ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ମନୋରଞ୍ଜନ

କଳିଙ୍ଗ ଷ୍ଟୁଡ଼ିଓରେ ଓଡ଼ିଆ ଚଳଚ୍ଚିତ୍ର “ଦେବକନ୍ୟା”ର ସ୍ୱତନ୍ତ୍ର ପ୍ରଦର୍ଶନ ବାଚସ୍ପତି ସୁରମା ପାଢ଼ୀଙ୍କୁ ଦେବକନ୍ୟା ଚଳଚ୍ଚିତ୍ରର ପ୍ରଥମ ଟିକେଟ ପ୍ରଦାନ 

କଳିଙ୍ଗ ଷ୍ଟୁଡ଼ିଓରେ ଓଡ଼ିଆ ଚଳଚ୍ଚିତ୍ର “ଦେବକନ୍ୟା”ର ସ୍ୱତନ୍ତ୍ର ପ୍ରଦର୍ଶନ

ବାଚସ୍ପତି ସୁରମା ପାଢ଼ୀଙ୍କୁ ଦେବକନ୍ୟା ଚଳଚ୍ଚିତ୍ରର ପ୍ରଥମ ଟିକେଟ ପ୍ରଦାନ 

ସୁପ୍ରିମ୍ ଏଣ୍ଟେର୍ଟେନମେଣ୍ଟ ପ୍ରଯୋଜିତ ଓଡ଼ିଆ ଚଳଚ୍ଚିତ୍ର “ଦେବକନ୍ୟା” ସାରା ଓଡ଼ିଶାରେ ଆସନ୍ତା ନଭେମ୍ବର ୨୦ ତାରିଖରେ ମୁକ୍ତିଲାଭ କରିବାକୁ ଯାଉଛି l ସେହି ଅବସରରେ ଏହାର ଏକ ସ୍ୱତନ୍ତ୍ର ପ୍ରଦର୍ଶନ କଳିଙ୍ଗ ଷ୍ଟୁଡିଓଠାରେ ଅନୁଷ୍ଠିତ ହୋଇଛି l ଓଡ଼ିଆ ଲୋକକଳା ଓ ଓଡ଼ିଆ ସଂସ୍କୃତି ପରମ୍ପରାକୁ ନେଇ ପ୍ରସ୍ତୁତ ଏହି ଚଳଚ୍ଚିତ୍ରଟି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ନେଇ ଆରମ୍ଭ କରାଯାଇଥିଲା l ଆଜି ସମସ୍ତ କଳାକାର, ଟେକ୍ନିସିଆନ, ପ୍ରଯୋଜକ, ନିର୍ଦ୍ଦେଶକ,ସଂଗୀତ ନିର୍ଦ୍ଦେଶକ ଓ ମିଡ଼ିଆ ଟିମ୍ ଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି, ବୁଦ୍ଧିଜୀବୀ ବହୁ ସଂଖ୍ୟାରେ ଉପସ୍ଥିତ ରହି ଚଳଚ୍ଚିତ୍ରକୁ ଉପଭୋଗ କରିଥିଲେ। ଦର୍ଶକଙ୍କ କରତାଳି ଓ ଶୁଭେଚ୍ଛା କଳାକାର ଦେବକନ୍ୟା ଟିମ କୁ ଉତ୍ସାହିତ କରିଵା ସହ ଭବିଷ୍ୟତ ପାଇଁ ଆଶାବାଦୀ କରି ପାରିଛି l ଏହି ସ୍ୱତନ୍ତ୍ର ପ୍ରଦର୍ଶନରେ ମାନନୀୟା ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ, ପୂର୍ବତନ ବିଧାୟକ ବରିଷ୍ଠ ସମାଜସେବା ସୁରେଶ ରାଉତରାୟ, ଏକାମ୍ର ବିଧାୟକ ବାବୁ ସିଂ, ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ଏବଂ ଡଃ ରୋଜାଲିନ୍ ପଟ୍ଟଶାଣି ଯୋଗଦେଇଥିଲେ l ତାଙ୍କ ସହିତ ମଞ୍ଚରେ କଲଚରାଲ ଆଡ଼ଭାଇଜର ଆଶୁତୋଷ ତ୍ରିପାଠୀ, ପ୍ରଯୋଜକ ସୁରେଶ ସାହୁ, କୁନା ତ୍ରିପାଠୀ, ନାୟକ ଶୁଭାଶିଷ ଶର୍ମା (ମଣ୍ଟୁ), କେଦାର ମିଶ୍ର, ଅଭିନେତ୍ରୀ ସୁଶ୍ରୀଙ୍କ ପ୍ରମୁଖ ଉପସ୍ଥିତ ଥିଲେ l 

