ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

ଅନ୍ତଦୟ ପକ୍ଷରୁ କାଣିଗୁମା ରେ ବିଶ୍ଵ ଋତୁସ୍ରାବ ସ୍ବାସ୍ଥ୍ୟ ଦିବସ ପାଳିତ

  କର୍ଲାପାଟ -: କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ ଥିଆମୂଲ୍ ରାମପୁର ବ୍ଲକ ର  କାଣିଗୁମା ନିକଟସ୍ଥ ଅନ୍ତଦୟ   କ୍ୟାମ୍ପସ ରେ  ବିଶ୍ଵ ଋତୁସ୍ରାବ  ସ୍ବଚ୍ଛତା  ସ୍ବାସ୍ଥ୍ୟ ଦିବସ  ପାଳିତ ହୋଇଯାଇଛି । ଏଥିରେ ବ୍ଲକ୍ ଶିକ୍ଷା ଅଧିକାରୀ ମୁଖ୍ୟ ଅତିଥି ରୂପେ ଯୋଗଦାନ କରିଥିଲେ । ଉପସ୍ଥିତ ଅତିଥି ମାନେ  ଋତୁସ୍ରାବର ଗୁରୁତ୍ଵ ଓ ଭ୍ରାନ୍ତଧାରଣା ଉପରେ ପ୍ରାଧାନ୍ୟ ଦେଇ ନିଜ ବକ୍ତବ୍ୟ ପ୍ରସ୍ତୁତ କରିଥିଲେ ଏବଂ ଅନ୍ଧବିଶ୍ୱାସ, କୁସଂସ୍କାର ଆଦିରୁ ଦୂରେଇ ମାସିକ ଋତୁସ୍ରାବ ସମୟରେ ପରିଷ୍କାର, ପରିଚ୍ଛନ୍ନତା ଉପରେ ଧ୍ୟାନ ଦେବା ଆବଶ୍ୟକ ବୋଲି ବକ୍ତବ୍ୟ ଦେଇ ଥିଲେ। ସଚେତନତା ଅଭାବ ଯୋଗୁଁ କିଶୋରୀ ମାନେ ଋତସ୍ରାବ ଜନିତ ଅନେକ ଜଟିଳ ରୋଗ ର ଶିକାର ହୋଇଥାନ୍ତି , ତେଣୁ ଅନ୍ଧବିଶ୍ୱାସ ଓ କୁସଂସ୍କାର ରୁ ଦୂରରେ ରହି ସ୍ବାସ୍ଥ୍ୟ କୁ ନେଇ ସଜାଗ ରହିଲେ ସ୍ବାସ୍ଥ୍ୟ ବାନ ହୋଇପାରିବେ । କାରଣ ଆଜିର କିଶୋରୀ ଆସନ୍ତା କାଲି ର ମାଆ ତେଣୁ ସେମାନେ ସଜାଗ ରହିବା ଆବଶ୍ୟକ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଏଥିରେ ମୁଖ୍ୟ ଅତିଥି ରୂପେ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ଲୋକନାଥ ବେହେରା ,ଓ ପି ଏଚ ଇ ଓ ମମତା ସାହୁ , ସି ଏଚ୍ ଓ ଲିକୁ କାର୍ତା, ହେଲ୍ଥ ସୁପରଭାଇଜ ର କିଶନ ଲାଲ ନାଏକ, ସରପଞ୍ଚ ଧ୍ରୁବ କାନ୍ତ ମାଝି , ସମିତି ସଭ୍ୟ ସୁରେନ୍ଦ୍ରି ନାଏକ , ଅନ୍ତଦୋୟ ରