ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିବେକ ଚୂଡାମଣି ଭାବାନୁବାଦ ପୁସ୍ତକର ଲୋକାର୍ପଣ

ଜୟପାଟଣା ତା-୨୪/୫/୨୨  ଜୟପୁର ସହର ରେ ଅବସ୍ଥିତ ଦିବ୍ୟଜୀବନ ସଂଘ ଆଶ୍ରମରେ ବିଶିଷ୍ଠ ସନ୍ନ୍ୟାସୀ ସ୍ୱାମୀ ପୂର୍ଣ୍ଣାନନ୍ଦ ପୂରୀ ଲିଖିତ ଶ୍ରୀ ଶଙ୍କରାଚାର୍ଯ୍ୟଙ୍କ ପ୍ରଣୀତ ବିବେକ ଚୂଡାମଣି ପୁସ୍ତକର ଓଡ଼ିଆ ଭାବାନୁବାଦ ଲୋକାର୍ପିତ ହୋଇଛି। ଶଙ୍କରାଚାର୍ଯ୍ୟଙ୍କ ସଂସ୍କୃତ ବିବେକ ଚୂଡାମଣି ପୁସ୍ତକ କୁ ଓଡିଆ ଆଧ୍ୟାତ୍ମ୍ୟପିପାସୁଙ୍କ ଲାଗି ଅତ୍ୟନ୍ତ ସରଳ ଓ ସାରଗର୍ଭକ ଭାଷ୍ୟ ପ୍ରସ୍ତୁତି କରି ପୂର୍ଣ୍ଣାନନ୍ଦ ପୂରୀ ମହାରାଜ ଓଡ଼ିଆ ଆଧ୍ୟାତ୍ମିକ ସାହିତ୍ୟକୁ ସମୃଦ୍ଧି କରିଛନ୍ତି ବୋଲି ମଞ୍ଚାସୀନ ଅତିଥି ମାନେ ମତ ବ୍ୟକ୍ତ କରିଥିଲେ ।ଏହି ପୁସ୍ତକ ଲୋକାର୍ପଣ ଉତ୍ସବରେ ସ୍ୱାମୀ ପୂର୍ଣ୍ଣାନନ୍ଦ ପୂରୀ ଙ୍କ ଭବ୍ୟ ଉପସ୍ଥିତି ଆଧ୍ୟାତ୍ମ ପ୍ରେମୀଙ୍କ ମନରେ ବେଶ୍ ଆନନ୍ଦ ସଂଚାର କରିଥିଲା। ଶ୍ରୀ ଅରବିନ୍ଦ ମହାପାତ୍ରଙ୍କ ବେଦ ମନ୍ତ୍ର ଉଚ୍ଚାରଣ ଓ ପ୍ରଦୀପ ପ୍ରଜ୍ଜ୍ୱଳନ ପରେ ପୁସ୍ତକର ସତ୍ତ୍ଵାଧିକାରୀ ଶ୍ରୀ ବିଭୁ ରଞ୍ଜନ ପଣ୍ଡାଙ୍କ ସଂଯୋଜନା ରେ ପୁସ୍ତକ ର ମହତ୍ତ୍ଵ ସମ୍ପର୍କରେ ବିଶିଷ୍ଟ ପ୍ରାବନ୍ଧିକ ତଥା ଯୁବ ପୁରସ୍କାର ପ୍ରାପ୍ତ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଡ଼ଃ.ଚନ୍ଦ୍ର ଶେଖର ହୋତା ଜୀବନ,ଜଗତ ଓ ଈଶ୍ୱରଙ୍କ ଆଧାରରେ ବିବେକ ଚୂଡାମଣିର ଭାଷ୍ୟର ଆଲୋଚନା କରିଥିବା ବେଳେ ବିଶିଷ୍ଟ ସାହିତ୍ୟିକ ତଥା ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷାବିତ ଡଃ.