ନବରଙ୍ଗପୁର ଠାରେ ଶିଳ୍ପୋଦ୍ୟୋଗୀ ତାଲିମ ଉଦଘାଟିତ
ନବରଙ୍ଗପୁର:(୨୭|୧୧)(ରବି ନାରାୟଣ ମହାନ୍ତି)ଓଡ଼ିଶା ସରକାରଙ୍କ ଶିଳ୍ପୋଦ୍ୟୋଗୀ ବିକାଶ ପ୍ରତିଷ୍ଠାନ ପକ୍ଷରୁ ନବରଙ୍ଗପୁର କୋଣାର୍କ ଶିଳ୍ପ ତାଲିମ କେନ୍ଦ୍ର ଠାରେ ଶିଳ୍ପୋଦ୍ୟୋଗୀ ବିକାଶ ତାଲିମ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି। ଏହି ତାଲିମ କାର୍ଯ୍ୟକ୍ରମ ରେ ୩୦ ଜଣ ଅଂଶ ଗ୍ରହଣ କରିବା ସହ ଦୁଇ ସପ୍ତାହ ତାଲିମ ପରେ କିପରି ଆତ୍ମା ନିର୍ଭର ହୋଇପାରିବେ ସେ ଉପରେ ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆ ର ଶ୍ରୀ ତନ୍ମୟ ଦାଶ ସମସ୍ତ ନୂତନ ଉଦ୍ୟୋଗୀ ମାନଙ୍କ ମାର୍ଗ ଦର୍ଶନ କରିଥିଲେ। ଏହା ପରେ ଓଡ଼ିଶା ଶିଳ୍ପୋଦ୍ୟୋଗୀ ବିକାଶ ପ୍ରତିଷ୍ଠାନ ର ପ୍ରୋଗ୍ରାମ ଅଫିସର ଶ୍ରୀ ଆଶୁତୋଷ ରାମ ଏହି ତାଲିମ ନେଇ ସାରିବା ପରେ କଣ କଣ ସୁବିଧା ରହିଛି ତାହା ସମସ୍ତ ନୂତନ ଉଦ୍ୟୋଗୀ ମାନଙ୍କୁ ପ୍ରାଞଳ ଭାବେ ବୁଝାଇଥିଲେ। ଏହି କର୍ମଶାଳାରେ ଜିଲ୍ଲା ଶିଳ୍ପ କେନ୍ଦ୍ରର ଶିଳ୍ପ ଅଧିକାରୀ ସୁଶ୍ରୀ ସ୍ବାତୀ ମିଶ୍ର ଶିଳ୍ପ କେନ୍ଦ୍ରର ସମସ୍ତ ସୁବିଧା ସୁଯୋଗ ଉପରେ ନୂତନ ଉଦ୍ୟୋଗୀ ମାନଙ୍କୁ ମାର୍ଗ ଦର୍ଶନ କରିଥିଲେ। ଏହି ତାଲିମ କାର୍ଯ୍ୟକ୍ରମର କାର୍ଯ୍ୟ ସଂଯୋଜକ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର ସମସ୍ତ ନୂତନ ଉଦ୍ୟୋଗୀ ମାନଙ୍କ ଏହି କର୍ମଶାଳାରେ ଭାଗନେଇଥିବା ରୁ ଆଗରୁ ତାଙ୍କ ର ଆଗାମୀ ଭବିଷ୍ୟତ ପାଇଁ ଉନ୍ନତି ପଥ ପରିଷ୍କାର ହେବ ବୋଲି ମତବ୍ୟକ୍ତ କରିଥିଲେ। ଏହି ତାଲିମ କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ କୋଣାର୍କ ଶିଳ୍ପ ତାଲିମ କେନ୍ଦ୍ର ର ଅଧ୍ୟାପକ ଶ୍ରୀ ପ୍ରଦୀପ ପଟ୍ଟନାୟକ, ଅଧ୍ୟାପିକା ଶ୍ରୀମତୀ ମମତା ପାଢ଼ୀ ଓ ରଞ୍ଜିତା ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।
ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍

