ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନିଶାମୁକ୍ତ ସମାଜ ପାଇଁ ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗିତା

ନିଶାମୁକ୍ତ ସମାଜ ପାଇଁ ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗିତା

 କର୍ଲାମୁଣ୍ଡା, ୧୭/୧୧ (ସୁଶାନ୍ତ ରଣା): ମୋ ଭାରତ କଳାହାଣ୍ଡି ଶାଖା ନେତୃତ୍ୱରେ କର୍ଲାମୁଣ୍ଡା ବ୍ଳକ ଜନମଙ୍ଗଳ ଯୁବ ସଂଗଠନ ଅବୁଜବାହାଲ ଠାରେ ବ୍ଳକ ସ୍ତରୀୟ କ୍ରୀଡା ପ୍ରତିଯୋଗିତା କାର୍ଯ୍ୟକ୍ରମ ହୋଇଯାଇଛି। ଏଥିରେ ଫୁଟବଳ, କବାଡି, ଦୌଡ, ଚୌକି ବସା, ଦୌଡ଼ି ଡିଆଁ ଓ ସ୍ଲୋ ସାଇକଲ ପ୍ରତିଯୋଗିତା କରି କୃତକାର୍ଯ୍ୟ ହୋଇଥିବା ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଥିଲା। ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଯୁବ ଅଧିକାରୀ ବଂଶ ଶର୍ମା, ଜିଲ୍ଲା ଲେଖା କାର୍ଯ୍ୟକ୍ରମ ପର୍ଯ୍ୟବେକ୍ଷକ ଦୁତୀୟା ବନଛୋର, ଜଗନ୍ନାଥ ମହାବିଦ୍ୟାଳୟ ରିଷିଡା ଅଧ୍ୟକ୍ଷ ଗଦାଧର ପଧାନ ପ୍ରକୃତି ବନ୍ଧୁ ସନତ କୁମାର ସାହୁ ପ୍ରମୁଖ ଖେଳକୁଦ ମାଧ୍ୟମରେ ନିଶାମୁକ୍ତ ସମାଜ ଗଠନ କରିବା ଏକ ଅତ୍ୟନ୍ତ ପ୍ରଭାବଶାଳୀ ଏବଂ ସକାରାତ୍ମକ ପଦକ୍ଷେପ ଓ ଖେଳ କେବଳ ଶରୀରକୁ ସୁସ୍ଥ ରଖେ ନାହିଁ, ବରଂ ଯୁବପିଢ଼ିଙ୍କ ମନକୁ ସୃଜନଶୀଳ ଓ ଶୃଙ୍ଖଳିତ କରି ନିଶାଠାରୁ ଦୂରେଇ ରଖିବାରେ ସାହାଯ୍ୟ କରେ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ। ଏଥିରେ ଚୁଳମଣୀ ମାଝୀ, ଦୂର କୈବର୍ତ, ପଙ୍କଜିନୀ ମାଝୀ ଓ ସଂଗଠନ ସଭାପତି ଓମପ୍ରକାଶ ସାହୁ, ଖେଳ ଶିକ୍ଷକ ପିଙ୍କୁ ଚନ୍ଦନ, ଅଙ୍କିତ ପାଣ୍ଡେ, ସୁମିତ ସାହୁ, ଅଭିଷେକ ଚନ୍ଦନ, କାନ୍ନା ପଢି, ପ୍ରଶାନ୍ତ ମାଝୀ, ବିର୍ସା ମୁଣ୍ଡା ଯୁବକ ସଂଘ ରବୀନ୍ଦ୍ର ଭୋଇ ସମେତ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ।

Related posts

ଡାବୁଗାଁ ରେ ବିକଶିତ କୃଷି ସଂକଳ୍ପ ଅଭିଯାନ 

masiha

କେଶବ ନଗର ଶାଖାର ବ୍ୟକ୍ତି ନିର୍ମାଣରେ ଗୁରୁଙ୍କ ଭୂମିକା ଆଲୋଚନାଚକ୍ର 

Sunil Chandra Nayak

ବିଦ୍ୟୁତ ଆଘାତରେ ଲେତେର ଗ୍ରାମର ଜଣେ ମୃତ

Sunil Chandra Nayak

Leave a Comment

error: Content is protected !!