ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବେଣୁଧର ସୂତାର ଙ୍କ କବିତା ଗ୍ରାମପଥ

ଗ୍ରାମପଥ

    ବେଣୁଧର ସୂତାର

 

ତାଳ ନାରୀକେଳ ବଉଳ ତମାଳ

ସହକାର କୁଞ୍ଜ କି ମନଲୋଭା

ମଞ୍ଜୁଳ ସକାଳ ଚାରୁ ସାୟଂକାଳ

ତାଉଷା ଗୋଧୂଳି ଅପୂର୍ବ ଶୋଭା ।

 

ମୋଗାଆଁର ଏଇ ସଂକୀର୍ଣ୍ଣପଥଟି

ଦୂର ଦିଗନ୍ତ କୁ ଯାଉଛି ଚୁମି

ଜନ୍ମରୁ ମରଣ ମଧୁ ଆକର୍ଷଣ

ଚିର ଅପାସୋରା ମୋ ପଲ୍ଲୀଭୂମି ।

 

ଏଇପଥ ଜୀବ ଜୀବିକାର ରାହା

ଜନ ଜୀବନର ସୁଖ ସରଣୀ

ଭରା ଅନୁରାଗେ ମମତା ପରାଗେ

ଯୋଗେଶ୍ବରୀ ସେତ ଜନକଲ୍ୟାଣୀ

ଏଇପଥେ ଧୀରେ ଗ୍ରାମ ସୀମନ୍ତିନୀ

ପ୍ରାତସ୍ନାନେ ନଦୀ ତୁଠେ ଗମଇ

ଗ୍ରାମର ତରୁଣ ଏହିପଥେ ଯାଏ

ବିଦେଶେ ଜୀବିକା ଅର୍ଜନ ପାଇଁ ।

 

ଏହି ପଥେ ଯାଏ ଗ୍ରାମ ଶ୍ରମଜୀବୀ

ଜୀବନ କର୍ତ୍ତବ୍ୟ ଗୀତିକା ଗାଇ

ଗୋଧୂଳିସଞ୍ଜରେଏଇପଥେଫେରେ

କ୍ଷେତକାମ ସାରି କୃଷକ ଭାଇ ।

 

ଧୂଳିଘର କରି ସୁଖେଖେଳେ ଶିଶୁ

ଏଇଗ୍ରାମପଥ ଧୂସର ଦେହେ

ପିଲା ଖେଳର ସେ ଅସରାକାହାଣୀ

ଆଗାମୀ ଜୀବନ କର୍ତ୍ତବ୍ୟ ମୋହେ ।

 

ଏଇ ପଥେ ଆସେ ନବବଧୂ ପିନ୍ଧି

ବାହାମୁକୁଟ କୁ ବଉଳ ପାଟ

ଏଇ ଗାଆଁ ବର ବାହାହୋଇ ଯାଏ

ଏପଥେ ସଜାଇ ରୋଷଣି ଥାଟ ।

 

ଏଇପଥ ସିନା ନବ ଜାତକର ଆଗାମୀ ଦିନର ସପନ ସାଥି

ଏଇପଥ ପୁଣି ବିଦାୟୀ ଜନର

କେତେ ଅପାଶୋରା ଲୁହର ସ୍ମୃତି।

 

ଏଇପଥ ଅଟେ ମମତାର ପଥ

ଫେରିବା ଜନର ପରମ ବନ୍ଧୁ

ଆସିବାଜନର ପ୍ରାଣେଭରେ ସତେ

ମୁଗ୍ଧ ଆବେଗ ଅମୃତ ବିନ୍ଦୁ ।

 

ତା ଆଶିଷ ଝରା ମମତା ପସରା

ଜୀବନକୁ କରେ ମଧୁରମୟ

ଜୀବନ ନାଟକ ଅନ୍ତିମ ପର୍ଯ୍ୟାୟେ

ଏଇ ପଥ ହୁଏ ଶେଷ ପାଥେୟ ।

କେଶଦୁରାପାଳ
କେନ୍ଦୁଝର

 

Related posts

ସନ୍ତୋଷ କୁମାର ସାହୁ ଙ୍କ କବିତା ଆତ୍ମୀୟତା

Sunil Chandra Nayak

ରାଇରଙ୍ଗପୁର ଅଂଚଳର ବିଶିଷ୍ଟ ଓକିଲ ଇନ୍ଦ୍ରଜିତ ସେନଗୁପ୍ତ ଆରପାରିରେ

Sunil Chandra Nayak

ଗାୟତ୍ରୀ ସିଂହ ଙ୍କ କବିତା ପାର୍ବଣେ ନବଦୁର୍ଗା

Sunil Chandra Nayak

Leave a Comment

error: Content is protected !!