ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗୋପାଳପୁର ବନ୍ଦରର ବିକାଶ ଓ ବିସ୍ତାର ପାଇଁ ବନ୍ଦର କର୍ତ୍ତୃପକ୍ଷ ଓ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ମଧ୍ୟରେ ଏକ ଚୁକ୍ତିନାମା ସ୍ବାକ୍ଷରିତ

 ଗୋପାଳପୁର ବନ୍ଦରର ବିକାଶ ଓ ବିସ୍ତାର ପାଇଁ ବନ୍ଦର କର୍ତ୍ତୃପକ୍ଷ ଓ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ମଧ୍ୟରେ ଏକ ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି। ଖାରବେଳ ଭବନସ୍ଥିତି ବାଣିଜ୍ୟ ଓ ପରିବହନ ବିଭାଗ ସମ୍ମିଳନୀ କକ୍ଷରେ ବିଭାଗୀୟ ମନ୍ତ୍ରୀ ପଦ୍ମନାଭ ବେହେରା ଓ ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀଙ୍କ ଉପସ୍ଥିତିରେ ଏହି ରାଜିନାମା ସ୍ବାକ୍ଷରିତ ହୋଇଛି। ଗଞ୍ଜାମର ଅର୍ଜୀପାଲୀରେ ଥିବା ଗୋପାଳପୁର ବନ୍ଦର ବାଣିଜ୍ୟ ଓ ପରିବହନ ବିଭାଗ ଦ୍ବାରା ପରିଚାଳିତ ହେଉଥିଲା। ଏହା ପରେ ଘରୋଇ ସରକାରୀ ସହଭାଗିତାରେ ୨୦୦୬ରେ ଓଡ଼ିଶା ଷ୍ଟିଭେଡୋର୍ସ ଲିମିଟେଡ୍‌ (ଓଏସ୍‌ଏଲ୍‌) ଦ୍ବାରା ପରିଚାଳିତ ସଂସ୍ଥା ତଥା ଗୋପାଳପୁର ପୋର୍ଟ ଲିମିଟେଡ୍‌ ସହିତ ରିହାତି ଚୁକ୍ତିନାମା ସ୍ବାକ୍ଷରିତ ହୋଇଥିଲା ଯାହା ଫଳରେ ତାହା ଋତୁକାଳୀନ ବନ୍ଦରରୁ ଏକ ସବୁଦିନିଆ ବନ୍ଦରରେ ରୂପାନ୍ତରିତ ହୋଇଥିଲା। ୨୦୧୭ ଜାନୁଆରି ୧୮ରେ ସାପୋର୍ଜୀ ପାଲୋଞ୍ଜି ପୋର୍ଟ ମେଣ୍ଟେନାନ୍ସ ପ୍ରାଇଭେଟ୍ ଲିମିଟେଡ୍‌ ବନ୍ଦରର ସଂଖ୍ୟା ଗରିଷ୍ଠ ଅଂଶଧନ ହାସଲ କରିବା ପରେ ସଂଶୋଧିତ ରିହାତି ଚୁକ୍ତିନାମା ସ୍ବାକ୍ଷର କରିବା ଜରୁରୀ ହୋଇପଡ଼ିଛି। ଏ ସମ୍ପର୍କିତ ପ୍ରସ୍ତାବକୁ ୨୦୨୧ ଡିସେମ୍ବର ୭ରେ କ୍ୟାବିନେଟ୍ ମଞ୍ଜୁରି ମିଳିଥିଲା। ଆଜି ସଂଶୋଧିତ ରିହାତି ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି। ଏହି ବୈଠକରେ ବାଣିଜ୍ୟ ଓ ପରିବହନ ବିଭାଗର ସ୍ବତନ୍ତ୍ର ସଚିବ ସଞ୍ଜୟ ମିଶ୍ର, ବନ୍ଦରର ନିର୍ଦେଶକ ପଦ୍ମଲୋଚନ ରାଉଳ, ସିଇଓ କ୍ୟାପ୍‌ଟେନ୍ ସନ୍ଦୀପ ଅଗ୍ରୱାଲ୍, ଉପଦେଷ୍ଟା ଅରବିନ୍ଦ ପାଣିଗ୍ରାହୀ, ଉପସଭାପତି (କର୍ପୋରେଟ୍ ଆଫେୟାର୍ସ) ଡ. ଜଗଦୀଶ ଚନ୍ଦ୍ର ରାଉତ ଓ ପରିଚାଳକ ରତିରଞ୍ଜନ ଦାଶ ପ୍ରମୁଖ ଉପସ୍ଥିତ ଥିଲେ।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ନର୍ଲାରୋଡ଼ ରେ ରାବଣ ପୋଡି ଅନୁଷ୍ଠିତ

Sunil Chandra Nayak

ଜନ୍ମଦିନକୁ ଓଲଟା ପାଳନ କଲେ ଯୁବ କଂଗ୍ରେସ କମିଟି  

Sunil Chandra Nayak

ମହାଭାରତ କଥା……..୮

Leave a Comment

error: Content is protected !!