ ନ କରି ଚକ୍ଷୁ ବିଶେଷଜ୍ଞକୁ ଦେଖାଇ ତାଙ୍କର ସୁପରାମର୍ଶ ଗ୍ରହଣ କରିବା ଉପରେ ଗୁରୁତ୍ବ ଦେଇଥିଲେ । ପରେ ପୂର୍ବରୁ ବିଭିନ୍ନ ବିଦ୍ୟାଳୟରୁ ଚିହ୍ନଟ ହୋଇଥିବା ଚକ୍ଷୁ ବାଧିତ ୭୫ ଜଣ ବିଦ୍ୟାର୍ଥିମାନଙ୍କୁ ଅତିଥିଗଣ ଚଷମା ବଣ୍ଟନ କରିଥିଲେ । ଵିଆରଟି କୃଷ୍ନ ଚନ୍ଦ୍ର ସେନାପତି, ସୁମିତ୍ରା ତିରିଆ ଵିଆରସିସି ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ୱାଳ 

Related posts

ସୁବର୍ଣ୍ଣରେଖା ର ବାର୍ଷିକ କ୍ରୀଡା ଦିବସ ଉଦଯାପିତ

masiha

ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠ୍ୟ ପୁସ୍ତକରେ ସାଂଘାତିକ ତ୍ରୁଟି କୁ ନେଇ ଯୁବ ଓ ଛାତ୍ର ବିଜେଡି ପକ୍ଷରୁ ‘ଶିକ୍ଷା ବଞ୍ଚାଅ ଆନ୍ଦୋଳନ’ ଓ ବିକ୍ଷୋଭ 

Sunil Chandra Nayak

ଆଗାମୀ କାର୍ଯ୍ୟକ୍ରମ ପାଇଁ ଖଣ୍ଡାୟତ କ୍ଷତ୍ରିୟ ମହାସଭାର ପ୍ରସ୍ତୁତି ବୈଠକ 

masiha

Leave a Comment

error: Content is protected !!