ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନୂଆପଡା – ବ୍ଲକ ଅଧ୍ୟକ୍ଷାଙ୍କ ଉନ୍ନୟନ କାର୍ଯ୍ୟ ପରିଦର୍ଶନ

ନୂଆପଡା: ନୂଆପଡା ଜିଲ୍ଲା ଖଡ଼ିଆଲ ବ୍ଲକ ପଂଚାୟତ ସମିତି ଅଧ୍ୟକ୍ଷା ପୁଷ୍ପାଞ୍ଜଳି ନନ୍ଦ ଖାସବାହାଲ ଗ୍ରାମ ପଞ୍ଚାୟତରେ ହେଉଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ପରିଦର୍ଶନ କରି ସମୀକ୍ଷା କରିଛନ୍ତି।ମିଶନ ଶକ୍ତି ଗୃହ, ମୋଡେଲ ଟ୍ୟାଙ୍କ, ପିଡ଼ିଏସ ଗୋଦାମ, ରୁରାଲ ପାର୍କ, ପୋଖରୀ ଉନ୍ନତି କରଣ, ହାଇସ୍କୁଲ ପାଚେରୀ ଆଦି କାର୍ଯ୍ୟ ଦେଖି ବୁଲିଥିଲେ ଓ ଅଗ୍ରଗତି ନେଇ ଆଲୋଚନା କରିଥିଲେ।ବ୍ଲକର ଉନ୍ନତି ପାଇଁ ସବୁ ପ୍ରକାର କାର୍ଯ୍ୟ ହାତକୁ ନିଆଯିବ ଓ ପ୍ରତ୍ୟେକ ଗ୍ରାମ ପଞ୍ଚାୟତକୁ ନୂତନ ଭାବରେ ଗଠନ କରାଯିବ ବୋଲି ଅଧ୍ୟକ୍ଷା ପ୍ରକାଶ କରିଥିଲେ।ଅଧ୍ୟକ୍ଷାଙ୍କ ସହ ବିଧାୟକ ପ୍ରତିନିଧି ଅକ୍ଷୟ ନନ୍ଦ, ଖାସବାହାଲ ସରପଞ୍ଚ କୁନୁ ଚରଣ ବେହେରା,ସମିତି ସଭ୍ୟ ହେମନ୍ତ ଶବର,କନିଷ୍ଠ ଯନ୍ତ୍ରୀ ଡିଙ୍କର ହାଁସଦା, ମଧୁସ୍ମିତା ସିଂ, କାର୍ଯ୍ୟନିର୍ବାହୀ ଅଧିକାରୀ ଦେବୀ ଚରଣ ମେହେର ଓ ୱାର୍ଡ ସଭ୍ୟ ସଭ୍ୟା ସାମିଲ ହୋଇ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଥିଲେ।ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ବିଷୁବ ମିଳନ

Sunil Chandra Nayak

କୁକୁଡ଼ା ଗାଲି ଚଢ଼ାଉ :ଏଗାର ଗିରଫ ,ଗୋଟିଏ କୁକୁଡ଼ା ଓ 6ଟି ଖୁୁଡୁଖୁଡ଼ି ପାଲି ଜବତ

Sunil Chandra Nayak

ମାଝୀଗୁଡାରେ କୁରାଲ ଦେବତାଙ୍କ ପୂଜା ଆରମ୍ଭ

Sunil Chandra Nayak

Leave a Comment

error: Content is protected !!