ବନ୍ଧୁଗାଁରେ ଯାତ୍ରୀ ନିବାସ ର ଶୁଭାରମ୍ଭ ପାଇଁ ଭୂମି ପୂଜା ଓ ନୂତନ ଶ୍ରେଣୀ ଗୃହ ର ଉଦ୍ଧଘାଟନ
ବନ୍ଧୁଗାଁ ତା ୧୦/୧୧/୨୬, କୋରାପୁଟ ଜିଲ୍ଲା ଅନ୍ତର୍ଗତ ବନ୍ଧୁଗାଁ ବ୍ଲକଠାରେ ନୂତନ ଭାବରେ ଯାତ୍ରୀ ନିବାସ ର ଶୁଭାରମ୍ଭ କୋରାଯିବାକୁ ଥିବା ୪ କୋଟି ଟଙ୍କାର ଶିଳା ନ୍ୟାସର କାର୍ଯ୍ୟକୁ ଆରମ୍ଭ କରିବା ପାଇଁ ଆଜି ଲଷ୍ମୀପୂର ନିର୍ବାଚନ ମଣ୍ଡଳିର ବିଧାୟକ ଶ୍ରୀ ପବିତ୍ର ସାଉଁତା ଙ୍କୁ ସର୍ବ ପ୍ରଥମେ ସ୍ୱାଗତ ଓ ଜଣାଇବା ସହ ଫୁଲ ତଡା ଦେଇ ସମ୍ଭର୍ଦ୍ଧନା କରି ବଜା ବଜେଇ ନାଚ ଗୀତରେ ସ୍ୱାଗତମ ଜଣାଇବା ପରେ ଶ୍ରୀ ସାଉନ୍ତା ଙ୍କ ଦ୍ୱାରା ଭୂମି ପୂଜା କୋରାଯାଇଥିଲା I ଏଥି ସହିତ ବନ୍ଧୁଗାଁ ପଞ୍ଚାୟତର ଦାସିନୀ ଗ୍ରାମ ଠାରେ ପ୍ରଥମରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ୁଥିବା ଛାତ୍ରଛାତ୍ରୀ ଙ୍କ ପାଇଁ ୧୧ ଲକ୍ଷ ଟଙ୍କାର ବ୍ୟୟରେ ହୋଇଥିବା ଅତିରିକ୍ତ ଶ୍ରେଣୀ ଗୃହ ରିବେନ ଫିତା କାଟି ଶୁଭାରମ୍ଭ କରିଥିଲେ I ଏଥିରେ ବନ୍ଧୁଗାଁ ବ୍ଲକର ଅଧ୍ୟକ୍ଷା ସୁଶ୍ରୀ ଲଷ୍ମୀ ମିଣ୍ୟାକା, ବନ୍ଧୁଗାଁ ବ୍ଲକ ବିଡ଼ିଓ ଶ୍ରୀ ଅସିତ କୁମାର ମହାନ୍ତି, ଏଇ ଶ୍ରୀ ମହେଶ୍ୱର ପାତ୍ର,ବନ୍ଧୁଗାଁ ପଞ୍ଚାୟତ ର ସରପଞ୍ଚ ଶ୍ରୀମତି ଲଷ୍ମୀ କାଡ୍ରାକା, ବଡ଼ ସରପଲି ପଞ୍ଚାୟତ ର ସରପଞ୍ଚ ସୁନ୍ଦୁରୁ ପିଡ଼ିକା, ଓ ଆଲମଣ୍ଡା ପଞ୍ଚାୟତ ର ସୋରପଞ୍ଚ ଗୌରୀ ମେଲେକା, ବନ୍ଧୁଗାଁ ବ୍ଲକର କଂଗ୍ରେସ ସାଂସଦ ପ୍ରତିନିଧି ଶ୍ରୀ ଲଖଣ ଖସଲା, ବ୍ଲକ କଂଗ୍ରେସ ସଭାପତି ଡ଼ି. ଏଙ୍କାଟି ଓ ବନ୍ଧୁଗାଁ ଅଞ୍ଚଳରୁ ଆସିଥିବା ଛୋଟ ବଡ଼ ଭଦ୍ର ବ୍ୟକ୍ତିମାନେ ଉପସ୍ଥିତ ହୋଇଥିଲେ I ସଞ୍ଜିବ କୁମାର ବାଙ୍ଗାରୀ ରିପୋର୍ଟର I
ଦୀପାବଳିରେ ଗଠିତ ହେଲା ନିଲାବାଡ଼ି କୁଟୁମ୍ବ, ଏକତା ଓ ଭାଇଚାରାର ବାର୍ତ୍ତା ଦେଲେ ସଦସ୍ୟ
