ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୋଲାମୁଣ୍ଡା ଅଞ୍ଚଳରେ ଜଙ୍ଗଲୀ ଭାଲୁ ଆତଙ୍କ, ଜନସାଧାରଣ ଭୟଭୀତ

ଗୋଲାମୁଣ୍ଡା ଅଞ୍ଚଳରେ ଜଙ୍ଗଲୀ ଭାଲୁ ଆତଙ୍କ, ଜନସାଧାରଣ ଭୟଭୀତ

ଡାକବାଜି ଯନ୍ତ୍ର ମାଧ୍ୟମରେ ବନ ବିଭାଗର ସଚେତନତା, ସନ୍ଧ୍ୟା ପରେ ଘରୁ ନ ବାହାରିବାକୁ ପରାମର୍ଶ

 ଗୋଲାମୁଣ୍ଡା — କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକର ବିଭିନ୍ନ ଗ୍ରାମାଞ୍ଚଳରେ ଜଙ୍ଗଲୀ ଭାଲୁଙ୍କ ଚଳପ୍ରଚଳକୁ ନେଇ ଜନସାଧାରଣଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ବିଶେଷକରି ସନ୍ଧ୍ୟା ସମୟରେ ଜଙ୍ଗଲୀ ଭାଲୁ ଜନବସତି ଅଞ୍ଚଳ ଆଡ଼କୁ ମୁହାଁଉଥିବାରୁ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ଏଭଳି ପରିସ୍ଥିତିରେ ଜନସାଧାରଣଙ୍କ ସୁରକ୍ଷା ଓ ସଚେତନତାକୁ ଗୁରୁତ୍ୱ ଦେଇ ବନ ବିଭାଗ ପକ୍ଷରୁ ଡାକବାଜି ଯନ୍ତ୍ର ମାଧ୍ୟମରେ ବିଭିନ୍ନ ଗ୍ରାମରେ ପ୍ରଚାର କରାଯାଉଛି। ବନ ବିଭାଗର କର୍ମଚାରୀମାନେ ଗାଁ ଗାଁ ବୁଲି ଲୋକଙ୍କୁ ସତର୍କ କରାଇବା ସହ ସନ୍ଧ୍ୟା ପରେ ଅତ୍ୟାବଶ୍ୟକ କାମ ନଥିଲେ ଘରୁ ବାହାରକୁ ନ ଯିବାକୁ ପରାମର୍ଶ ଦେଉଛନ୍ତି। ଏଥିସହ ଜଙ୍ଗଲୀ ଭାଲୁ ଦେଖାଗଲେ ତାକୁ ଉତ୍ତେଜିତ ନ କରିବା, ତା’ର ନିକଟକୁ ନ ଯିବା ଏବଂ ତୁରନ୍ତ ବନ ବିଭାଗକୁ ସୂଚନା ଦେବାକୁ ସଚେତନ କରାଯାଉଛି। ତେବେ ଜନସାଧାରଣଙ୍କ ସୁରକ୍ଷା ଦୃଷ୍ଟିରୁ ବନ ବିଭାଗ ପକ୍ଷରୁ ନିୟମିତ ପାଟ୍ରୋଲିଂ ଓ ଆବଶ୍ୟକୀୟ ସୁରକ୍ଷାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତ।

Related posts

ରାଇଘର ବ୍ଲକ ପ୍ରାଥମିକ ଶିକ୍ଷକ ସଂଘଠନ ର ନିର୍ବାଚନ

Sunil Chandra Nayak

ଜୀବାତ୍ମା ର ପୂଣ୍ୟ କର୍ମ – ରକ୍ତ ଦାନ ମହତ୍ ଦାନ

masiha

ରାମଜୀପୁଟ ବସୁଧା ଯୋଜନାର ପିଇବା ପାଣି ଯୋଗାଣ ସଂପୂର୍ଣ୍ଣ ଠପ୍ ଯୋଗୁଁ ଉତ୍କ୍ଷିପ୍ତ ଗ୍ରାମବାସୀ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଓ ବ୍ଲକ ଅଧ୍ୟକ୍ଷାଙ୍କୁ ରଖିଲେ  ଅଟକ, ଅତି ଶୀଘ୍ର ସମାଧାନ କରିବା ପ୍ରତିଶ୍ରୁତି ପରେ ଦୁଇ ଜଣଙ୍କୁ ଛାଡିଲେ 

Sunil Chandra Nayak

Leave a Comment

error: Content is protected !!