ଦାଶିଗାଁ ସାପ୍ତାହିକ ବଜାର ପ୍ରାଙ୍ଗଣ ଠାରେ ଚାଷୀ କମିଟି ଗଠିତ
ଜୁନାଗଡ, ୨୧/୧୧ (ମନୀସ) କଳାହାଣ୍ଡି କୃଷିଜିବୀ କଲ୍ୟାଣ ସଂଘର ଆବାହକ ଡ଼ା ବିଶ୍ବନାଥ କର ଙ୍କ ଆହ୍ୱାନ କ୍ରମେ ଗାଁ କୁ ଚାଲ ଅଭିଯାନ ଦ୍ୱାରା ଜୁନାଗଡ ବ୍ଲକ୍ ସ୍ଥିତ ଦାଶିଗାଁ ସାପ୍ତାହିକ ବଜାର ପ୍ରାଙ୍ଗଣ ଠାରେ ଦାଶିଗାଁ ଗ୍ରାମ ପଂଚାୟତର ଚାଷୀ କମିଟି ଗଠନ ହୋଇ ଯାଇଛି। ଉକ୍ତ ବୈଠକରେ ଦାଶିଗାଁ ଗ୍ରାମ ପଂଚାୟତର ବିଭିନ୍ନ ଗ୍ରାମରୁ ଶତାଧିକ ଚାଷୀ ଭାଇ ଭଉଣୀଙ୍କ ଉପସ୍ଥିତରେ ଏକ ସଭା ଅନୁଷ୍ଠିତ ହୋଇଥିଲା, ଉକ୍ତ ସଭାରେ ବରିଷ୍ଠ ଚାଷୀ ଶ୍ରୀଯୁକ୍ତ ପଞ୍ଚାନନ ଲହଜଲ୍ ସଭାପତିତ୍ବ କରିଥିଲେ ଓ କଳାହାଣ୍ଡି କୃଷିଜିବୀ କଲ୍ୟାଣ ସଂଘର ଆବାହକ ତଥା ବରିଷ୍ଠ ସମାଜସେବୀ ଡ଼ା. ବିଶ୍ୱନାଥ କର ସଭା ପରିଚାଳନା କରି ସଂଗଠନକୁ ଗ୍ରାମାଭିମୁଖୀ ଓ ସଶକ୍ତୀ କରଣ ଉପରେ ଗୁରୁତ୍ୱ ଦେଇ ସମଗ୍ର ଜିଲ୍ଲାରେ ଗ୍ରାମ୍ୟ ଚାଷୀ କମିଟି, ପଂଚାୟତ ସ୍ତରୀୟ ଚାଷୀ କମିଟି ଓ ବ୍ଲକ୍ ସ୍ତରୀୟ ଚାଷୀ ଗମିଟି ଗଠନ ଉପରେ ପୁଙ୍ଖାନପୁଙ୍ଖ ଆଲୋଚନା କଲା ପରେ ଅଦ୍ୟ ସଭାରେ ସମସ୍ତ ଚାଷୀଙ୍କ ସହମତି ରେ ଏହି ପଂଚାୟତର ଚାଷୀ କମିଟି ଗଠନ ହୋଇଥିଲା। ସଭାପତି ରୂପେ ପୂର୍ବତନ ସରପଞ୍ଚ ଶ୍ରୀନିବାସ ସାହୁ, ସମ୍ପାଦକ ରୂପେ ରବି ବେମାଲ ଓ ଉପସଭାପତି ରୂପେ ପ୍ରମୋଦ କୁମାର ବେହେରା ସର୍ବ ସମ୍ମତ୍ତି ରୂପେ ଚୟନ ହୋଇ ସମସ୍ତ ନେତ୍ରୁ ମଣ୍ଡଳୀଙ୍କ ଗହଣରେ ଶପଥ ଗ୍ରହଣ କରିଥିଲେ। ଆଗାମୀ ଦିନରେ ଚାଷୀ ସଂଗଠନ କୁ ଗ୍ରାମାଭିମୁଖୀ କରି ଚାଷୀଙ୍କ ହକ୍ ଓ ଅଧିକାରକୁ ବଜାୟ ରଖିବାକୁ ଉପସ୍ଥିତ ଚାଷୀମାନେ ବକ୍ତବ୍ୟରେ ପ୍ରକାଶ କରି ମଣ୍ଡିରେ ଧାନ ବିକିବା ପାଇଁ ସରକାରଙ୍କ ଏଗ୍ରୀଷ୍ଟିକ ନିୟମକୁ ବିରୋଧ, ରାସାୟନିକ ସାର ଓ କୀଟନାଶକ ଔଷଧର ଆଶାତୀତ ଦର ବୃଦ୍ଧିକୁ ବିରୋଧ, ଧାନ କିଣା ରେ ଦଲାଲି ରୋକିବା, କଟନି ଛଟନି ବନ୍ଦ୍ କରିବା, ବସ୍ତା ବାବଦରେ ଏକ କେଜି ଧାନରୁ ଅଧିକ ଧାନ ଦଲାଲ ମାନେ ଚାଷୀଙ୍କ ଠୁ ନେବା ବନ୍ଦ୍ କରିବା ଓ ନିର୍ଦ୍ଧିଷ୍ଟ ସମୟରେ ସମସ୍ତ ଚାଷୀଙ୍କ ଧାନକୁ ତୁରନ୍ତ କିଣି ୨୪ ଘଣ୍ଟା ମଧ୍ୟରେ ଚାଷୀଙ୍କ ଖାତା ରେ ପଇସା ଜମା କରିବାକୁ ଉପସ୍ଥିତ ସମସ୍ତ ଚାଷୀ ବୃନ୍ଦ ନିଜ ନିଜ ମନ୍ତବ୍ୟ ପ୍ରଦାନ କରିଥିଲେ। ଉକ୍ତ ବୈଠକରେ ଦାମୋଦର ବେହେରା, ଗୌର ବାଗ, ଗୋପୀନାଥ ନାଏକ, ଚନ୍ଦ୍ର ବାଗ, ରାଜାରାମ ଡଙ୍ଗରି, ସୁନାସିର ବେମାଲ, ଭାସ୍କର ବେମାଲ, ଦଶରଥ ହାତୀ, ଡ୍ରାଇଭର କୁମାର, ବାରୁ ସୁନାନୀ, ବଂଶୀଧର ଦୁର୍ଗା, ପବିତ୍ର ଦୁର୍ଗା, କିଶୋର ମାଝୀ, ଯୁବରାଜ ବାଗ, ସଦାଶିବ ପ୍ରଧାନୀ, କ୍ଷେତ୍ର ମାଝୀ, ଶ୍ରୀଧର ନିଆଲ, ପରମେଶ୍ୱର ନାଏକ, ମଙ୍ଗନିଆ ଭାଟି, ପରମାନନ୍ଦ ପ୍ରଧାନୀ ଓ କୃଷ୍ଣ ଭାଟି ପ୍ରମୁଖ ଚାଷୀନେତା ନିଜ ନିଜ ମନ୍ତବ୍ୟ ପ୍ରଦାନ କରିଥିଲେ। ଉକ୍ତ ବୈଠକରେ ଶ୍ରୀଯୁକ୍ତ ପଞ୍ଚାନନ ଲହଜଲ ସ୍ୱାଗତ ଅଭିଭାଷଣ ପ୍ରଦାନ ଓ ଶ୍ରୀନିବାସ ସାହୁ ଧନ୍ୟବାଦ ଜ୍ଞାପନ କରି ସଭା ସାଙ୍ଗ କରିଥିଲେ ।
ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍

