ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

ଜଣାଣ

 

ମାନଗୋବିନ୍ଦ ସ୍ବାଇଁ

 

ମନର ଈଶ୍ୱର ବସିଅଛି ପୁରୀ

    ନିଳାଚଳ ପୁରୀ ଧାମ

ଜଗତର ନାଥ ଅନାଦର ନାଥ

    ତୁମ ପାଦେ ରଖ ନାମ।

ଭାବ ଲଗାଅଛି ବରଷକୁ ଥରେ

     ଆସ ବଡ଼ଦାଣ୍ଡ ପରେ

ଭକତ ମେଳରେ ରଥ ପରେ ଶୋଭା

     ତୃପ୍ତି ଏ ଭକ୍ତ ଅନ୍ତରେ।

ଘଂଣ୍ଟ କର ତାଳ ଶଂଖ ଝାଞ୍ଜ ଧ୍ବନି

    ମନ୍ତ୍ର ଉଚ୍ଚାରଣ ପାଠ

ଦୁଃଖ ଦୂର କରି ପାପକୁ ନାଶନ

     ଖୋଲି ଦିଅ ଭଲବାଟ।

ନୟନେ ଦର୍ଶନ ବାନା ଚାହିଁ ଦେଲେ

   ମନ ଲାଗେ ଭାରି ତୃପ୍ତି

ଭଜନ ଜଣାଣ ସଂଗୀତ କୀର୍ତ୍ତନ

    ପାଠ କରି ପାଉ ମୁକ୍ତି।

ଗଢିଛ ସଂସାର ପାଳୁଛ ତୁମେ ତ

     ମୁଁ ନିମିତ ମାତ୍ର ଜଣ

ଭରସା କରିଛି ଆଶା ବି ବାନ୍ଧିଛି

    ବିଶ୍ବେ ଘେନ ମୋ ପ୍ରଣାମ।

 

ଗୋଜାବନ୍ଧ ମହାକାଳପଡ଼ା

କେନ୍ଦ୍ରାପଡ଼ା

Related posts

ଗୋଡ଼ଭଂଜା ଗୋଳେଇ ଛକଠାରେ ଅହିଂସା ରଥ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ 

Sunil Chandra Nayak

ରୁପ୍ରା ସୂନାମୁହିଁ ସାଗର ପରିଦର୍ଶନରେ ନର୍ଲା ବିଧାୟକ ଓ ବିଭାଗୀୟ ଯନ୍ତ୍ରୀଙ୍କ ପରିଦର୍ଶନ

ରେଣୁ ମାଝୀଙ୍କ ନ୍ଯାର୍ଯ୍ଯ ଦାବି –  ଆଜି  ୧୯ ଦିନ ରେ ପହଞ୍ଚିଲା ଆମ ଆଦମୀ ପାର୍ଟିର ଗଣଧାରଣା

Sunil Chandra Nayak

Leave a Comment

error: Content is protected !!