ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମୟୂରଭଂଜ – ହାଟବାଦଡା ହାଟ ରକ୍ତ ରଂଜିତ ଗୋରୁବ୍ୟବସାୟୀଙ୍କ ଉପରେ ଦୁବୃର୍ତ୍ତଙ୍କ ୪ ରାଉଣ୍ଡ ଗୁଳି,୧୯ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଲୁଟ, ବ୍ୟବସାୟୀ ମୃତ

ମୟୂରଭଂଜ– ୨୫/୫/୨୨(ମସିହା) ମୟୂରଭଂଜ ଜିଲ୍ଲାର ବାମନଘାଟୀ ଉପଖଣ୍ଡର ହାଟବାଦଡା ସାପ୍ତାହିକ ବୁଧବାର ହାଟରେ ଆଜି ଭୋର ୫,୩୦/୬ ଟା ମଧ୍ୟରେ ଜଣେ ଗୋରୁ ବ୍ୟବସାୟୀଙ୍କ ଉପରେ ଦୁବୃର୍ତ୍ତ ମାନେ ଅତର୍କିତ ଭାବେ ଗୁଳି କରି ୧୯ ଲକ୍ଷ ଟଙ୍କା ଲୁଟ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି ଯାହାକି ସାରା ମୟୂରଭଞ୍ଜ ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ସୂଚନାଯୋଗ୍ୟ ପଶ୍ଚିମବଙ୍ଗ ରାଜ୍ୟର ଝାଡଗ୍ରାମ ଜିଲ୍ଲାର ଚିଚିଡା ଗ୍ରାମର ସେକ ଜାମସୁଦ ଅଲ୍ଲୀ (୪୫) ଏବଂ ସହଯୋଗୀ ୫/୬ଜଣ ସାପ୍ତାହିକ ହାଟବାଦଡା ଗୋରୁହାଟକୁ ଗୋରୁ ବ୍ୟବସାୟୀ ପାଇଁ ଆସିଥିଲେ । ପୂର୍ବ ଯୋଜନାବଦ୍ଧ ଅନୁଯାୟୀ ଦୁବୃର୍ତ୍ତ ମାନେ ଲୁଚିକରି ଆଜି ଭୋର ସମୟରେ ଖୁବ କମ ଲୋକ ଥିବା ସମୟରେ ସୁଯୋଗ ଉଣ୍ଡି ଗୋରୁ ବେପାରୀ ଜାମସୁଦ ଅଲ୍ଲୀ (୪୭)ଙ୍କ ପାଖରେ ପହଞ୍ଚି ଅତର୍କିତ ଭାବେ ୪ ରାଉଣ୍ଡ ଗୁଳିକରି ୧୯ ଲକ୍ଷ ଟଙ୍କା ଲୁଟ କରି ଘଟଣାସ୍ଥଳରୁ ଦୁଇଟି ବାଇକରେ ୪ ଜଣ ଫେରାର ହୋଇଯାଇଥିଲେ ।ସେକ ଜାମସୁଦ ଅଲ୍ଲୀଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ରାଇରଙ୍ଗପୁର ହସ୍ପିଟାଲକୁ ଭର୍ତ୍ତି କରାଯାଇଥିଲା । ଡାକ୍ତର ମୃତ ଘୋଷଣା କରିଥିଲେ । ରାଇରଙ୍ଗପୁର ଡାକ୍ତରଖାନା ଲୋକାରଣ୍ୟ ହୋଇଉଠିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନଭିନ କରୁଛି ଘଟଣାସ୍ଥଳରୁ କିଛି ଅଫୁଟା ଗୁଳି ଜବତ କରିଛି।ସମଗ୍ର ମୟୂରଭଂଜ ଜିଲ୍ଲାରେ ପୋଲିସ ଏଲର୍ଟ ଅଛି ବାମନଘାଟୀ ଉପଖଣ୍ଡ ପୋଲିସ ଅଧିକାରୀ ରତିକାନ୍ତ ଗିରିଙ୍କ ନେତୃତ୍ୱରେ ବାମନଘାଟୀ ଉପଖଣ୍ଡ ର ସମସ୍ତ ଥାନା ଅଧୀକାରୀ ଛାନଭିନ କରିବା ସହ ସମସ୍ତ ସୀମା ସିଲ୍ କରାଯାଇଛି।ସମଗ୍ର ଜିଲ୍ଲାରେ ଗୋଚାଲାଣ ନେଇ ଅଶାନ୍ତ ହେଉଛି ମୟୂରଭଞ୍ଜ ଜିଲ୍ଲା ।କିଛି ଦିନ ତଳେ ଗୋମାଫିଆମାନେ ଦୁଇ ଗୋରକ୍ଷକଙ୍କୁ ଗୁଳି ମାରିଥିଲେ ଏବଂ ଏଥିରେ ସଂପୃକ୍ତ ୧୩ ଜଣଙ୍କୁ ଗିରଫ କରାଯାଇଛି । ସେ ଘା ଏପର୍ଯ୍ୟନ୍ତ ଶୁଖି ନାହିଁ ।ଏହି ଘଟଣା ନ ଲିଭୁଣୁ ଆଜି ପୁନର୍ବାର ହାଟବାଦଡାରେ ଗୋରୁ ବ୍ୟବସାୟୀ ଉପରେ ଗୁଳିମାଡ଼ରେ ମୃତ ଘଟଣାକୁ ନେଇ ପୋଲିସର ମୁଣ୍ଡବ୍ୟଥା ହୋଇଯାଇଛି ।ସାରା ଜିଲ୍ଲାରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି ।

ମୟୂରଭଂଜ ରୁ ଅକ୍ଷୟ କୁମାର ବିଶ୍ବାଳଙ୍କଙ୍କ ରିପୋର୍ଟ

Related posts

ବ୍ଳକ ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର 

Sunil Chandra Nayak

ମହାନବମୀ ରେ କୁମାରୀ ପୂଜା

Sunil Chandra Nayak

ଧର୍ମଗଡ଼ ପ୍ରାଥମିକ କୃଷି ସମବାୟ ସମିତି ର ନିର୍ବାଚନ, ବିନା ପ୍ରତିଦ୍ୱନ୍ଦିତା ରେ ନିର୍ବାଚିତ ହେଲେ ସମସ୍ତ କର୍ମକର୍ତ୍ତା

Leave a Comment

error: Content is protected !!