ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦୀନକୃଷ୍ଣ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ପକ୍ଷରୁ ମହାବିଦ୍ୟାଳୟ ସ୍ତରୀୟ ଜାତୀୟ ସମ୍ବିଧାନ ଦିବସ ପାଳିତ 

ଦୀନକୃଷ୍ଣ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ପକ୍ଷରୁ ମହାବିଦ୍ୟାଳୟ ସ୍ତରୀୟ ଜାତୀୟ ସମ୍ବିଧାନ ଦିବସ ପାଳିତ 

ଜଳେଶ୍ଵର, ୨୬/୧୧(ମନିସ)-ଦୀନକୃଷ୍ଣ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗ ଆଭ୍ୟନ୍ତରୀଣ ଗୁଣବତ୍ତା ନିଶ୍ଚିତକରଣ କୋଷର ସହଯୋଗରେ ଜାତୀୟ ସମ୍ବିଧାନ ଦିବସ ଅବସରରେ ଏକ ମହାବିଦ୍ୟାଳୟ ସ୍ତରୀୟ “ଭାରତୀୟ ରାଜନୀତିରେ ଧର୍ମର ଭୂମିକା ” ଶୀର୍ଷକ କର୍ମଶାଳା ଓ କୁଇଜ୍ ପ୍ରତିଯୋଗିତା ଆୟୋଜିତ ହୋଇଥିଲା।” ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ହିମାଂଶୁ କୁମାର ସାମଲ ଅଧ୍ୟକ୍ଷତା କରିଥିବାବେଳେ ଜାମଶୁଳି ଲକ୍ଷ୍ମୀନାରାୟଣ ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ମୁଖ୍ୟ ବକ୍ତା ଡ. ଦିବ୍ୟେନ୍ଦୁ କୁମାର ଗିରି ଯୋଗଦେଇ ଭାରତୀୟ ରାଜନୀତିରେ ଧର୍ମର ଭୂମିକା, ଧର୍ମନିରପେକ୍ଷତା, ସାମ୍ବିଧାନିକ ମୂଲ୍ୟବୋଧ ଓ ଗଣତାନ୍ତ୍ରିକ ବ୍ୟବସ୍ଥା ସମ୍ପର୍କରେ ନିଜର ସାରଗର୍ଭକ ମତାମତ ଉପସ୍ଥାପନ କରିଥିଲେ।

 ମୁଖ୍ୟ ଅତିଥି ଭାବେ ଇତିହାସ ବିଭାଗର ମୁଖ୍ୟ ଡ. ମାନସ କୁମାର ଦାସ ଯୋଗଦେଇ ନିଜ ବକ୍ତବ୍ୟରେ ଭାରତୀୟ ସମ୍ବିଧାନର ମୂଲ୍ୟବୋଧ, ଧର୍ମନିରପେକ୍ଷତା ଓ ଗଣତାନ୍ତ୍ରିକ ବ୍ୟବସ୍ଥା ସମ୍ପର୍କରେ ଆଲୋକପାତ କରିଥିଲେ lସମ୍ମାନିତ ଅତିଥି ଭାବେ ସଂସ୍କୃତ ବିଭାଗର ମୁଖ୍ୟ ଡଃ ପୁଷ୍ପାଞ୍ଜଳି ପାଇକରାୟ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ। 

କାର୍ଯ୍ୟକ୍ରମରେ ରାଜନୀତି ବିଜ୍ଞାନ ବିଭାଗର ମୁଖ୍ୟ ଲୁଖୀ ଟୁଡୁ ଉପସ୍ଥିତ ରହି କାର୍ଯ୍ୟକ୍ରମର ସଫଳ ପରିଚାଳନା କରିଥିବାବେଳେ ବିଭାଗର ଅଧ୍ୟାପକ ରତିକାନ୍ତ ମିଶ୍ର ଓ ସାଗର ମୁର୍ମୁ ସହଯୋଗ କରିଥିଲେ।

ଏହି ଅବସରରେ ଛାତ୍ରଛାତ୍ରୀ ପୂଜା ରାଣୀ ଦାସ ଅଧିକାରୀ , ଧରିତ୍ରୀ ଗିରି, ସୁପ୍ରିୟା ପଣ୍ଡା, ଉର୍ମିଲା ଦତ୍ତ, ପୁଷ୍ପିତା ଦାସ ଅଧିକାରୀ, ସତ୍ୟନାରାୟଣ ଦାସ ପ୍ରମୁଖ ଉତ୍ସାହର ସହ ଭାଗ ନେଇ ଭାରତୀୟ ସମ୍ବିଧାନ, ମୌଳିକ ଅଧିକାର, ମୌଳିକ କର୍ତ୍ତବ୍ୟ ଓ ଗଣତାନ୍ତ୍ରିକ ବ୍ୟବସ୍ଥା ସମ୍ପର୍କରେ ନିଜର ଜ୍ଞାନ ପ୍ରଦର୍ଶନ କରିଥିଲେ।ଭାରତୀୟ ସମ୍ବିଧାନ ଆଧାରିତ ଏକ କୁଇଜ୍ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ପ୍ରତିଯୋଗିତା ଶେଷରେ କୃତୀ ପ୍ରତିଯୋଗୀମାନଙ୍କୁ ପ୍ରଥମ(ପୁଷ୍ପିତା ଦାସଅଧିକାରୀ,), ଦ୍ୱିତୀୟ (ସୁକୁମାର ହାଁସଦା)ଓ ତୃତୀୟ ( ସୁଭଦ୍ରା ହାଁସଦା )ପୁରସ୍କାର ପ୍ରଦାନ କରାଯାଇ ସେମାନଙ୍କୁ ଉତ୍ସାହିତ କରାଯାଇଥିଲା। ସଭାର ଶେଷ ପର୍ଯ୍ୟାୟରେ ବିଭାଗର ଅଧ୍ୟାପକ ସାଗର ମୁର୍ମୁ ଧନ୍ୟବାଦ ଅର୍ପଣ କରିଥିଲେ।

ସୁକୁମାର ରଣା ଙ୍କ ରିପୋର୍ଟ୍ 

Related posts

ଉଦବୋଧନୀ କାର୍ଯ୍ୟକ୍ରମ 

masiha

ପୃଥକ ଦୁର୍ଘଟଣାରେ ୩ ଆହତ 

masiha

ସତ୍ୟର ପାହାଡ ଉପରେ ଠିଆ ହୋଇଥାଏ ବିଜ୍ଞାନ : ଅନ୍ଧକାରରୁ ଆଲୋକକୁ ନେଇଥାଏ ବିଜ୍ଞାନ : ମାନବ ପାଇଁ ବିଜ୍ଞାନ,ସମାଜ ପାଇଁ ବିଜ୍ଞାନ,ଚିନ୍ତାରେ ବିଜ୍ଞାନ

Sunil Chandra Nayak

Leave a Comment

error: Content is protected !!