ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଇନର ହୁଇଲ ର ସାମାଜିକ କାର୍ଯ୍ୟକ୍ରମ

ଇନର ହୁଇଲ ର ସାମାଜିକ କାର୍ଯ୍ୟକ୍ରମ .

 ରାଉରକେଲା: ଇନର ହୁଇଲ କ୍ଲବ୍ ଅଫ୍ ରାଉରକେଲା ରିଭରସାଇଡ ତରଫରୁ ସାମାଜିକ କାର୍ଯ୍ୟକ୍ରମ ଅରେଞ୍ଜ ଦି ୱ।ଲ୍ଡ ( ମହିଳା ଓ ବାଳିକା ମାନଙ୍କ ବିରୁଦ୍ଧରେ ହିଂସାକୁ ବନ୍ଦ କରିବା ପାଇଁ ଏହା ଏକ ବିଶ୍ବସ୍ତରୀୟ ସଚେତନତା କାର୍ଯ୍ୟକ୍ରମ) ଛେଣ୍ଡ ସ୍ଥିତ ହୃଷିକେଶ ରାୟ ମହାବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। ରିଭର ସାଇଡ ର ସଭାପତି ଅଞ୍ଜଳି ହୋତାଙ୍କ ସଭାପତିତ୍ବ, ସମ୍ପାଦିକା ମଞ୍ଜୁଳା ପାତ୍ରଙ୍କ ସଂଯୋଜନାରେ ଏହି ସଚେତନତା କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷା ସାଗରିକା ନାୟକ, କ୍ରାଇମ୍ ର ବରିଷ୍ଠ ଇନ୍ସପେକ୍ଟର ଉମେଶ ଚନ୍ଦ୍ର ବେହେରା, ସମାଜସେବୀ ତଥା ଆଇନଜୀବୀ ବବିତା ମହାପାତ୍ର,ଡ ମୀନତି ପଣ୍ଡା,ଡ କିଶୋରୀ ଦାଶ ପ୍ରମୁଖ ଅତିଥି ତଥା ବକ୍ତା ଭାବେ ଯୋଗଦେଇ ନାରୀର ସାମାଜିକ ସୁରକ୍ଷା ଓ ହିଂସା ମୁକ୍ତ ଭବିଷ୍ୟତ ସମ୍ପର୍କରେ ଆଲୋଚନା କରିଥିଲେ। ଅତିଥି ମାନେ ସେମାନଙ୍କ ବକ୍ତବ୍ୟରେ କହିଲେ ଯେ ମହିଳା ଓ ପୁରୁଷ ଙ୍କ ମଧ୍ୟରେ ତାରତମ୍ୟ ନାହିଁ । ଯଦିଓ ଆମର ପୁରୁଷ ପ୍ରଧାନ ଦେଶ। ତେବେ ନାରୀ ମାନଙ୍କ ପ୍ରତି ମାନସିକ, ଶାରିରୀକ, ଆର୍ଥିକ ଶୋଷଣ ବନ୍ଦ କରିବା,ଯୈ।ନ ନିର୍ଯାତନା,ଲିଙ୍ଗ କନ୍ୟା ଭୃଣ ହତ୍ୟା, ନାରୀ ହିଂସା ରୋକିବା, ଶାରୀରିକ ଓ ଶିକ୍ଷା ଉପରେ ଗୁରୁତ୍ୱାରୋପ, ପରିବାରରେ ନାରୀ ମାନଙ୍କ ଭୂମିକା ସମ୍ପର୍କରେ ବ୍ୟାପକ ଆଲୋଚନା କରିଥିଲେ। ଏହାସହ ନିଶାମୁକ୍ତ ଅଭିଯାନ, ଆବଶ୍ୟକ ସ୍ଥଳେ ୧୧୨ ନମ୍ବରର ଉପଯୋଗ,ଡ୍ରଗ୍ସ ଗଞ୍ଜେଇ ଠାରୁ ଦୂରେଇ ରହିବା ଓ ସଚେତନତା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଏହା ସହ ଛାତ୍ର ଛାତ୍ରୀଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଅତିଥି ମାନେ ରଖିଥିଲେ। ଏହି କାର୍ଯ୍ୟକ୍ରମରେ କ୍ଲବ୍ ର ଅନିତା ନାୟକ,ଭାରତୀ କର,ମୀନା ଶତପଥୀ, ଆରତୀ ପଣ୍ଡା, ସୁପ୍ରିୟା ମହାନ୍ତି ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ପ୍ରାରମ୍ଭରେ ସଭାପତି ଶ୍ରୀମତୀ ହୋତା ସ୍ବାଗତ ଭାଷଣ ସହ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଶେଷରେ ସମ୍ପାଦିକା ଶ୍ରୀମତୀ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ସେହିପରି ଅନୁଷ୍ଠାନ ତରଫରୁ ବିଦ୍ୟୁତ କଲୋନୀ ସରକାରୀ ବିଦ୍ୟାଳୟ ଠାରେ ଏକ ବିଜ୍ଞାନ ସମ୍ପର୍କିତ ପ୍ରଦର୍ଶନୀ ତଥା ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯାଇ ତଥା ଭଲ ପ୍ରଦର୍ଶିତ କରିଥିବା ମଡେଲ ଓ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ ସହ ସମସ୍ତ ଙ୍କ ମଧ୍ୟରେ ଖାତା,କଲମ, ଚକୋଲେଟ୍ ବଣ୍ଟନ କରାଯାଇଥିଲା।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ନବରଙ୍ଗପୁର ଓୟୁଜେର ଦାବୀ ପତ୍ର ପ୍ରଦାନ

masiha

ପ୍ରଗତି ଉତ୍କଳ ସଂଘ ଆନୁକୂଲ୍ୟରେ ନାରୀ କବି ସମ୍ମିଳନୀ ଓ କବିତା ପାଠୋତ୍ସବ 

masiha

ରେଜେଙ୍ଗାଲା ସହୀଦ ମାଟି କଳସ ଯାତ୍ରାକୁ ଭବ୍ୟ ସ୍ଵାଗତ 

masiha

Leave a Comment

error: Content is protected !!