ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

ଜଣାଣ

 

ମାନଗୋବିନ୍ଦ ସ୍ବାଇଁ

 

ସବୁ ଆଶା ଛାଡ଼ି ଧରିଛି ତୋ ହାତ

   ଯାହା ଦେବ ଇଛା ମୋତେ

ସରବେ ଦେଉଛ ମୋବେଳକୁ ନାହିଁଁ

    ତୁମେ ମୋ କଳାସାଆନ୍ତେ।

ମହିମା ତୁମର କରୁଣା ଅପାର

     ଜଗତେ ପଡ଼ିଛି ହୁରି

ବିଶ୍ବ ଜନ ପତି ଈଶ୍ୱର ତୁମେ ହିଁ

   ପ୍ରସିଦ୍ଧ ହେଉଛି ପୁରୀ।

ଦେଉଳ ତୁମର ମଣ୍ଡପ ତୁମର

    ଦରିଆ କୂଳରେ ହରି

ଭକ୍ତ ଜନ ମେଳ କରି ପାର ସ୍ଥାନ

    ତୋ ଚନ୍ଦନ ମୁଣ୍ଡେ ମାରି।

ନାଲିଆ ବାନାକୁ ଚାହିଁ ଚାହିଁ ମୋର

     ମୋ ଦିନ ସବୁ ସରିବ

ତୁମ ଯଶ଼ଃ କୀର୍ତ୍ତି ଏମିତି ରହିବ

    ସ୍ଥାନ ଟି ଭକ୍ତ ଗୈାରବ।

ନରେନ୍ଦ୍ର ପୋଖରୀ ପ୍ରସିଦ୍ଧ ହେଉଛି

    ପ୍ରଭୁ ଚାପ ଖେଳ ଲୀଳା

ଦୃଶ୍ୟ ଉପଭୋଗ ଭକ୍ତ ମଧ୍ୟେ ଦେଖ

     ରାତିଦିନ ଚାଲେ ମେଳା।

ନରେନ୍ଦ୍ର ଜଳକୁ ଛିଞ୍ଚି ହେଲେ ଥରେ

   ପାପ ସବୁ ଯାଏ ଛାଡି

ଭକ୍ତ ଜନ ବନ୍ଧୁ ଚାହିଁ ବସିଥାଏ

   ଭକ୍ତି ଭାବେ ହାତ ଯୋଡ଼ି।

 

ଗୋଜାବନ୍ଧ ମହାକାଳପଡ଼ା
କେନ୍ଦ୍ରାପଡ଼ା

Related posts

ରାଉରକେଲା ଆଇନ ମହାବିଦ୍ୟାଳୟର ବାର୍ଷିକୋତ୍ସବ ” ସ୍ଲାଶ” ଉଦଘାଟିତ

Sunil Chandra Nayak

ରାୟଗଡ଼ା – ମହା ଆଡ଼ମ୍ବରରେ ଶିବରାତ୍ରି ପାଳିତ

Sunil Chandra Nayak

ଆଞ୍ଚଳିକ ବ୍ରାହ୍ମଣ ସମିତି ତରଫରୁ ପଞ୍ଚାୟତ ସ୍ତରୀୟ କମିଟି ଗଠିତ

Sunil Chandra Nayak

Leave a Comment

error: Content is protected !!