ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରୁପ୍ରା ପ୍ରାଥମିକ କୃଷି ସମବାୟ ସମିତିର ବୈଠକ ଓ ସମିତି ସ୍ତରୀୟ ଧାନ କ୍ରୟ କମିଟି ପ୍ରତିନିଧି ଚୟନ  

ରୁପ୍ରା ପ୍ରାଥମିକ କୃଷି ସମବାୟ ସମିତିର ବୈଠକ ଓ ସମିତି ସ୍ତରୀୟ ଧାନ କ୍ରୟ କମିଟି ପ୍ରତିନିଧି ଚୟନ  

ରୁପ୍ରା, 20/11 (ଅଜୟ ସେନାପତି ) : ନର୍ଲାବ୍ଲକ ଅନ୍ତର୍ଗତ ରୁପ୍ରା ପ୍ରାଥମିକ କୃଷି ସମବାୟ ସମିତିର ବୈଠକ ପେକ୍ସ୍ ପରିସରରେ ସଭାପତି ସରୋଜ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ପେକ୍ସ୍ ମୁଖ୍ୟ କାର୍ଯ୍ୟନିର୍ବାହୀ କୁମୁଦ ଚନ୍ଦ୍ର ମହାନନ୍ଦ ବୈଠକ ସମ୍ପର୍କରେ ସୂଚନା ଦେବା ସହ ପୂର୍ବ ବୈଠକର ବିବରଣୀ ପ୍ରଦାନ କରିଥିଲେ। ସେହିପରି ସମିତିର ବାର୍ଷିକ ସାଧାରଣ ସଭା, ରୁପ୍ରା ଜଗନ୍ନାଥ ମନ୍ଦିର ଛକରେ ସମିତିର ନବ ନିର୍ମିତ କାର୍ଯ୍ୟାଳୟ ଗୃହ ଓ ଗୋଦାମ ଗୃହ ଉଦଘାଟନ ବାବଦରେ, ସମିତିର ବହୁବିଧ ବ୍ୟବସାୟ ବୃଦ୍ଧି ସମ୍ପର୍କରେ ଆଲୋଚନା ହୋଇଥିଲା। ସେହିପରି ସମିତି ସ୍ତରୀୟ ଧାନ କ୍ରୟ କମିଟି ଗଠନ ଓ ଚାଷୀ ପ୍ରତିନିଧିଙ୍କ ନାମ ଚୟନ କରାଯାଇଥିଲା। ଉକ୍ତ କମିଟିରେ ଚାଷୀ ପ୍ରତିନିଧି ଭାବରେ ବିଷ୍ଣୁ ଚରଣ ସେନାପତି, ଭରତ ଚନ୍ଦ୍ର ଖମାରୀ, କମଳାକାନ୍ତ ଭୋଇ, ଅର୍ଜୁନ ପଧାନ, ରବିଚନ୍ଦ୍ର ନାଏକ ଓ ମୁରଲି ସାହୁଙ୍କ ନାମ ମନୋନୀତ ହୋଇଥିବା ବେଳେ କମିଟିରେ ରୁପ୍ରା ରାଜସ୍ବ ନିରୀକ୍ଷକ ନିହାରିକା ଦୋରା, ରୁପ୍ରା ଭିଏଡବ୍ଲୁ ତିଳୋତ୍ତମା ସାଗର ଓ ମୁସ୍କୁଟି ଭିଏଡବ୍ଲୁ ରୁଷିମଣି ଗୌଡ, ରୁପ୍ରା ପିଇଓ ଦୁଲଣା ମାଝୀ, ମୁସ୍କୁଟି ପିଇଓ କୃଷ୍ଣଚନ୍ଦ୍ର ସାହୁ ଓ କର୍ମେ ଗାଁ ପିଇଓ ରୋହିତ ପଧାନ ରହିଛନ୍ତି। ଉକ୍ତ ବୈଠକରେ ରୁପ୍ରା ପେକ୍ସ୍ ଡାଇରେକ୍ଟର ହରେକୃଷ୍ଣ ବେହେରା, ଅଜୟ କୁମାର ସେନାପତି, ହିରାଧର ସାହୁ, ଚୁଡାମଣି ବିଶ୍ୱାଳ, ଜୟଦେବ ଖମାରୀ, କବିରାଜ ସାହୁ, ଗୋବିନ୍ଦ ସାହୁ, ଜଗୁଜୀବନ ମହାନନ୍ଦ ଓ ଟଙ୍କଧର ଭୋଇ, ଆର୍ ଏମ୍ ସି କର୍ମଚାରୀ ଟଙ୍କଧର ଖମାରୀ, ଚାଷୀ ବିକାଶ ସେନାପତି, ଭୋଳା ଦୀପ, ଟୁକୁ ସାହୁ ଓ କାଲିଆ ସେନାପତି, ପେକ୍ସ୍ କର୍ମଚାରୀ ଭବାନୀ ଶଙ୍କର ସେନାପତି, ଅକ୍ଷୟ ନାଏକ ଓ ଯୋଶେଫ ମାଝୀ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଶେଷରେ ପେକ୍ସ୍ ସଭାପତି ଶ୍ରୀ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।

Related posts

ଭଗଵାନ ବିର୍ସା ମୁଣ୍ଡାଙ୍କ ବଳିଦାନ ଦିବସ ରେ ବିଜେପିର ଶ୍ରଦ୍ଧାଞ୍ଜଳି

masiha

ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ଆହ୍ଵାନ କ୍ରମେ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ         

masiha

ସମସ୍ୟା ଘେରରେ ଚିଲିଗୁଡ଼ା ଅଲେଖ ମହିମା ମଠ

masiha

Leave a Comment

error: Content is protected !!