ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଦାମପାହାଡ଼ ଉଚ୍ଚ ବିଦ୍ୟାଳୟରେ ଚକ୍ଷୁ ତାଲିମ ଶିବିର

ବାଦାମପାହାଡ଼ ଉଚ୍ଚ ବିଦ୍ୟାଳୟରେ ଚକ୍ଷୁ ତାଲିମ ଶିବିର

ରାଇରଙ୍ଗପୁର – ୧୬/୧୧ ମୟୂରଭଂଜ ଜିଲ୍ଲାର କୁସୁମି ବ୍ଳକର ବାଦାମପାହାଡ ଉଚ୍ଚ ବିଦ୍ୟାଳୟ ପରିସରରେ ଶିକ୍ଷକ/ ଶିକ୍ଷୟତ୍ରୀମାନଙ୍କ ପାଇଁ ଏକ ଚକ୍ଷୁ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି ।ଶିଶୁ, ବାଳକ, ବାଳିକା, ବିଦ୍ଯାର୍ଥୀମାନଙ୍କର ଭଗବାନ ହେଉଛନ୍ତି ଅଭିଭାବକ, ଅଭିଭାବିକା , ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟତ୍ରୀ ।ପିଲାମାନଙ୍କର ବୌଦ୍ଧିକ, ଶାରିରୀକ , ଚାଲିଚଳନ, ହାବ ଭାବକୁ ଅତି ପାଖରୁ ଦେଖି ସୁଧାରିବାରେ ମୁଖ୍ୟ ଭୁମିକା ନିଭାଇଥାନ୍ତି ।ମାନବ ଜୀବନର ଚକ୍ଷୁର ଭୁମିକା ଅତି ଗୁରୁତ୍ବପୁର୍ଣ ।ତେଣୁ ଚକ୍ଷୁର ଯତ୍ନ ନେବା ଉଚିତ ।ବିଦ୍ୟାଳୟରେ ଚକ୍ଷୁପିଡିତା ବିଦାର୍ଥିମାନଙ୍କୁ ଚିହ୍ନଟ କରି ଚକ୍ଷୁ ପରୀକ୍ଷା କରାଇବା, ଚକ୍ଷୁ ପ୍ରତି ଯତ୍ନ ନେବା ପାଇଁ ସଚେତନ କରାଇବା, ଦୃଷ୍ଟି ବାଧିତ ମାନଙ୍କ ପାଇଁ ଚଷମା ପିନ୍ଧିବା ଓ ଚଷମାର ସଠିକ ଵ୍ଯଵହାର କରାଇବା ଉପରେ ରାଜ୍ୟ ସରକାରଙ୍କ ତରଫରୁ ବିଦ୍ୟାଳୟମାନଙ୍କରେ ପ୍ରତ୍ୟେକ ବିଦ୍ଯାର୍ଥିମାନଙ୍କୁ ଚିହ୍ନଟ କରାଇବା ପାଇଁ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କ ପାଇଁ ଚକ୍ଷୁ ତାଲିମ ଶିବିର ବ୍ୟବସ୍ଥା କରିଛନ୍ତି ।କୁସୁମି ଵ୍ଳକ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟର ଵିଆରଟି/ ସାଧନ କର୍ମି କୃଷ୍ଣଚନ୍ଦ୍ର ସେନାପତିଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ବାଦାମପାହାଡ଼ ଉଚ୍ଚ ବିଦ୍ୟାଳୟରେ ଆୟୋଜିତ ଚକ୍ଷୁ ତାଲିମ ଶିବିରରେ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟତ୍ରୀମାନଙ୍କୁ ଚକ୍ଷୁବାଧିତ ଵିଦ୍ଯାର୍ଥୀମାନଙ୍କ ପାଇଁ ତାଲିମ ଶିବିର କରାଯାଇଥିଲା ।ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସଵିତାରାଣୀ ବେହେରା ଚକ୍ଷୁ ସମ୍ବନ୍ଧୀୟ ଆଲୋକପାତ କରିଥିଲେ ।ସାଧନ କର୍ମୀ କୃଷ୍ନ ଚନ୍ଦ୍ର ସେନାପତି , ଚକ୍ଷୁ ଅପଥୋମିଷ୍ଟ ପଣ୍ଡୁରାମ ଵେଶ୍ରା,ମେଡିକାଲ ପିଏଚଇଓ ହିମାଂଶୁ ଶେଖର ବେହେରା ପ୍ରମୁଖ ଚକ୍ଷୁ ପରୀକ୍ଷା ତାଲିମ ପ୍ରଦାନ କରିଥିଲେ ।

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ୱାଳ 

Related posts

ଧର୍ମଗଡ ବିଧାୟକ ଙ୍କ ଜନସଂପର୍କ ଯାତ୍ରା। ଗାଁ ର ସମସ୍ୟା ଶୁଣିଲେ,ସମାଧାନ ପାଇଁ ପ୍ରତିଶ୍ରୁତି ଦେଲେ

Sunil Chandra Nayak

ରାଜ୍ୟ ସ୍ତରରେ ସମ୍ମାନିତ ହେବେ କ୍ରୀଡା ଶିକ୍ଷକ ଅମିତ କୁମାର ମହାନ୍ତି

Sunil Chandra Nayak

ଏସବିଆଇ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରତିଷ୍ଠାନ ତରଫରୁ ଏକ 30 ଦିନିଆ ବିୟୁଟି ପାର୍ଲର ଟ୍ରେନିଂ ଶିବିର କାର୍ଯ୍ୟକ୍ରମ ଉଦଘାଟନ     

masiha

Leave a Comment

error: Content is protected !!