ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଳଙ୍କାର ଦୋକାନରୁ ଚୋରି ମାମଲାରେ ରାଉରକେଲା ପୋଲିସ୍ ଜଣେ ଅଭିଯୁକ୍ତକୁ ଗିରଫ ସହିତ ସୁନା ଓ ରୂପା ଅଳଙ୍କାର ଜବତ କଲା

ଅଳଙ୍କାର ଦୋକାନରୁ ଚୋରି ମାମଲାରେ ରାଉରକେଲା ପୋଲିସ୍ ଜଣେ ଅଭିଯୁକ୍ତକୁ ଗିରଫ ସହିତ ସୁନା ଓ ରୂପା ଅଳଙ୍କାର ଜବତ କଲା

ଆନ୍ତଃରାଜ୍ୟ ଚୋରି ଦଳରେ ୭ ଅଭିଯୁକ୍ତଙ୍କ ସମ୍ପୃକ୍ତି

ରାଉରକେଲା ୨୪/୧୧, ଗତ ଫେବୃଆରୀ ୨୫ ଓ ୨୬ ତାରିଖ ରାତିରେ ରାଉରକେଲା ଝିରପାଣିରେ ଏକ ଅଳଙ୍କାର ଦୋକାନରୁ ହୋଇଥିବା ଚୋରି ମାମଲାରେ ଝିରପାଣି ପୋଲିସ୍ ସଫଳତାର ସହ ଚିହ୍ନଟ କରି ଜଣେ ଅଭିଯୁକ୍ତକୁ ଗିରଫ କରିବା ସହିତ ସୁନା ଓ ରୂପା ଅଳଙ୍କାର ଜବତ କରିଛି। 

      ପୋଲିସର ସୂଚନା ଅନୁସାରେ ୨୦୨୬ ଫେବୃଆରୀ ୨୬ ତାରିଖ ଦିନ ୧୨ଟା ୧୦ ସମୟରେ ଅଭିଯୋଗକାରୀ ଝିରପାଣିର ପ୍ରଦୀପ କୁମାର ଲେଙ୍କା (୪୧) ଝିରପାଣି ଥାନାରେ ଅଭିଯୋଗ କରିଥିଲେ ଯେ ଗତ ତା ୨୫.୦୨.୨୦୨୬ ରାତି ୯ଟାରେ ସେ ତାଙ୍କର ଅଳଙ୍କାର ଦୋକାନ ବନ୍ଦ କରିଦେଇଥିଲେ ଏବଂ ୨୬.୦୨.୨୦୨୬ ସକାଳ ପ୍ରାୟ ୧୦ଟା ସମୟରେ ସେ ତାଙ୍କ ଦୋକାନ ଖୋଲିବା ସମୟରେ ଦେଖିଥିଲେ ଯେ ଜଣେ ଅଜଣା ଅପରାଧୀ ତାଙ୍କ ଦୋକାନରେ ଗ୍ୟାସ କଟର ବ୍ୟବହାର କରି ଗହଣା ଦୋକାନ କାନ୍ଥର ଗାତ ଖୋଳି ପ୍ରବେଶ କରି ପ୍ରାୟ ୫୦୦ ଗ୍ରାମ ଓଜନର ସୁନା ଅଳଙ୍କାର ସହିତ ପ୍ରାୟ ୧୫ କିଲୋ ରୂପା ଅଳଙ୍କାର ଚୋରି କରିନେଇଛି। ଅଭିଯୋଗାରୀଙ୍କ ତଥ୍ୟ ଅନୁଯାୟୀ ଝିରପାଣି ଥାନାରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ କରାଯାଇଥିଲା।

      ବିଭିନ୍ନ ବୈଷୟିକ ପ୍ରମାଣ ଏବଂ ସିସିଟିଭି ଫୁଟେଜ୍ ଆଧାରରେ ତଦନ୍ତ ସମୟରେ ଏହି ମାମଲାରେ ସମ୍ପୃକ୍ତ ୭ ଜଣ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଛି। ଯେଉଁଥିରୁ ଜଣେ ଅଭିଯୁକ୍ତ ହେଉଛନ୍ତି ଝାଡଖଣ୍ଡ ସାହିବଗଞ୍ଜ ଜିଲ୍ଲା ରାଧାଙ୍କର ଥାନା ମୁର୍ଗିଟୋଲା ରାଜମହଲର ମହମ୍ମଦ ଆଝାର ଅଲି (୩୬)ଙ୍କୁ ଗିରଫ କରାଯାଇଛି। 