ବନ୍ଧୁଗାଁ ତା, ୧୧/୧୧/୨୬ଆଲୋକର ପର୍ବ ଦୀପାବଳି ଅବସରରେ ନିଲାବାଡ଼ି ଦଳିତ ସାହିରେ ଏକ ନିଆରା ପ୍ରୟାସ। ଗାଁର ମୂଳ ନିବାସୀମାନଙ୍କୁ ନେଇ ଗଠନ ହୋଇଛି ଏକ ନୂତନ କୁଟୁମ୍ବ। ଏହି କୁଟୁମ୍ବ ମାଧ୍ୟମରେ ଗାଁରେ ଏକତା, ଭାଇଚାରା ଓ ପରସ୍ପର ସହଯୋଗର ଭାବନାକୁ ଆହୁରି ମଜବୁତ କରିବାକୁ ସମସ୍ତେ ସଂକଳ୍ପ ନେଇଛନ୍ତି।ନିଲାବାଡ଼ିର ଏହି ନୂତନ କୁଟୁମ୍ବର ମୁଖ୍ୟ ନାୟକ ଭାବେ ରାମସ୍ୱାମୀ ଖରା, ଚାମୁରୁ ଆର୍ସାଡ଼ା, ସଞ୍ଜୟ କୁମାର ପାଣି, ବନମାଳୀ ଖରା, ଅମିତ କନ୍ଧପାଣି, ଲାଚାନା ଖରା ଓ ଏଙ୍କେଟି ଭତ୍ରାଙ୍କୁ ଚୟନ କରାଯାଇଥିବା ବେଳେ ଦାଙ୍ଗଡ଼ା ମାଝୀ ଭାବେ ଦିଲ୍ଲୀପ ଖରା ଓ ଗୁରୁନାଥ ଖରାଙ୍କୁ ମନୋନୀତ କରାଯାଇଛି।ପାରମ୍ପରିକ ରୀତିନୀତି ଅନୁସାରେ ଦୀପାବଳି ଉତ୍ସବ ଅବସରରେ ଏହି ଆଠ ଜଣ ମୁଖ୍ୟ ବ୍ୟକ୍ତିଙ୍କୁ ହଳଦୀ, ଚନ୍ଦନ ଓ ସିନ୍ଦୂର ପାଣିରେ ଗାଧୋଇ ନୂତନ ବସ୍ତ୍ର ପରିଧାନ କରାଯାଇଥିଲା। ଏହାପରେ ଗାଁ ପରିକ୍ରମା କରି ଶ୍ରୀଶ୍ରୀ ଅଗ୍ନିଗଙ୍ଗାମାଁ ସୁରୀକିତାଲାମ୍ମା ଠାକୁରାଣୀଙ୍କ ଆଶୀର୍ବାଦ ଗ୍ରହଣ କରିଥିଲେ।ଏହି ଉତ୍ସବରେ କୁଟୁମ୍ବର ସମସ୍ତ ସଦସ୍ୟ ଓ ପରିବାରବର୍ଗ ନୂତନ ବସ୍ତ୍ର ପରିଧାନ କରି ନାଚଗୀତରେ ମସଗୁଲ ଗାଁ ଦାଣ୍ଡ କମ୍ପି ଉଠୁଥିଲା । ବିଶେଷ ଆକର୍ଷଣ ସାଜିଥିଲା କୋରାପୁଟିଆ ପାରମ୍ପରିକ ଢେମସା ନୃତ୍ୟ। ପରେ ସମସ୍ତେ ଏକାଠି ହୋଇ ଖାସି ମାଂସ, ବିରିୟାନି ଆଦି ସୁସ୍ୱାଦୁ ଖାଦ୍ୟରେ ସାମୂହିକ ଭୋଜିର ଆନନ୍ଦ ନେଇଥିଲେ। ଏହା ସହିତ ଆରିସା ପିଠା ପ୍ରସ୍ତୁତ କରାଯାଇ ପ୍ରତ୍ୟେକ ଘରକୁ ବଣ୍ଟନ କରାଯାଇଥିଲା।ଏହି ଅବସରରେ ନିଲାବାଡ଼ି କୁଟୁମ୍ବର ସମସ୍ତ ସଦସ୍ୟ ଏକତ୍ରିତ ହୋଇ ଶପଥ ନେଇଥିଲେ ଯେ, କୁଟୁମ୍ବର କୌଣସି ସଦସ୍ୟଙ୍କ ସୁଖଦୁଃଖ, ଅସୁବିଧା ଓ ବିପଦ ସମୟରେ ସମସ୍ତେ ମିଳିମିଶି ସହଯୋଗ କରିବେ। ପରସ୍ପର ମଧ୍ୟରେ ଏକତା ଓ ସହଯୋଗ ରହିଲେ ଯେକୌଣସି ବାଧାବିଘ୍ନକୁ ସହଜରେ ଦୂର କରାଯାଇପାରିବ ବୋଲି ସମସ୍ତେ ମତ ପ୍ରକାଶ କରିଥିଲେ।ଦୀପାବଳିର ଆଲୋକରେ ନିଲାବାଡ଼ି କୁଟୁମ୍ବର ଏହି ନିଆରା ପ୍ରୟାସ ସମାଜକୁ ଏକତା, ଭାଇଚାରା ଓ ସାମୂହିକ ସହଯୋଗର ଏକ ସୁନ୍ଦର ବାର୍ତ୍ତା ପ୍ରଦାନ କରିଛି। ଚଳିତ ଦିପାବଳୀ ଉତ୍ସବ ଟିକୁ ଉଦୟ, ଦୁର୍ଜ,ଅନିଲ,ସପ୍ତଗିରୀ, ଅର୍ଜୁନ,ବୁଲୁ ,ମୁନ୍ନା, ପ୍ରଶାନ୍ତ , ଅଭୀ ପ୍ରମୁଖ ଯୁବ ବର୍ଗର ସହଯୋଗରେ ସୁରୁଖୁରୁରେ ସମାପ୍ତ ହୋଇଥିଲା।
ସଞ୍ଜିବ କୁମାର ବଙ୍ଗାରୀ ରିପୋର୍ଟର

