ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭବାନୀପାଟଣାରେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଅବସରପ୍ରାପ୍ତ ଶିକ୍ଷକ ଗଙ୍ଗାଧର ପ୍ରଧାନଙ୍କ ଧର୍ମପତ୍ନୀ ଶାନ୍ତିଲତା ପ୍ରଧାନଙ୍କ ପରଲୋକ

ଭବାନୀପାଟଣାରେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଅବସରପ୍ରାପ୍ତ ଶିକ୍ଷକ ଗଙ୍ଗାଧର ପ୍ରଧାନଙ୍କ ଧର୍ମପତ୍ନୀ ଶାନ୍ତିଲତା ପ୍ରଧାନଙ୍କ ପରଲୋକ

ଭବାନୀପାଟଣା  ଭବାନୀପାଟଣା ସହରର ପୁରୁଣାପଡ଼ା ନିବାସୀ ତଥା ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ଗଙ୍ଗାଧର ପ୍ରଧାନଙ୍କ ଧର୍ମପତ୍ନୀ ଶାନ୍ତିଲତା ପ୍ରଧାନ (୭୦) ଆଜି ନାହିଁନ୍ତି। ଗତକାଲି ଅପରାହ୍ନ ପ୍ରାୟ ୪:୦୦ ଟା ସମୟରେ ହଠାତ୍ ଅସୁସ୍ଥତା ଅନୁଭବ କରନ୍ତେ ତାଙ୍କୁ ପ୍ରଥମେ ହିଲ ଟାଉନ ସ୍ଥିତ ବେସରକାରୀ କଳାହାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମାତ୍ର ସେଠାରେ ସ୍ୱାସ୍ଥ୍ୟବସ୍ଥାରେ ଆଶାନୁରୂପ ଉନ୍ନତି ନ ଘଟିବାରୁ ତାଙ୍କୁ କଳାହାଣ୍ଡି ଜିଲ୍ଲା ର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ପହଞ୍ଚିବା ପରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ। ହୃଦଘାତରେ ସରକାରୀ ମେଡିକାଲରେ ସନ୍ଧ୍ୟା ୭:୦୦ ଟା ସମୟରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।

ମୃତ୍ୟୁବେଳକୁ ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା। ସ୍ୱର୍ଗତା ଶାନ୍ତିଲତା ପ୍ରଧାନ ଜଣେ ମେଳାପୀ, ସ୍ନେହୀ, ସରଳ ଓ ପରୋପକାରୀ ମହିଳା ଭାବରେ ସ୍ଥାନୀୟ ଅଞ୍ଚଳରେ ବେଶ୍ ପରିଚିତ ଥିଲେ। ତାଙ୍କର ଅକାଳ ବିୟୋଗରେ ପରିବାରବର୍ଗଙ୍କ ସମୟରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ଶେଷ ସମୟରେ ତାଙ୍କର ଧର୍ମପତ୍ନୀଙ୍କ ଶେଷ ଦର୍ଶନ ପାଇଁ ସ୍ୱାମୀ ଶ୍ରୀ ଗଙ୍ଗାଧର ପ୍ରଧାନ, ଦୁଇ ପୁତ୍ର ମନୋଜ ଓ ସରୋଜ, ବଡ଼ ଝିଅ ଜ୍ୟୋତ୍ସ୍ନାମୟୀ ଏବଂ ଜ୍ୱାଇଁ ଶ୍ରୀ ଦୁଃଖୀଶ୍ୟାମ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ଏହାବ୍ୟତୀତ ପରିବାରର ଅନ୍ୟାନ୍ୟ ସଦସ୍ୟ, ଉଭୟ ପୁତ୍ରବଧୂ, ଝିଅ ଓ ଜ୍ୱାଇଁମାନେ ଉପସ୍ଥିତ ରହି ଶେଷ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

ଗତକାଲି ରାତ୍ରୀ ସମୟରେ ସ୍ଥାନୀୟ ପୁରୁଣାପଡ଼ା ଆଦର୍ଶ ଶ୍ମଶାନ ଠାରେ ତାଙ୍କର ଶବ ସଂସ୍କାର କରାଯାଇଥିଲା। ବଡ଼ ପୁଅ ମନୋଜ ପ୍ରଧାନ ଏବଂ ସାନ ପୁଅ ସରୋଜ ପ୍ରଧାନ ମିଳିତ ଭାବେ ମୁଖାଗ୍ନି ଦେଇଥିଲେ। ତାଙ୍କୁ ଶେଷ ବିଦାୟ ଦେବା ପାଇଁ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ସମ୍ପର୍କୀୟ ଓ ସ୍ଥାନୀୟ ଅଞ୍ଚଳର ବହୁ ଲୋକ ଶ୍ମଶାନରେ ଉପସ୍ଥିତ ଥିଲେ।

Related posts

ସାମ୍ବାଦିକଙ୍କ ପ୍ରତି ଲୋକଙ୍କ ବିଶ୍ୱାସ ରହିଛି

Sunil Chandra Nayak

ଏସିଆ କପ୍ ହକି ଚାମ୍ପିଅନସିପରେ ଶିଲାନନ୍ଦ ଲାକ୍ରାଙ୍କ ଉତ୍କୃଷ୍ଟ ପ୍ରଦର୍ଶନ ସେମିଫାଇନାଲ ମ୍ଯାଚରେ ମ୍ୟାନ୍‌ ଅଫ୍ ଦି ମ୍ୟାଚ୍

Sunil Chandra Nayak

ଉତ୍କଳ ଆଲୁମିନା କାରଖାନା ର ବିଷାକ୍ତ ପ୍ରଦୂଷଣ ଅଭିଯୋଗ ଘଟଣା ରେ ରାଜସ୍ୱ ଓ ପ୍ରଦ୍ୟୁଷଣ ବିଭାଗ ର ତଦନ୍ତ

Sunil Chandra Nayak

Leave a Comment

error: Content is protected !!