ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜୟପାଟଣା ପୁଲିସ କୁ ମିଳିଲା ବଡ ସଫଳତା

ତିନୋଟି ଗାଡି ,  ୪୨୭ କିଲୋଗ୍ରାମ ଗଞ୍ଜେଇ , ନଗଦ ୧୧୫୬୦ ଟଙ୍କା ୫ ଟି ମୋବାଇଲ ଫୋନ ଜବତ

 ୧୦ ଜଣ ଆସାମୀଙ୍କୁ କୋର୍ଟ ଚାଲାଣ

ଭବାନୀପାଟଣା:୨୮/୫- ମ.ନି.ସ:- କଳାହାଣ୍ଡି ଜିଲ୍ଲା ଦେଇ ପ୍ରାୟ ସମୟରେ ବାହାର ରାଜ୍ଯକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବାବେଳେ ଜୟପାଟଣା ପୁଲିସକୁ ଏକ ବଡ ଧରଣର ସଫଳତା ମିଳିଛି। ମିଳିଥିବା ପ୍ରେସ ବିଜ୍ଞପ୍ତିର ଜଣାପଡିଛି ଯେ, ଗତ ୨୭/୫/୨୦୨୨ ଦିନ ବିଶ୍ବସ୍ତ ସୂତ୍ରରୁ ଗଞ୍ଜେଇ ଚୋରାଚାଲାଣ ଖବର ପାଇ ମହୁଲପାଟଣା ଘାଟିରେ ଅତର୍କିତ ଭାବରେ ଚଢ଼ାଉ କରିଥିଲା। ଗଞ୍ଜେଇ ଆନ୍ଦ୍ରପ୍ରଦେଶର ବେଲାକାଟୁରୁ ମହୁଲପାଟଣା ଘାଟି ଦେଇ ପ୍ରତାପୁର ରୁ କୋକସରା ଅଭିମୁଖେ ଗଞ୍ଜେଇ ଚୋରାଚାଲାଣ ଯୋଜନା ଥିବାବେଳେ କୌଣସି ସୂତ୍ରରୁ ଖବର ପାଇ ଜୟପାଟଣା ପୁଲିସ ଅତର୍କିତ ଭାବରେ ଚଢ଼ାଉ କରିଥିଲା ।ଏହି ସମୟରେ ଏକ ମହିନ୍ଦ୍ରା ବୁଲେଲୋ ପିକ୍- ଅଫ୍ ଯାହାର ନମ୍ବର ODO8 L 6226 ଗାଡିରେ ୪୨୭ କିଲୋ ଗଞ୍ଜେଇ ବୋଝେଇ ହୋଇଥିଲା, ଏହାକୁ ସୁରକ୍ଷା ଦେବାନେଇ ଆସାମୀ ମାନେ ବୁଲେରୋ ପାଓ୍ବାର+(SEL) ଯାହାର ରେଜିଷ୍ଟ୍ରେସନ ନମ୍ବର OD33-AA 2227 ବ୍ଯବହାର କରିଥିଲେ। ଏହା ସହିତ ଏକ ଗ୍ଳୋମର ମଟରସାଇକେଲ ଯାହାର ନମ୍ବର OD08-G 4118 ମଧ୍ୟ ବ୍ଯବହାର କରାଯାଇଥିଲା। ଏହି ତିନିଗୋଟି ଗାଡି ସହିତ ନଗଦ 11560 ପାଞ୍ଚ ଗୋଟି ମୋବାଇ ଫୋନ ଜୟପାଟଣା ଅତିରିକ୍ତ ଦହସିଲ ଦାରଙ୍କ ଉପସ୍ଥିତିରେ ଜବତ କରିବା ସହିତ ଆସାମୀଙ୍କୁ ଗିରଫ କରିଥିଲେ । ସେମାନେ ହେଲେ ଟିକେଧର ଗଇଁତା (୩୮) ଟେଣ୍ତାପାଲି, ସୋଭାମାଝୀ (୩୬) ଦାବ୍ରିଗୁଡା,ଦିବାକର ମାଝୀ (୪୦) ଟେଣ୍ତାପାଲି, କୃଷ୍ଣ ବିଷି (୫୦) ଟେଣ୍ତାପାଲି, ଶଙ୍କରଧଙ୍ଗଡା ମାଝୀ (୪୦) ଉଛଲା, ରାଜେନ୍ଦ୍ର ଦଣ୍ତସେନା (୩୫) ଜୁନାଗଡ, ସାଗର ପାଣିଗ୍ରାହୀ (୩୦) ବଡକୁଟ୍ରୃ, ପିଙ୍କୁ ରାଉତ (୩୦) ବିଜମରା, ଦୟାସାଗର ପୋଢ (୩୦) ମାଝୀ ଗୁଡା, ରୀପୁ ପଞ୍ଜି (୪୨) ମାଝୀ ଗୁଡା ବୋଲି ଜଣାପଡିଛି। ଜୟପାଟଣା ପୁଲିସ ଏକ ଟିମ୍ ଗଠନ କରି ଏହି ଚଢ଼ାଉ କରିଥିଲା । ଏନେଇ ଜୟପାଟଣା ପୁଲିସ ଏକ ମାମଲା ଯାହାକି ୧୮୬ U/S-20(b) (ii)(c) NDPS ରୁଜ୍ଜୁ କରି ଆସାମୀ ମାନଙ୍କୁ କୋଟ ଚାଲାଣ କରିଥିବା ଜଣାପଡିଛି। ତେବେ ଦିନକୁ ଦିନ କଳାହାଣ୍ଡି ଜିଲ୍ଲା ରେ ଗଞ୍ଜେଇ ଚୋରାଚାଲାଣ କୁ ନେଇ ପୁଲିସ ପାଇଁ ଏକ ଚାଲେଞ୍ଜ ହୋଇଥିବା ବେଳେ ମୁଣ୍ତ ବଥାର କାରଣ ପାଲଟିଛି।

Related posts

ଭବାନୀପାଟଣା ଠାରେ ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ -୨୦୨୨ ପାଳିତ

Sunil Chandra Nayak

ବୋଟୋପାଲି ଠାରେ ବିପର୍ଯ୍ୟୟ ପ୍ରଶମନ ଦିବସ ପାଳିତ

Sunil Chandra Nayak

ଆଇ ସହିତ ଗାଧୋଇବାକୁ ଯାଇଥିବାବେଳେ ପୋଖରୀରେ ବୁଡ଼ି ନାବାଳକର ମ୍ରୁତ୍ୟୁ

Sunil Chandra Nayak

Leave a Comment

error: Content is protected !!