କାହାଣୀଟି ପ୍ରସିଦ୍ଧ ନାଟ୍ୟକାର ଶଙ୍କର ତ୍ରିପାଠୀ ରଚନା କରିଥିବା ବେଳେ ସୁରେଶ ସାହୁ ଓ ଭାର୍ଗବୀ ତ୍ରିପାଠୀ ପ୍ରଯୋଜନା କରିଛନ୍ତି। ନିର୍ଦ୍ଦେଶନା ରାଶେଷ ମହାନ୍ତି, ସଂଗୀତ ବିକାଶ ଦାସ, ନୃତ୍ୟ ନିର୍ଦ୍ଦେଶନା ଲୁବୁନ ଟୁବୁନ ଓ ବିଦୁ, ଚିତ୍ରତ୍ତୋଳନ ସୁଦର୍ଶନ ସେନାପତି ଓ ସମ୍ପାଦନା ଚନ୍ଦ୍ରଶେଖର ମିଶ୍ର କରିଛନ୍ତି l କାର୍ଯ୍ୟକାରୀ ପ୍ରଯୋଜକ ମହେଶ ବାରିକ ଓ ପ୍ରଡକସନ୍ ଡିଜାଇନର ଭରତ ସେଠୀ ଦାୟିତ୍ୱ ତୁଲାଇଥିବା ବେଳେ ଆଶୁତୋଷ ତ୍ରିପାଠୀ କଲଚରାଲ ଆଡ଼ଭାଇଜରଙ୍କ ତତ୍ତ୍ଵବଧାନରେ ସମ୍ପୂର୍ଣ୍ଣ ସିନେମା ପ୍ରସ୍ତୁତ ହୋଇଚି l ପ୍ରଚାର ଓ ପ୍ରସାର ଦାୟିତ୍ୱରେ ପ୍ରଣୟ ଜେଠୀ ଓ ଟିମ ସମ୍ଭାଳିଛନ୍ତି। ଏଥିରେ ଅଭିଜ୍ଞ କଳାକାର କୁନା ତ୍ରିପାଠୀ, ଅଶ୍ରୁ୍ମୋଚନ ମହାନ୍ତି, କେଦାର ମିଶ୍ର, ରବି ମିଶ୍ର, ଦେବ, ରବୀନ୍ଦ୍ରନାଥ ସିଂ, ନବଗତା ନୂତନ, ଲୋପା, ଧରିତ୍ରୀ, ଶମ୍ଭୁନାଥ ଖୁଣ୍ଟିଆ, ବିପିନ ଗୋଛିକାର ଓ ଶିଶୁ କଳାକାର କିରନଜିତ ଅଭିନୟ କରିଛନ୍ତି l ଏହି ସିନେମାର ନାୟକ ଶୁଭାଶିଷ ଶର୍ମା ଦେବକନ୍ୟା ଶୀର୍ଷକ ଭୂମିକାରେ ଅବତୀର୍ଣ୍ଣ ହେଇଥିଵା ବେଳେ ନବଗତା ନାୟିକା ସୁଶ୍ରୀ ଙ୍କୁ ଦେଖିବାକୁ ମିଳିବ l ଆଜିର ସ୍ୱତନ୍ତ୍ର ପ୍ରଦର୍ଶନ କାର୍ଯ୍ୟକ୍ରମରେ ଦେବକନ୍ୟା ପରିବାର ଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମକୁ ପ୍ରଣୟ ଜେଠୀ ଓ ଅଭିନେତା କୁନା ତ୍ରିପାଠୀ ସଂଚାଳନ କରିଥିଲେ l

ଅମୃତ ନନ୍ଦ ଙ୍କ ରିପୋର୍ଟ୍ 

Related posts

ଅମାବାସ୍ୟାର ଜହ୍ନ*ଦୂରଦର୍ଶନ ଓଡ଼ିଆ ରେ ପ୍ରଦର୍ଶିତ ହେବ

Sunil Chandra Nayak

ରଜରେ ରାଜ୍ କଲା ସୁପରଷ୍ଟାର ଅନୁଭବ ମହାନ୍ତି ଙ୍କ ଫିଲ୍ମ ‘ଲଭ୍ ଇନ୍ ଲଣ୍ଡନ’

Sunil Chandra Nayak

ସଂପର୍କ’ ଆୟୋଜିତ ଜାତୀୟ ନାଟକ ମହୋତ୍ସବର ଚତୁର୍ଥ ସଂଧ୍ୟାର ନାଟକ ‘ଅତୀତ୍ କେ ବାତାୟନ’

masiha

Leave a Comment

error: Content is protected !!