ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିପୁଳ ପରିମାଣର ବିଦେଶୀ ମଦ ଜବତ, ଜଣେ ଗିରଫ

  ମ.ରାମପୁର /କର୍ଲାମୁଣ୍ଡା: ମ.ରାମପୁର ଥାନା ଅଧୀନରେ ଥିବା ତେରେସିଂହା ନିକଟସ୍ଥ ଫଟାମୁଣ୍ଡା ଠାରେ ଗତ କାଲି ରାତିରେ ବିଦେଶୀ ମଦ ଜବତ ହୋଇଛ। ଏହି ଘଟଣାରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରାଯାଇଛି। ସୂଚନା ମୁତାବକ, ମ. ରାମପୁର ଥାନାଧିକାରୀ ସଚିଦ୍ର ପ୍ରଧାନଙ୍କ ନେତୃତ୍ଵରେ ଏସଆଇ ଶ୍ରୀରାଜ୍ କୁମାର ପାଢ଼ୀ, ଏଏସଆଇ ମନଧର ମାଝୀ, କନେଷ୍ଟବଳ ପ୍ରଶାନ୍ତ ଭୋଇ, ମହିଳା କନେଷ୍ଟବଳ ସସ୍ମିତା ପ୍ରଧାନ, ହୋମ ଗାର୍ଡ ଉତ୍କଳ ସାହୁ ପେଟ୍ରୋଲିଂ କରୁଥିବା ସମୟରେ ତେରେସିଂହା ଫଟାମୁଣ୍ଡା ଗ୍ରାମର ଲକ୍ଷ୍ମୀଧର ରଣା ବିଦେଶୀ ମଦ ନେଉ ଥିବା ବେଳେ ତାଙ୍କୁ କାବୁ କରିଥିଲେ। ତାଙ୍କ ପାଖରୁ ବିଭିନ୍ନ ପ୍ରକାରର ଷୋହଳ ଲିଟର ବିଦେଶୀ ମଦ ଜବତ ହୋଇଛି। ତଦନ୍ତ ଅଧିକାରୀ ରିଷିଡ଼ା ଫାଣ୍ଡି ଅଧିକାରୀ କ୍ଷୀରସିନ୍ଧୁ ମାଝୀଙ୍କ ନେତୃତ୍ୱରେ କେସ ନମ୍ବର ୧୩୩/୨୨ ରେ ଏକ ମାମଲା ରୁଜୁ କରି ଆଜି ପୁଲିସ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଥିବା ଜଣାପଡିଛି। ତେବେ ଅଞ୍ଚଳରେ ଦିନକୁ ଦେଶୀ ଓ ବିଦେଶୀ ମଦ କାରବାର ବଢ଼ିଥିବା ଦେଖାଯାଉଛି। ଅବକାରୀ ବିଭାଗ ତରଫରୁ ଚଢାଉ ଠିକ୍ ଭାବରେ କରାଗଲେ ମଦ କାରବାର ହ୍ରାସ ପାଆନ୍ତା ବୋଲି ଅଞ୍ଚଳର ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଉଛି।

ମ.ରାମପୁର ଓ କର୍ଲାମୁଣ୍ଡା ରୁ ପରମାନନ୍ଦ ବିଶି ଓ ଶୁଶାନ୍ତ ରଣା ଙ୍କ ରିପୋର୍ଟ ।

Related posts

ଦୁର୍ଗମ କୁଲାନାଳ ଗାଁରେ ଜନନୀ ଯନ୍ତ୍ରଣା

Sunil Chandra Nayak

ବେହେରା ଠାରେ ଭାରତୀୟ ଷ୍ଟେଟବ୍ୟାଙ୍କ ଶାଖା ଶୁଭାରମ୍ଭ

Sunil Chandra Nayak

ବଜ୍ରାଘାତ ରେ ଦୁଇ ମଇଁଷି ମୃତ୍ୟ

Leave a Comment

error: Content is protected !!