ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାହାଣ୍ଡି ସିଟିଜେନ୍ ଫୋରମ୍‌ର ୧୯ତମ ବାର୍ଷିକ ସଭା; ଦୁଇ ବିଶିଷ୍ଟ ବ୍ୟକ୍ତିତ୍ୱ ସମ୍ବର୍ଦ୍ଧିତ

କଳାହାଣ୍ଡି ସିଟିଜେନ୍ ଫୋରମ୍‌ର ୧୯ତମ ବାର୍ଷିକ ସଭା; ଦୁଇ ବିଶିଷ୍ଟ ବ୍ୟକ୍ତିତ୍ୱ ସମ୍ବର୍ଦ୍ଧିତ

ଧର୍ମଗଡ଼: କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ର ଅର୍ଜୁନ ଭିଲ୍ଲା (ଖୁଟୁଲୁଗୁଡ଼ା)ଠାରେ କଳାହାଣ୍ଡି ସିଟିଜେନ୍ ଫୋରମ୍‌ର ୧୯ତମ ସ୍ଵନକ୍ଷତ୍ର ଦିବସ ଅନୁଷ୍ଠିତ ହୋଇଯାଇଛି। ଫୋରମ୍‌ର ଅଧ୍ୟକ୍ଷ ରାମଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ସମ୍ପାଦକ ସୀମାଞ୍ଚଳ ମିଶ୍ର, ମୁଖ୍ୟ ଅତିଥି ପ୍ରଫେସର କୁମରବର ଦାଶ, ସିଟିଜେନ ଫୋରମର ଜିଲ୍ଲା ପରାମର୍ଶଦାତା ତୁଷାର ରଞ୍ଜନ ପଟ୍ଟଯୋଷୀ, ଆବାହକ ସୁମନ ରଥ, ଆଇନଜୀବୀ ଚିନ୍ତାମଣି ପାତ୍ର, ଡାକ୍ତର ବାବାଜୀ ଚରଣ ଦାସ, ବଜେନ୍ଦ୍ର ପଟ୍ଟଯୋଶୀ ଓ ବ୍ଲକ୍ ସଭାପତି ବଙ୍କିମ ଚନ୍ଦ୍ର ସାଗର ପ୍ରମୁଖ ଉପସ୍ଥିତ ଥିଲେ। ହେମନ୍ତ କୁମାର ପଣ୍ଡା ସ୍ୱାଗତ ଭାଷଣ ଦେଇଥିବା ବେଳେ କାର୍ଯ୍ୟକ୍ରମରେ ବହୁ ମାନ୍ୟଗଣ୍ୟ ଅତିଥି ଓ ସଦସ୍ୟ ଯୋଗ ଦେଇଥିଲେ।

ସଭାରେ ଚାଷୀଙ୍କଠାରୁ ପେଡ଼ି ଧାନ କ୍ରୟ ବ୍ୟବସ୍ଥା, ମତ୍ସ୍ୟଚାଷର ବିକାଶ, ରୋଜଗାର ସୃଷ୍ଟି ଓ କଳାହାଣ୍ଡିର ସାମଗ୍ରିକ ବିକାଶ ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଜନସାଧାରଣଙ୍କ ସହଭାଗିତା ଓ ପ୍ରଶାସନିକ ସମନ୍ୱୟ ମାଧ୍ୟମରେ ଜିଲ୍ଲାର ମୌଳିକ ସମସ୍ୟାର ସମାଧାନ ଉପରେ ମତ ପ୍ରକାଶ ପାଇଥିଲା। ମୁଖ୍ୟ ଅତିଥି ଶ୍ରୀ ଦାଶଙ୍କ ମାନବୀୟ ମୂଲ୍ୟବୋଧ ଭିତ୍ତିକ ବକ୍ତବ୍ୟ ଉପସ୍ଥିତ ବ୍ୟକ୍ତିମାନଙ୍କୁ ପ୍ରଭାବିତ କରିଥିଲା।

ଏହି ଅବସରରେ ସମାଜସେବା, ଶିକ୍ଷା, କୃଷି, ପରିବେଶ, ମହିଳା ସଶକ୍ତିକରଣ ଓ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବରିଷ୍ଠ ଆଇନଜୀବୀ ତଥା ସମାଜସେବୀ ଶ୍ରୀ ତୁଷାର ରଞ୍ଜନ ପଟ୍ଟଯୋଷୀ ଏବଂ ଶିକ୍ଷାବିତ୍ ତଥା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ତ୍ରିଲୋଚନ ବାଗଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଆଗାମୀ ଦିନରେ ଜନସ୍ୱାର୍ଥ ପ୍ରସଙ୍ଗରେ ଫୋରମ୍ ପକ୍ଷରୁ ନିରନ୍ତର ପଦକ୍ଷେପ ନିଆଯିବ ବୋଲି ସଭାରେ ନିଷ୍ପତ୍ତି ହୋଇଥିଲା।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଆମ କାର୍ଯ୍ୟ-କଳାପ ଓ ଦୃଷ୍ଟି ଭଙ୍ଗି ସମୂହ କୈନ୍ଦ୍ରିକ ହେବା ଉଚିତ : ମହାସଚିବ

masiha

ସାହିତ୍ୟ ପରିଷଦର ମାସିକ ସାରସ୍ଵତ ସମାବେଶ ଅନୁଷ୍ଠିତ

masiha

ଜୁନାଗଡ଼ କୁ ଜିଲ୍ଲା ମାନ୍ୟତା ଦାବୀ ନେଇ ୧୭ ଦିନରେ ପହଞ୍ଚିଲା ଧାରଣା

masiha

Leave a Comment

error: Content is protected !!