    ଏହି ଘଟଣାରେ ଅନ୍ୟ ଅଭିଯୁକ୍ତମାନେ ହେଲେ, ଝାଡଖଣ୍ଡ ସାହେବଗଞ୍ଜ ଜିଲ୍ଲାର ରାଧାନଗର ଥାନା ଅନ୍ତର୍ଗତ ମଧ୍ୟ ପିୟାରପୁର ଗ୍ରାମର ସଇଦୁଲ ସେଖ୍ ଓରଫ୍ ସୟାଦ ଇସଲାମ (୩୧) ଏବଂ ପଶ୍ଚିମବଙ୍ଗ ମାଲଦା ଜିଲ୍ଲା ରାଜନଗର ଥାନା ଅନ୍ତର୍ଗତ ନେତୁନ ଟିଙ୍ଗାରିଆ ଗ୍ରାମର ରବି ମଣ୍ଡଳ ଓରଫ ଉଜ୍ଜଳ ମଣ୍ଡଳ। ସମାନ ଅଳଙ୍କାର ଦୋକାନ ଚୋରି ମାମଲାରେ ମୁମ୍ବାଇ ପୋଲିସ ଏବଂ ବିହାରର ଆରାରିଆ ପୋଲିସ ଦ୍ୱାରା ଗିରଫ କରାଯାଇଛି। ଏହି ମାମଲାରେ ସେମାନଙ୍କୁ ରିମାଣ୍ଡରେ ନିଆଯିବ ବୋଲି ପୋଲିସ୍ ପକ୍ଷରୁ ସୂଚନା ଦିଆଯାଇଛି। ପୋଲିସ ପକ୍ଷରୁ ଅନ୍ୟାନ୍ୟ ଅଭିଯୁକ୍ତଙ୍କ ସନ୍ଧାନ ଜାରି ରହିଛି ବୋଲି ଆଜି ରାଉରକେଲା ପୋଲିସ୍ ମୁଖ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାଉରକେଲା ଆରକ୍ଷୀ ଅଧିକ୍ଷକ ନିତେଶ ଓ୍ବାଧଓ୍ବାନୀ, ଡିଏସ୍‌ପି ମନୋରଞ୍ଜନ ପ୍ରଧାନ, ଝିରପାଣି ଥାନା ଆଇଆଇସି ପ୍ରତିଭା ମଞ୍ଜରୀ ସାହୁ, ଏସ୍ଆଇ ଶେଖ୍ ଆଜରୁଦ୍ଦିନ ଏବଂ ଏଏସ୍ଆଇ ଲଲନ ସେଠୀ। 

     ମାମଲାରେ ଗୋଟିଏ CMOH ମାଲଦା ଲିଖିତ ଥିବା ଏକ ଅକ୍ସିଜେନ ଗ୍ୟାସ ସିଲିଣ୍ଡର, ଦୁଇଟି ସଂଖ୍ୟାର ଲୁହା କ୍ରୋ ବାର୍, ଗୋଟିଏ ଲାଇନମ୍ୟାନ୍ ପ୍ଲାସ୍, ଗୋଟିଏ ଲୁହା ଆଡଜଷ୍ଟେବଲ୍ ରେଞ୍ଚ, ଗୋଟିଏ ଗ୍ୟାସ୍ କଟିଂ ବ୍ଲୋ ପାଇପ୍, ଗୋଟିଏ ବମ୍ବେ କଲେକ୍ସନ୍ ଲେଖାଥିବା ବ୍ୟାଗ୍, ଘଟଣା ଘଟିଥିବା ଝିରପାଣିର ମା ତାରିଣୀ ଜୁଏଲରୀ ଦୋକାନର ଘଟଣାସ୍ଥଳରୁ କ୍ରୀଷ୍ଣା ଆଗ୍ରୋ ସ୍ପ୍ରେ ପମ୍ପ ଏବଂ ସେଥିରେ ବନ୍ଧୁକ ଲେଖାଥିବା ବ୍ୟାଗ୍ ଜବତ କରାଯାଇଛି। ଅଭିଯୁକ୍ତ ମହମ୍ମଦ ଆଝାର ଅଲିଙ୍କ ଠାରୁ ଗୋଟିଏ ଯୋଡ଼ା ସୁନା କାନ ରିଙ୍ଗ୍, ଦୁଇଟି ସୁନା ଆଙ୍ଗୁଠି ମୁଦି, ଗୋଟିଏ ଲକେଟ୍, ତିନି ଯୋଡ଼ା ରୂପା ପାଉଁଜି, ଚାରିଟି ରୂପା ଆଙ୍ଗୁଠି ମୁଦି, ତିନିଟି ରୂପା ଚେନ୍, ଗୋଟିଏ ରୂପା କଙ୍କଣ, ଗୋଟିଏ ମୋବାଇଲ୍ ଫୋନ୍ ଜବତ କରାଯାଇଛି। 

    ପୋଲିସର ତଦନ୍ତ ସମୟରେ ଜଣାପଡିଥିଲା ଯେ, ଅଭିଯୁକ୍ତମାନେ ଅନ୍ୟ ରାଜ୍ୟର ଅପରାଧିକ କାର୍ଯ୍ୟକଳାପରେ ମଧ୍ୟ ସମ୍ପୃକ୍ତ। ଅନ୍ୟ ରାଜ୍ୟର ସମ୍ପୃକ୍ତ ପୋଲିସ ଷ୍ଟେସନ୍ ଏବଂ ପୋଲିସ କର୍ତ୍ତୃପକ୍ଷଙ୍କ ସହ ସମନ୍ୱୟ ରଖି ସେମାନଙ୍କର ଅପରାଧିକ ପୂର୍ବାବଲୋକନ ଯାଞ୍ଚ କରାଯାଉଛି। ଏହା ନିଶ୍ଚିତ ହୋଇଛି ଯେ, ଅଭିଯୁକ୍ତ ଏବଂ ତାଙ୍କ ସହଯୋଗୀମାନେ ବିଭିନ୍ନ ରାଜ୍ୟର ଅଳଙ୍କାର ଦୋକାନରୁ ଅନେକ ଚୋରି ମାମଲାରେ ସମ୍ପୃକ୍ତ ଅଛନ୍ତି। ସେମାନେ ମଧ୍ୟପ୍ରଦେଶ ଅନ୍ତର୍ଗତ କଟନି ଥାନାର ଚୋରି ମାମଲାରେ ସମ୍ପୃକ୍ତ ଅଛନ୍ତି। ସେମାନଙ୍କ ନାମରେ ପୂର୍ବରୁ ଦୁଇ ଦୁଇଟି ମାମଲା ରହିଛି। 

     ଝିରପାଣି ଥାନାରେ ବିଏନ୍ଏସ୍ ଧାରା ୩୩୧(୪)/୩୦୫(ଏ) ଅନୁଯାୟୀ ମାମଲା ନଂ ୩୬ ତା ୨୬-୦୨-୨୦୨୬ ରିଖ ଅନୁଯାୟୀ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଉତ୍କେଲା ଆଞ୍ଚଳିକ ଯାଦବ ସମିତି କର୍ମକର୍ତ୍ତା ଗଠନ

Sunil Chandra Nayak

ନାବରା ମହିଳା ମହାବିଦ୍ୟାଳୟ ଦୁର୍ନୀତି ବିରୋଧରେ ସାମ୍ବାଦିକ ସମ୍ମିଳନୀ

masiha

ମା ଠାକୁରାଣୀ କ୍ରିକେଟ ଟୁର୍ଣାମେଣ୍ଟ ଉଦଯାପିତ 

masiha

Leave a Comment

error: Content is protected !!