ସ୍ବଚ୍ଛତା ପାଇଁ ଜାତୀୟ ସ୍ତରର ସମ୍ବନ୍ଧିତ ହେଲା ଆସିକା ପୌରପରିଷଦ
ଆସିକା: (୧୫।୧୧/୨୬)(ଶିବ ଶଙ୍କର ମିଶ୍ର ) ସ୍ଵଚ୍ଛତା କ୍ଷେତ୍ରରେ ଜାତୀୟ ସ୍ତରରେ ଗଞ୍ଜାମ ଜିଲ୍ଲା ସହ ସମଗ୍ର ଓଡ଼ିଶା ପାଇଁ ଗୌରବ ଆଣିଛି ଆସିକା ପୌରପରିଷଦ । ସ୍ଵଚ୍ଛ ସର୍ବେକ୍ଷଣ ୨୦୨୫-୨୬ ରେ ଦେଶର ସହରାଞ୍ଚଳ ସ୍ଥାନୀୟ ସଂସ୍ଥା (ୟୁ ଏଲ ବି) ମଧ୍ୟରେ ୨০,০০০ ଓ ୫০,০০০ ଜନସଂଖ୍ୟା ବର୍ଗରେ ଆସିକା ପୌରପରିଷଦ ଜାତୀୟ ସ୍ତରରେ ଦ୍ଵିତୀୟ ସ୍ଥାନ ହାସଲ କରିଛି। ଏହି ସଫଳତା କେବଳ ଗଞ୍ଜାମ ନୁହେଁ, ସମଗ୍ର ଦକ୍ଷିଣ ଓଡ଼ିଶା ପାଇଁ ଏକ ଉଲ୍ଲେଖନୀୟ ଉପଲବଧ। ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ଆୟୋଜିତ ସ୍ଵଚ୍ଛ ସର୍ବେକ୍ଷଣ ୨୦୨୫-୨୬ ପୁରସ୍କାର ପ୍ରଦାନ ସମାରୋହରେ ମାନ୍ୟବର ରାଷ୍ଟ୍ର ପତି ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଏହି ଅବସରରେ ଆସିକା ପୌରପରିଷଦର ଅଧ୍ଯକ୍ଷା ବିନୀତା ସ୍ଵାଇଁ, ନଗର ଉନ୍ନୟନ ବିଭାଗର ସ୍ଵତନ୍ତ୍ର ସଚିବ ତଥା ସ୍ଵଚ୍ଛ ଭାରତ ମିଶନ (ସହରାଞ୍ଚଳ) ର ମିଶନ ନିର୍ଦ୍ଦେଶକ ବିନୟ କୁମାର ଦାଶ, ଗଞ୍ଜାମ ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସମୀର କୁମାର ଜେନା ଓ ଆସିକା ପୌରପରିଷଦର ଭାରପ୍ରାପ୍ତ ନିର୍ବାହୀ ଅଧିକାରୀ ଆଶାଲତା ରଚାମାଳା ମାନ୍ୟବର ରାଷ୍ଟ୍ର ପତି ଙ୍କ ଠାରୁ ସ୍ଵଚ୍ଛତାର ବାର୍ଭାବହ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଓ ମାନପତ୍ର ଗ୍ରହଣ କରିଥିଲେ।

