ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂଆପଡ଼ାରେ ଏକୀକୃତ ପେନ୍‌ସନ୍ ପରିଚାଳନା ପୋର୍ଟାଲର ଜିଲ୍ଲାସ୍ତରୀୟ ଶୁଭାରମ୍ଭ, ଜିଲ୍ଲାପାଳ ଓ ନୂଆପଡ଼ା ବିଧାୟକ ଯୋଗଦାନ କରି ଭତ୍ତା ବଣ୍ଟନ

ନୂଆପଡ଼ାରେ ଏକୀକୃତ ପେନ୍‌ସନ୍ ପରିଚାଳନା ପୋର୍ଟାଲର ଜିଲ୍ଲାସ୍ତରୀୟ ଶୁଭାରମ୍ଭ, ଜିଲ୍ଲାପାଳ ଓ ନୂଆପଡ଼ା ବିଧାୟକ ଯୋଗଦାନ କରି ଭତ୍ତା ବଣ୍ଟନ

ନୂଆପଡା,(ସୁଜିତ କୁମାର ପ୍ରଧାନ )ସାମାଜିକ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସ୍ୱଚ୍ଛ, ସରଳ ଓ ସୁବ୍ୟବସ୍ଥିତ କରିବା ସହ ସମସ୍ତ ଯୋଗ୍ୟ ବ୍ୟକ୍ତିଙ୍କୁ ପେନ୍‌ସନ୍ ଯୋଜନାରେ ସାମିଲ କରିବା ଲକ୍ଷ୍ୟରେ ନୂଆପଡ଼ା ପୋଲିସ ପଡ଼ିଆଠାରେ ଏକୀକୃତ ପେନ୍‌ସନ୍ ପରିଚାଳନା ପୋର୍ଟାଲ (UPMP)ର ଜିଲ୍ଲାସ୍ତରୀୟ ଶୁଭାରମ୍ଭ ସହ ମଧୁବାବୁ ପେନ୍‌ସନ୍ ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କ ଶତପ୍ରତିଶତ ଅନ୍ତର୍ଭୁକ୍ତି ନିମନ୍ତେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଜିଲ୍ଲାପାଳ ଅନ୍ୟା ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ନୂଆପଡ଼ା ବିଧାୟକ ତଥା ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ଜୟ ଢୋଲକିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। କଳାହାଣ୍ଡି ଲୋକସଭା ସାଂସଦଙ୍କ ପ୍ରତିନିଧି ପ୍ରେମ ଅଗ୍ରୱାଲ, ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ହୋମସିଂ ମାଝୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଡଲି ମାଝୀ, ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ ପ୍ରମୁଖ ମଞ୍ଚାସୀନ ଥିଲେ।

ଏକୀକୃତ ପେନ୍‌ସନ୍ ପରିଚାଳନା ପୋର୍ଟାଲ ମାଧ୍ୟମରେ ପେନ୍‌ସନ୍ ଆବେଦନ ଓ ମଞ୍ଜୁରି ପ୍ରକ୍ରିୟା ସରଳ ଓ ତ୍ୱରିତ ହେବା ସହ ଯୋଗ୍ୟ ଆବେଦନକାରୀ ଆବେଦନର ପରବର୍ତ୍ତୀ ମାସରୁ ପେନ୍‌ସନ୍ ପାଇପାରିବେ। ସେହିପରି ୮୦ ବର୍ଷ ବୟସ ପୂରଣ କରୁଥିବା ହିତାଧିକାରୀଙ୍କୁ ବିନା ପୁନଃଆବେଦନରେ ପରବର୍ତ୍ତୀ ମାସରୁ ସ୍ୱୟଂଚାଳିତ ଭାବେ ବର୍ଦ୍ଧିତ ପେନ୍‌ସନ୍ ପ୍ରଦାନ କରାଯିବ।ବର୍ତ୍ତମାନ ଜିଲ୍ଲାରେ ବିଭିନ୍ନ ସାମାଜିକ ସୁରକ୍ଷା ପେନ୍‌ସନ୍ ଯୋଜନାରେ ମୋଟ ୧,୧୧,୫୩୨ ଜଣ ହିତାଧିକାରୀ ଅନ୍ତର୍ଭୁକ୍ତ ଅଛନ୍ତି। ସେଥିମଧ୍ୟରୁ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ (NSAP)ରେ ୪୯,୯୮୪ ଜଣ, ମଧୁବାବୁ ପେନ୍‌ସନ୍ ଯୋଜନାରେ ୬୧,୧୦୩ ଜଣ ହିତାଧିକାରୀ ଏବଂ ନୂତନ ଭାବେ ୪୪୫ ଜଣଙ୍କ ପେନ୍‌ସନ୍ ମଞ୍ଜୁର ହୋଇଛି। 

ଏହି ଅବସରରେ ୧୦୧ ଜଣ ନୂତନ ହିତାଧିକାରୀଙ୍କୁ ଅତିଥିମାନେ ପେନ୍‌ସନ୍ ପ୍ରଦାନ କରିଥିଲେ। ଅବଶିଷ୍ଟ ହିତାଧିକାରୀମାନେ ନିଜ ନିଜ ବ୍ଲକ୍‌ରୁ ପେନ୍‌ସନ୍ ପାଇବେ।

ଜିଲ୍ଲା ପରିଷଦର ନିର୍ବାହୀ ଅଧିକାରୀ ଲମ୍ବୋଦର ଧରୁଆ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଅନନ୍ତ କୁମାର ହେମ୍ବ୍ରମ କାର୍ଯ୍ୟକ୍ରମର ସଂଯୋଜନା କରିଥିବାବେଳେ ଜିଲ୍ଲା କ୍ରୀଡ଼ା ଅଧିକାରୀ ରାଜେନ୍ଦ୍ର ପ୍ରସାଦ ବଢ଼େଇ ସହଯୋଗ କରିଥିଲେ। ଜିଲ୍ଲା ସମ୍ବଳ ସଂଯୋଜକ ଅନିଲ କୁମାର ଲେଙ୍କା ମଞ୍ଚ ପରିଚାଳନା କରିଥିଲେ।

କାର୍ଯ୍ୟକ୍ରମରେ ଜିଲ୍ଲାସ୍ତରୀୟ ଅଧିକାରୀ, ବ୍ଲକ୍ ଓ ଏନ୍‌ଏସି ଅଧ୍ୟକ୍ଷ/ଅଧ୍ୟକ୍ଷା, ଜିଲ୍ଲା ପରିଷଦ ସଦସ୍ୟ, ଅନ୍ୟାନ୍ୟ ନିର୍ବାଚିତ ପ୍ରତିନିଧି, ହିତାଧିକାରୀ ଓ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ। ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ପରେ ଅତିଥିମାନେ ସଚେତନତା ରଥକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।

Related posts

ଚିଲିଗୁଡା ରେ କଳସ ଶୋଭାଯାତ୍ରା 

masiha

ବ୍ରହ୍ମପୁର ପୋଲିସର କଡ଼ାକଡି ଚେକିଙ୍ଗ

ରାସ୍ତାରେ ଉପରେ ପଙ୍କ ପଡ଼ି ବଢୁଛି ଦୂର୍ଘଟଣା ; ତେଜୁଛି ଜନ ଅସନ୍ତୋଷ 

Sunil Chandra Nayak

Leave a Comment

error: Content is protected !!