ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗଅଁଲିଆ କବି ସୁଧୀର୍‌ ପଁଡ଼ା ଙ୍କ କବିତା କବି ଗୁହୁଡ଼ି ଆଉର୍‌ ମୂଖିଆ

କବି ଗୁହୁଡ଼ି ଆଉର୍‌ ମୂଖିଆ

କବି ପର୍‌ଷିସି କବିତାର୍‌ ଖାନା

ଆଏଜ୍‌ ବନୁଛେ ନିଜେଁ ଖାନା

ସେ ଜନେ କବି କେତେ ଫାଲ୍‌ ହେବା

ଲୁକେ କଲେନ ଘିଚାଟନା

ଚୁଏଲ୍‌ ଜଲୁଛେ କବିତାର୍‌ ଲାଗି

କୁଟୁମର୍‌ ପେଟେଁ ମୁଠେ ପଡ଼ୁ କି ନିପଡ଼ୁ

କବି ଭୁଖେଁ ଶୁଇସି ବଡ଼୍‌ଭାଗି। ୧

 

ଗୁହୁଡ଼ି ବଢ଼ୁଛେ କବିତା ଉପ୍‌ଲୁଛେ

ନାଇନ ତାହାର୍‌ ସୀମା

କବି ପିଷି ହେଇ ଯାଉଛେ ଗୁହୁଡ଼ିଥିଁ 

ବନେଇ ଦେଉଛନ୍‌ କିମା

ଲୁକେ ଚାଟିକରି କରୁଛନ୍‌ ଥୁ ଥୁ

ଇ ଜହଲୁଁ କେଭେଁ ମୁକ୍‌ଲି ନି’ପାରେ

କୁକୁର୍‌ ଭାବି ଡାକୁଛନ୍‌ “ଉର୍‌ ରେ ତୁ ତୁ ।”୨

 

ଗୁହୁଡ଼ି ମୂଖିଆ କବିର୍‌ ଦେବ୍‌ତା କାଏଁ

ତାର୍‌ ଖାଲି ଲହେବା କଥା

ସମକୁଁ ନୂଆଁ ଲେଖା ଜରୁରି ପଡ଼ୁଛେ

ଲେଖି ହେଇ ଯାଉଛେ ଅଥା

ଫୁକ୍‌ଟେଁ ହେଇଛେ ସମ୍‌କିରିର୍‌ ଘିନୁଆଁ

କୁଟୁମ୍‌କେ ଦେଖ୍‌ବା କି ସାହିତ୍ଯ ଲେଖ୍‌ବା

ଗୁଚ୍‌ରି ନି’ପାରି କରିଦେଲାନ ଗଖା ଆଁ। ୩

 

ଗୁହୁଡ଼ି ବନାବ ଆସର୍‌ ଜମାବ 

ରୋଜ୍‌ ଲାଗିଥିବା ଇ ପାଲା

କବିର୍‌ ଜ୍ଞାନ୍‌କେ ଚିର୍‌ମୁଟି ଦେବ 

ଲେଖା ପଡ଼ି ଯାଉଛେ ଢିଲା

କବି ଲେଖି ନି’ପାରେ ଯାହାଥିସି ଭାବି

କେଭେଁ କେନ୍‌ତା ତୁମର୍‌ ମନ୍‌କେ ଆଏଲେଁ

କହେବ ଚମତ୍କାର୍‌ କବି। ୪

 

ସେ କଥା ପଦ୍‌କ ଶସ୍ତା କି ମହଂଗା

କବି ଶୁନି ଯାଏସି ଉପ୍‌ଲି

ଉନିଆ ଗୁହୁଡ଼ିକେ ମନ୍‌ ଥିଲେଁ ଭିଲ୍‌

କବିତା ନି’ପାରେ ଛିଂଗ୍‌ଲି

କବିକେ ସଭେ ଚାଲିଥିବେ ପୁତ୍‌କି

କାହାକେ କିଛି କହି ନି’ପାରେ ବୁପ୍‌ରା

ମରୁଥିସି ଛଟ୍‌କି ଛଟ୍‌କି। ୫

 

କବିକୁଁ ସଁଖ୍‌ଲି ଗୁହୁଡ଼ି ମୁଖିଆ ମାନେ

ଭାବି ନିଜ୍‌କେ ମହାରଥୀ 

ସାହିତ୍ଯ ସମ୍ମାନ୍‌ ମଚାନ୍‌କେ ଯାଇ

ମାନ୍‌ପତର୍‌ ସଁଖ୍‌ଲି ଛୁଛାଥିଁ 

କହୁଛନ୍‌ “ଆମେ ସାହିତ୍ୟର୍‌ ମେରୁଖମ୍‌ “

ମୂଖିଆ ଧର୍‌ମୁ ଗୁହୁଡ଼ି ଚାଲୁଛେ କାଏଁ ସତେ

କବିର୍‌ ନାଇନ କାଏଁ ରଁଚେ ଦମ୍‌ । ୬

 

ଚବିଶ୍‌ ଘଁଟା କବି ପରୀକ୍ଷା ଦେଉଥିଲେଁ

କେଭେଁ ଲେଖ୍‌ବା ବନ୍‌ଏ ପଦେ

ସେ ପରୀକ୍ଷାଥିଁ ପାସ୍‌ ଫେଲ୍‌ କରାସ ତୁମେ

କବି କେନ୍‌ତା ଜିଇଁବା ଇହାଦେ

ସମେ ଦିଅ ଲେଖୁ ଗୁଟେ କେଭେଁ ବହି

ଏକ୍‌ପଦୀ ଟାଁଚେନ୍‌ ଆଉ ଛ’ପଦୀ କବିତା ମାଗି

ଦହଲାଲେଁ ତାହାକେ ସଁସାରେଁ ନି’ପାରେ ରହି। ୭

 

କବିର୍‌ ଫଟୁ ଚାଁଟି ଏଡ଼େ ଥିଲେଁ 

ମୂଖିଆର୍‌ ଫଟୁ ହାତୀନୁ ବଡ଼୍‌

ଟେମ୍‌ଚେନ୍‌ ଚେହେରା କବିର୍‌ ନି’ଥିଲେ 

ହେଇ ଯାଏସି ଗଡ଼ବଡ଼୍‌

ଲେଖାନୁ କବିକେ ପାର୍‌ତେ ସଭେ ଚିହ୍ନି

କବି ଭି ଇ କିସ୍‌ମର୍‌ ବାହାରୁଛନ୍‌ ବଡ଼୍‌ଭାଗି

କାହାର୍‌ ଆଗେଁ ଯାଇ ହେମା ହୁର୍‌ଗୁନି। ୮

ଗଅଁଲିଆ କବି ସୁଧୀର୍‌ ପଁଡ଼ା।

Related posts

ମର୍ମନ୍ତୁଦ ସଡକ ଦୁର୍ଘଟଣା , ଗଛକୁ ଧକ୍କା ଦେଲା ଦ୍ରୁତଗାମୀ କାର

Sunil Chandra Nayak

କବିବର ରାଧାନାଥ ରାୟ ଜୟନ୍ତୀ ପାଳିତ

Sunil Chandra Nayak

ରାଉରକେଲା ର ସ୍ବପ୍ନା ଭାରତୀଙ୍କୁ ମିସେସ ଇଣ୍ଡିଆ ଡିଭା ର ପ୍ରଥମ ରନର୍ସଅପ ଟାଇଟଲ

Sunil Chandra Nayak

Leave a Comment

error: Content is protected !!