ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନାମ୍ପୋ ବୋଇତ ବନ୍ଦାଣ ଉତ୍ସବ-୨୦୨୬ ଉଦଯାପିତ 

ନାମ୍ପୋ ବୋଇତ ବନ୍ଦାଣ ଉତ୍ସବ-୨୦୨୬ ଉଦଯାପିତ 

ଜଳେଶ୍ଵର,୨୫/୧୧(ମନିସ)-,ଜଳେଶ୍ଵର ବ୍ଲକ ଅନ୍ତର୍ଗତ ନାମ୍ପୋ କୁଞ୍ଜ ପଡ଼ିଆ ଠାରେ ୩ ଦିନ ବ୍ୟାପି ନାମ୍ପୋ ବୋଇତ ବନ୍ଦାଣ ଉତ୍ସବ-୨୦୨୬ ଗତ କାଲି ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି।ସମାଜସେବୀ ଅରୁଣ କୁମାର ରାଉଳଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ରୂପେ ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ବ୍ରଜ ମୋହନ ପ୍ରଧାନ,ମୁଖ୍ୟ ବକ୍ତା ରୂପେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଚନ୍ଦ୍ର ଶେଖର ଚନ୍ଦ,ସମ୍ମାନିତ ଅତିଥି ରୂପେ ଶିକ୍ଷାବିତ ସୀତାକାନ୍ତ ଜେନା, ପ୍ରଫୁଲ୍ଲ କୁମାର ଗିରି,ନାରାୟଣ ପ୍ରାମାଣିକ, ଓଲମାରା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସଞ୍ଜୀବ ଜେନା,ସମାଜସେବୀ କାଳୀ ଚରଣ ଦାସ,ବ୍ୟବସାୟୀ ସୋନା କର୍ମକାର ପ୍ରମୁଖ ଯୋଗଦେଇ ଏହି ପୁରାତନ ଉତ୍ସବ ପୂର୍ବତନ ସରପଞ୍ଚ ବାଣୀ ଦାସ ମହାପାତ୍ରଙ୍କ ଉଦ୍ୟମ କ୍ରମେ ଆରମ୍ଭ ହୋଇ ଦୀର୍ଘ ବର୍ଷ ଧରି ଚାଲି ଆସୁଛି ବୋଲି ପ୍ରକାଶ କରିଥିଲେ।ଶେଷରେ ସୁଧୀର ଜେନା ଧନ୍ୟବାଦ ଅର୍ପଣ କରିଥିଲେ।ପରେ ରଙ୍ଗାରଙ୍ଗ ମେଲୋଡି କାର୍ଯ୍ୟକ୍ରମ ମଧ୍ୟ ରାତ୍ରୀ ପର୍ଯ୍ୟନ୍ତ ପରିବେଷଣ କରାଯାଇଥିଲା।ଆଖପାଖ ଅଞ୍ଚଳର ଶହ ଶହ ଲୋକ ଏହି କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ।

ସୁକୁମାର ରଣା ଙ୍କ ରିପୋର୍ଟ୍ 

Related posts

ରାଜ୍ୟ ସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା ପାଇଁ କ୍ଷେତ୍ର ପରିଦର୍ଶନ 

Sunil Chandra Nayak

ଧର୍ମଗଡ ଠାରେ ଶ୍ରୀ ଆଶୀର୍ବାଦ ଜୀ ମହାରାଜଙ୍କ ଶ୍ରୀ ଶ୍ରୀ ଜଗନ୍ନାଥ କଥାମୃତ ର ଦିବ୍ୟ ପ୍ରବଚନ କାର୍ଯ୍ୟକ୍ରମ

Sunil Chandra Nayak

ମୟୁରଭଞ୍ଜ ଜିଲ୍ଲା ଉନ୍ନୟନ ସମନ୍ୱୟ ଓ ତଦାରଖ (ଦିଶା )କମିଟିର ଅଷ୍ଟମ ବୈଠକ ଅନୁଷ୍ଠିତ.

masiha

Leave a Comment

error: Content is protected !!