ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସନ୍ତୋଷ କୁମାର ସାହୁ ଙ୍କ କବିତା ପୂର୍ଣ୍ଣାଙ୍ଗ ଦାୟିତ୍ବ

ପୂର୍ଣ୍ଣାଙ୍ଗ ଦାୟିତ୍ବ

 

            ସନ୍ତୋଷ କୁମାର ସାହୁ

 

ଅବଦମିତ ମୁହୂର୍ତ୍ତ ଗୁଡାକ

ଈଶ୍ବରଙ୍କ ଇଚ୍ଛାରେ ଆବର୍ତ୍ତମାନ

କେତେ ବେଳେ ଯଶ ,ପ୍ରଶଂସା

କେବେ ନିନ୍ଦା ଅପମାନ ।

କପାଳରେଖା କେତେବେଳେ ଆଶୀର୍ବାଦ

କେତେବେଳେ ତଥାସ୍ତୁର ପ୍ରତିଶୃତିରେ 

ଆଗକୁ ଧାବମାନ,ଧଇଁସଇଁ ହୋଇ 

ଅବା କେବେ ଘୋଷାରି ଘୋଷାରି

ଅବଶିଷ୍ଟ ମଶାଣିମୁହାଁ ଆୟୁଷଟିକକୁ

ଅମର କରିବା ପାଇଁ ।

କର୍ତ୍ତବ୍ୟ ଦାୟିତ୍ଵରେ ବନ୍ଧା

ପ୍ରତି କ୍ଷଣ କ୍ଷତାକ୍ତ ହୃଦୟୀ ମଣିଷ

ଦୁଃଖକୁ ଅଣ୍ଟିରେ ଗୁରେଇ

ଅଣବିଶ୍ବାସୀ ସମ୍ପର୍କମାନଙ୍କ

ଲଙ୍କାଧୂଆଁରେ

ଅଣନିଃଶ୍ୱାସୀ ହୋଇ

ଦୃଢ଼ ଇଚ୍ଛାଶକ୍ତି ଓ ବିଶ୍ୱାସକୁ ପାଥେୟ କରି

ପଙ୍ଗୁ ସାଜିଥିବା ସ୍ୱାର୍ଥପର ମାନଙ୍କର 

ସବୁ ଅର୍ଦ୍ଦଳି ,ପିଠିରେ ବୋହି ଧରି

କୁବ୍ଜ ହୋଇ ଚାଲିବାର ସାର୍ଥକତା

କିଏ ସେ ବୁଝିବ କାହିଁକି ?

ସେଇ ଈଶ୍ୱର ନିରାକାରଙ୍କର

ପୂର୍ଣ୍ଣାଙ୍ଗ ଦାୟିତ୍ବ ,ଉଦ୍ଦେଶ୍ୟ ଭାବି

ନିଶ୍ଚିତ ରହି ବାଟ ଚାଲିବା

ଉଚିତ୍ ହେବ ନାହିଁକି ?

 

ନବରଙ୍ଗପୁର

Related posts

ବିଦ୍ୟାଳୟ ବାରଣ୍ଡାରେ ଅନଶନ, ଆତ୍ମହତ୍ୟାର ଧମକ ଦେଲେ ଅନଶନକାରୀ

Sunil Chandra Nayak

ମ.ରାମପୁର ଶ୍ରୀ ରାମଲୀଳା ନାଟ୍ୟ ମହୋତ୍ସବ ସମାପନ : କିସ୍କିନ୍ଧ୍ୟା, ସୁନ୍ଦର ଓ ଲଙ୍କା କାଣ୍ଡ ମଂଚସ୍ଥ

Sunil Chandra Nayak

ନବରଙ୍ଗପୁର ପୋଲିସ୍ ପଡିଆଠାରେ “ବିକାଶର ଧାରା, ଓଡିଶା ସାରା” କାର୍ଯ୍ୟକ୍ରମର ସମାପନୀ ଉତ୍ସବ ଓ ବ୍ୟାପକ ସରକାରୀ ହିତାଧିକାରୀ ସହାୟତା ବଣ୍ଟନ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!