ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଏଣିକି ମହିଳା ଓ କିନ୍ନର ଚଲାଇବେ ଭାରି ଯାନ କ୍ରୁଟ ଯୋଗାଇ ଦେଉଛି ତାଲିମ

ମହିଳାଙ୍କୁ ସଶକ୍ତ କରିବା ଉପରେ ରାଜ୍ୟ ସରକାର ଦେଇଆସୁଛନ୍ତି ଗୁରୁତ୍ବ। ସେମାନଙ୍କୁ ଆତ୍ମନିର୍ଭରଶୀଳ କରିବାକୁ କାର୍ଯ୍ୟକାରୀ ହେଉଛି ବିଭିନ୍ନ ଯୋଜନା। ସେପଟେ କିନ୍ନରଙ୍କୁ ମଧ୍ୟ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ସହ ରୋଜଗାରକ୍ଷମ କରିବାକୁ ନିଆଯାଉଛି ଅନୁରୁପ ପଦକ୍ଷେପ।ଏହି ଧାରାରେ ଉଭୟ ମହିଳା ଓ କିନ୍ନରଙ୍କ ପାଇଁ କ୍ରୁଟ ଆଣିଦେଇଛି ନୂଆ ସୁଯୋଗ। ପୂର୍ବରୁ ମହିଳା ଓ କିନ୍ନରଙ୍କୁ ଲାଇଟ୍ ଭେଇକିଲ ଡ୍ରାଇଭିଂ ଟ୍ରେନିଂ ସହ ଦିଆଯାଇଛି ନିଯୁକ୍ତି। ଏବେ ପୁଣି ସେମାନଙ୍କ ଦକ୍ଷତା ଓ ଉତ୍ସାହକୁ ଦୃଷ୍ଟିରେ ରଖି ବସ ଭଳି ହେଭି ଭେଇକିଲ ଡ୍ରାଇଭିଂ ଟ୍ରେନିଂ ଦେବାକୁ ନିଷ୍ପତ୍ତି ନେଇଛି କ୍ରୁଟ। ଦୀର୍ଘ ଏକ ମାସର ସ୍ବତନ୍ତ୍ର ତାଲିମ୍ ପରେ ଯୋଗ୍ୟତା ଭିତ୍ତିରେ ସେମାନଙ୍କୁ ମୋ ବସରେ ନିଯୁକ୍ତି ଦିଆଯିବ ବୋଲି ସୂଚନା ଦେଇଛନ୍ତି କ୍ରୁଟର ମହାପ୍ରବନ୍ଧକ।

ଭୁବନେଶ୍ବରର ଜଣେ ମହିଳା ଅଟୋ ଚାଳକ ସନ୍ତୋଶି ଦେଓ। ଛତିଆରେ ଥିବା ଟ୍ରେନିଂ ସେଣ୍ଟରରେ ପୂର୍ବରୁ ନେଇ ସାରିଛନ୍ତି ଭାରି ଯାନ ଡ୍ରାଇଭିଂ ତାଲିମ। ଏବେ ପ୍ରଥମ ମହିଳା ବସ ଚାଳିକା ଭାବେ ନିଯୁକ୍ତି ପାଇଛନ୍ତି କ୍ରୁଟରେ।

ଆସନ୍ତା ପହିଲାରେ ଚଳାଇବେ ମୋ ବସ। ସନ୍ତୋଷୀଙ୍କ ଦୃଢ଼ ମନୋବଳ ଏବେ ସମସ୍ତଙ୍କ ପାଇଁ ପ୍ରେରଣା ଯୋଗାଇଛି। ସେପଟେ ସରକାରଙ୍କ ବିଭିନ୍ନ ଯୋଜନାରେ କିନ୍ନରଙ୍କୁ ସାମିଲ କରିବା ସହ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବାକୁ ନିଆଯାଉଥିବା ବିଭିନ୍ନ ପଦକ୍ଷେପକୁ ସ୍ବାଗତ କରିଛି କିନ୍ନର ମହାସଙ୍ଘ। କ୍ରୁଟର ଏଭଳି ପଦକ୍ଷେପ କେବଳ କିନ୍ନର ବା ମହିଳାଙ୍କୁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ଏହା ନୁହେଁ ବରଂ ମୋ ବସରେ ଯାତ୍ରୀ ମଧ୍ୟ ସୁରକ୍ଷିତ ମଣିବେ ବୋଲି କହିଛନ୍ତି କିନ୍ନର ସମ୍ପାଦିକା। କ୍ରୁଟର ଏଭଳି ପଦକ୍ଷେପ ଓ ନିଷ୍ପତ୍ତି ସମଗ୍ର ଦେଶରେ ପ୍ରଥମ ଓ ନିଆରା। ଆଗକୁ କ୍ରୁଟ ପକ୍ଷରୁ ୫୦ଟି ଇ-ବସ ଚାଲିବାକୁ ଥିବା ବେଳେ ସେଗୁଡିକରେ ମହିଳା ଓ କିନ୍ନର ଡ୍ରାଇଭରଙ୍କୁ ସାମିଲ କରିବାକୁ ଯୋଜନା ରଖିଛି କ୍ରୁଟ।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ମହିଳା ମାନଙ୍କ ଧନଜୀବନକୁ ସୁରକ୍ଷା ଦେବାରେ ନବୀନ ସରକାର ବିଫଳ – ବି.ଜେ.ପି ମହିଳାମୋର୍ଚ୍ଛା

Sunil Chandra Nayak

କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ନେଇ ବିଧାୟକ କଲେ ବନ୍ଧୁ ମିଳନ

Sunil Chandra Nayak

କେସିଙ୍ଗା ରେ ଜଣେ ଅଜଣା ବ୍ୟକ୍ତି ଙ୍କ ମୃତ୍ୟୁ

Leave a Comment

error: Content is protected !!