ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମୟୂରଭଂଜ – ଧର୍ମପରାୟଣ ମହିଳା ସୁଚିତ୍ରା ପଣ୍ଡା ଙ୍କ ଏକାଦଶାହରେ ଗଭୀର ଶ୍ରଦ୍ଧାଞ୍ଜଳି

ମୟୂରଭଂଜ-୨୫/୫/୨୨(ମସିହା) ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ପୌରାଞ୍ଚଳ ର କୁଚେଇବୁଡି ଗ୍ରାମର ଧର୍ମପରାୟଣ ମହିଳା ସୁଚିତ୍ରା ପଣ୍ଡା(୯୪) ଙ୍କ ଏକାଦଶାହ କାର୍ଯ୍ୟକ୍ରମ ତାଙ୍କ ବାସ ଭବନରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୋରଡ଼ା ବିଧାୟକ ରାଜ କିଶୋର ଦାସ , ବରିଷ୍ଠ ବିଜେପି ନେତା ଈଶାନ ମିଶ୍ର,ପୌରାଧ୍ଯକ୍ଷ ଅଭିଷେକ ପଟ୍ଟନାୟକ, ଯୁବ ବିଜେଡ଼ି ରାଜ୍ୟ ସଂପାଦକ ଗଣେଶ ମିଶ୍ର, ରାଜ୍ୟ ଛାତ୍ର ବିଜେଡ଼ି ସଂପାଦକ ବିକାଶ ମହାନ୍ତ, ଅମର ଦେଓ ହେମ୍ବ୍ରମ,ବର୍ଷିଆନ ଆଡଭୋକେଟ ପ୍ରଭାସ କବି, ବିଜେଡ଼ି ବରିଷ୍ଠ ନେତା ପାର୍ଥସାରଥୀ କବି, ସଂଗ୍ରାମ କିଶୋର କବି,ବୀରେଶ କବି,ଆଲୋକ ମିଶ୍ର ସମେତ ବହୁ ବ୍ରାହ୍ମଣ ସମାଜର ଶୁଭେଛୁବୃନ୍ଦ ଯୋଗଦେଇ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ସୁଚିତ୍ରା ପଣ୍ଡା ଅଂଚଳର ଜଣେ ଧର୍ମପରାୟଣ, ମିଷ୍ଟଭାଷୀ, ପରୋପକାରୀ ମହିଳା ଥିଲେ ବୋଲି ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କର ଗୁଣଗାନ କରିଥିଲେ । କାର୍ଯ୍ୟକ୍ରମରେ ତାଙ୍କର ପୁତ୍ର ବୁଟି ପଣ୍ଡା,ଅମର ପଣ୍ଡା,କଟି ପଣ୍ଡା, ପୁତ୍ରବଧୂ,ନାତି ଟନି ପଣ୍ଡା,ବାନୀ ପଣ୍ଡା,ଶୁଭଂ ଏବଂ ଅନ୍ୟମାନେ ସହଯୋଗ କରିଥିଲେ ।

ମୟୂରଭଂଜ ରୁ ଅକ୍ଷୟ କୁମାର ବିଶ୍ବାଳଙ୍କ ରିପୋର୍ଟ

Related posts

ଲଗାଣ ବର୍ଷା ରେ ଭାଙ୍ଗିଲା ଘର, ବେସାହାରା ହେଲେ ଦୁଇ ପରିବାର

Sunil Chandra Nayak

ରାଉରକେଲା – ଶ୍ରୀଧର ସ୍ମୃତି ଜ୍ଞାନ ବିକାଶ କେନ୍ଦ୍ର ମାସିକ ସାହିତ୍ୟ ସମାରୋହ ଓ କବିତା ପାଠୋତ୍ସବ

Sunil Chandra Nayak

ପାଞ୍ଚଟି ନଳକୂପରୁ ଥାଇ ମଧ୍ୟ ଉପଯୋଗୀ ନୁହେଁ , ତେଲନଦୀ ବାଲି  ଚୁଆଁ ଉପରେ ନିର୍ଭର ପଣ୍ଡକୁଳ ବାସୀ

Leave a Comment

error: Content is protected !!