ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନୂଆପଡା ଜିଲ୍ଲା ସ୍କାଉଟ ଗାଇଡସ ପକ୍ଷରୁ ଖଡିଆଳ ଠାରେ ଜଳଛତ୍ର

 ନୂଆପଡା ଜିଲ୍ଲା ଖଡିଆଳ ସହର ସ୍ଥିତ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ପ୍ରଙ୍ଗଣରେ ନୂଆପଡା ଜିଲ୍ଲା ଶିକ୍ଷା ବିଭାଗର ଜିଲ୍ଲା ଶିକ୍ଷା ଅଧିକାରୀ କୁଳମଣି ମୁର୍ମୁ ଏବଂ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସୁଧାଂଶୁ ଶେଖର ମିଶ୍ର ଙ୍କ ନିର୍ଦ୍ଦେଶରେ ଭାରତ ସ୍କାଇଟ ଭାଇଡସ ପକ୍ଷରୁ ଏକ ଜଳଛତ୍ର ଶିବୀର ଆରମ୍ଭ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମେଜର ଡକ୍ତର ରାମଚନ୍ଦ୍ର ମିଶ୍ର ଓ ଏନଏସି ହୋମିଓପ୍ୟାଥିକ ଡାକ୍ତର ସିଦ୍ଧାର୍ଥ ଶଙ୍କର ମହାପାତ୍ର ଉଦଘାଟନ କରିଥିବା ବେଲେ ନୂଆପଡା ଜିଲ୍ଲା କ୍ରୀଡାଶିକ୍ଷା ନିରିକ୍ଷକ ତଥା ଭାରତ ସ୍କାଉଟସ ଗାଇଡସ ସମ୍ପାଦକ ମହେଶ କୁମାର ଦଣ୍ଡସେନା ଙ୍କ ତତ୍ୱାବଧାନ ରେ ଅନୁଷ୍ଠିତ ହୋଇଥିଲା । ସେହିପରି ନୂଆପଡା ସଦର ବ୍ଲକ ନେସନାଲ ହାଇସ୍କୁଲ ପରିସରରେ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଜଳଛତ୍ର କାର୍ଯ୍ୟକ୍ରମ ଚାଳୁରହିବ । ନୂଆପଡା ନେସନାଲ ହାଇସ୍କୁଲ ଠାରେ ଅନୁଷ୍ଠିତ ଜଳଛତ୍ର କାର୍ଯ୍ୟକ୍ରମରେ ଡିଓ ଶ୍ରୀ ମୁର୍ମୁ ଓ ଏଡିଓ ଶ୍ରୀ ମିଶ୍ର ଏବଂ ସଦର ବିଇଓ ହେମସାଗର ମହାନନ୍ଦ, ବିଇଓ ବୋଡେନ ସରୋଜ କୁମାର ବେହେରା ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମ କୁ ମହାତାବ ଆଡକୁଆଡ, ପ୍ରଶାନ୍ତ ପ୍ରଧାନୀ , ରୋସନ ପଣ୍ଡା, ଆଶୋକ କୁମାର ବେହେରା , ପ୍ରେମ ସାହୁ, ବିଦ୍ୟାଧର ମାଝୀ, ଧନଞ୍ଜୟ ବୈଠାରୁ ସହଯୋଗ କରିଥିଲେ । ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ନାବାଲିକ କୁ ଉଦ୍ଧାର ,ଅଭିଯୁକ୍ତ କୋର୍ଟ ଚାଲାଣ

Sunil Chandra Nayak

ବନାଞ୍ଚଳରେ ମହୁଲର ମହକ

Sunil Chandra Nayak

ଅବିନାଶ ମହାପାତ୍ର ଙ୍କ କବିତା ପ୍ରେମ ଫୁଲ ଶର ମାରି

Leave a Comment

error: Content is protected !!