ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସବଳ ହେବ କୃଷି,କ୍ଷୁଦ୍ର ଶିଳ୍ପ ଓ ମିଶନ ଶକ୍ତି

ବିଭିନ୍ନ କ୍ଷେତ୍ରକୁ ୧.୩୪ ଲକ୍ଷ କୋଟି ଋଣ….

ଅଗ୍ରାଧିକାର କ୍ଷେତ୍ର ହିତାଧିକାରୀଙ୍କୁ ଋଣ ପ୍ରଦାନରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ୯ଟି ବ୍ୟାଙ୍କ ସମେତ ଜିଲ୍ଲାଗୁଡ଼ିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ମାନିତ କରିଛନ୍ତି। ରାଜ୍ୟର ଅବହେଳିତ ବର୍ଗ ଓ ତୃଣମୂଳସ୍ତରର ଆର୍ଥିକ ଦୁର୍ବଳ ଶ୍ରେଣୀକୁ ସହାୟତା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ବ୍ୟାଙ୍କଗୁଡ଼ିକୁ ଆହ୍ୱାନ ଜଣାଇଛନ୍ତି।ରାଜ୍ୟର କୃଷିକ୍ଷେତ୍ର ସବଳ ହେବ, ସଶକ୍ତ ହେବ କ୍ଷୁଦ୍ର ଶିଳ୍ପ, ମିଶନ ଶକ୍ତିର ମହିଳା ମାନଙ୍କୁ କରାଯିବ ସ୍ୱାବଲମ୍ବୀ ଏଥିପାଇଁ ରାଜ୍ୟ ସରକାର ପ୍ରସ୍ତୁତ କରିଛନ୍ତି ବ୍ଲୁ ପ୍ରିଣ୍ଟ।ଚଳିତ ବର୍ଷ ରାଜ୍ୟର ବିଭିନ୍ନ କ୍ଷେତ୍ରକୁ ୧.୩୪ ଲକ୍ଷ କୋଟି ଟଙ୍କା ଋଣ ପ୍ରଦାନ ନିମନ୍ତେ ସରକାର ଲକ୍ଷ ରଖିଛନ୍ତି।ଏହି କ୍ରମରେ ବିଭିନ୍ନ ବ୍ୟାଙ୍କ ଗୁଡ଼ିକ ସେମାନଙ୍କ ର ଉତ୍ତର ଦାୟିତ୍ୱ ତୁଲାଇବା ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବ୍ୟାଙ୍କ କର୍ତ୍ତୃପକ୍ଷ ମାନଙ୍କୁ ପରାମର୍ଶ ଦେଇଛନ୍ତି। ରାଜ୍ୟର ସାଧାରଣ ଜନତାଙ୍କ ର ସାମାଜିକ ଉନ୍ନତି ରେ ସହାୟକ ହୋଇ ସେମାନଙ୍କ ର ଅର୍ଥନୈତିକ ବିକାଶରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ବ୍ୟାଙ୍କ ଗୁଡିକକୁ ପ୍ରୋତ୍ସାହିତ କରିବା ପାଇଁ ସେମାନଙ୍କୁ ମୁଖ୍ୟମନ୍ତ୍ରୀ ସଂମ୍ମାନୀତ କରିଛନ୍ତି।

ରାଜ୍ୟରେ କୃଷି, ମିଶନ ଶକ୍ତି ଓ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଗୁଡିକ କୁ ପ୍ରାଥମିକତା ଭିତ୍ତିରେ ଋଣ ପ୍ରଦାନ କରି ଆସୁଥିବା ନଅ ଗୋଟି ବ୍ୟାଙ୍କ ସହ ଏହି କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ଜିଲ୍ଲା ଗୁଡିକୁ ମୁଖ୍ୟମନ୍ତ୍ରୀ ପୁରସ୍କାର ପ୍ରଦାନ କରିଛନ୍ତି।

କୃଷି କ୍ଷେତ୍ରରେ ଋଣ ପ୍ରଦାନ ରେ ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆ ର ବଲାଙ୍ଗୀର ଶାଖା କୁ ପ୍ରଥମ ପୁରସ୍କାର ଦିଆଯାଇ ଥିବା ବେଳେ ରାୟଗଡା ଏକ୍ସସିସ ବ୍ୟାଙ୍କ ଦ୍ବିତୀୟ ଓ ସମ୍ବଲପୁର ଏକ୍ସସିସ ବ୍ୟାଙ୍କ ତୃତୀୟ ପୁରସ୍କାର ପାଇଛି।ସେହିପରି କ୍ଷୁଦ୍ର ଉଦ୍ୟୋଗୀ କୁ ଋଣ ପ୍ରଦାନ ପାଇଁ ବଲାଙ୍ଗୀର ୟୁନିଅନ ବ୍ୟାଙ୍କ ପ୍ରଥମ, ଜୟଦେବ ବିହାର ବ୍ୟାଙ୍କ ଅଫ ଇଣ୍ଡିଆ ଦ୍ଵିତୀୟ ଓ ତାଳଚେରର ବ୍ୟାଙ୍କ ଅଫ ଇଣ୍ଡିଆ ତୃତୀୟ ଭାବେ ପୁରସ୍କୃତ ହୋଇଛି।ମିଶନ ଶକ୍ତି କ୍ଷେତ୍ରରେ କଣ୍ଟାବାଞ୍ଜି ର ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ପ୍ରଥମ, ଡୁଙ୍ଗୁରିପାଲି ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖା ଦ୍ଵିତୀୟ ଓ ମାଲକାନଗିରି ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖା କୁ ତୃତୀୟ ପୁରସ୍କାର ମିଳିଛି।

ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଏମଏସଏମଇ ସଚିବ ରଞ୍ଜନା ଚୋପ୍ରା, ଅର୍ଥ ବିଭାଗ ସଚିବ ବିଶାଳ ଦେଵ, ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନ ପ୍ରମୁଖ ଉପସ୍ଥିତ ଥିଲେ।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଆମ୍ବ ଗଛରୁ ନାବାଳକ ଖସିପଡି ଗୁରୁତର ଡାକ୍ତରଖାନାରେ ଭର୍ତ୍ତି

ଜୁନ୍‌ରେ ୧,୦୯୪ କୋଟି ଭାଟ୍ ଆଦାୟ: ପେଟ୍ରୋଲରୁ ୮୬୧ କୋଟି, ମଦରୁ ୨୩୪ କୋଟି

ଖଡ଼ିଆଳ ଜନ ମଞ୍ଚ ପକ୍ଷରୁ ବେଞ୍ଚ ମାର୍କ ମୂଲ୍ୟ ବୃଦ୍ଧି ବିରୁଦ୍ଧ ରେ ପ୍ରତିବାଦ

Sunil Chandra Nayak

Leave a Comment

error: Content is protected !!