ପ୍ରଦୀପ କୁମାର ମିଶ୍ର ଶଙ୍କରାଚାର୍ଯ୍ୟଙ୍କ ଆଧ୍ୟାତ୍ମିକ ଜୀବନୀ ଓ ସନାତନ ଧର୍ମ ର ସାରବତା କିପରି ବିବେକ ଚୂଡାମଣିରେ ପ୍ରତିଫଳିତ ହୋଇଛି ତାହା ବର୍ଣ୍ଣନା କରିଥିଲେ। ଅନ୍ୟତମ ବକ୍ତା ପ୍ରାକ୍ତନ ଜିଲ୍ଲା ଶିକ୍ଷାଧିକାରୀ ବିଶିଷ୍ଟ ସାହିତ୍ୟିକ ଶ୍ରୀ ସୁଦର୍ଶନ ଦାଶ, ସ୍ୱାମୀ ପୂର୍ଣ୍ଣାନନ୍ଦ ପୂରୀ ଙ୍କ ଆଧ୍ୟାତ୍ମିକ ଜୀବନ,ସାଧନା ଓ ତାଙ୍କ କୃତିର ବିଶେଷ ଆଲୋଚନା କରିଥିବା ବେଳେ ବିଶିଷ୍ଟ ସାହିତ୍ୟିକ, ଶିକ୍ଷାବିତ ଅଶ୍ୱୟନ ପୁସ୍ତକର ସ୍ରଷ୍ଟା, ବୈଦିକ ସାହିତ୍ୟର ଗୁରୁତ୍ବ ସଂପର୍କରେ ଆଲୋକ ପାତ କରିଥିଲେ।ଦିବ୍ୟଜୀବନ ସଂଘ (ଜୟପୁର ଶାଖା) ର ସଭାପତି ଶ୍ରୀ ରବି ଷଡ଼ଙ୍ଗୀ ପୁସ୍ତକ ଓ ସ୍ୱାମୀ ପୂର୍ଣ୍ଣାନନ୍ଦ ମହାରାଜ ଙ୍କ ଆଧ୍ୟାତ୍ମିକ ପ୍ରେରଣା କୁ ସ୍ମରଣ କରିଥିଲେ। ଶେଷରେ ମହାରାଜ ସ୍ୱାମୀ ପୂର୍ଣ୍ଣାନନ୍ଦ ପୂରୀ ପୁସ୍ତକ ପ୍ରକାଶନର ଦୈବୀପ୍ରେରଣା ଓ ପ୍ରକାଶନ ପାଇଁ କୃତଜ୍ଞତା ବାଣ୍ଟିବା ସହ ସାର୍ଥକ ଜୀବନ ନିର୍ବାହ କରିବା ପାଇଁ ବିବେକ ଚୂଡାମଣି କିପରି ଏକ ଚମତ୍କାର ମାର୍ଗଦର୍ଶୀ ଅଟେ ତାହା ବୁଝାଇ ଥିଲେ। ପରିଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଶ୍ରୀମତୀ ସୁଷମା ମିଶ୍ର।ପଚାଶରୁ ଉର୍ଦ୍ଧ୍ବ ଭକ୍ତଙ୍କ ମଧ୍ୟରେ ଶ୍ରୀ ବିରଞ୍ଚି ନାରାୟଣ ପଣ୍ଡା, ମୃଣାଳିନୀ ପଣ୍ଡା, ଶିକ୍ଷାବିତ ଶ୍ରୀ ପ୍ରକାଶ ଚନ୍ଦ୍ର ମିଶ୍ର, ଶ୍ରୀ ହରିହର କର,ସୁଧା ପଟ୍ଟନାୟକ ଉପସ୍ଥିତ ଥିଲେ।

   ଜୟପାଟଣାରୁ ହୃଷିକେଶ ମୁଣ୍ଡଙ୍କ ରିପୋର୍ଟ

Related posts

କୋକସରା ବ୍ଲକରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ

Sunil Chandra Nayak

ଘରେ ଘରେ ପହଞ୍ଚିବ ବିକାଶରବାର୍ତ୍ତା

Sunil Chandra Nayak

ଟାଙ୍ଗିରି ପାହାଡ ଉପରେ ପାଳନ ହେଲା କାରଗିଲ ବିଜୟ ଦିବସ

Sunil Chandra Nayak

Leave a Comment

error: Content is protected !!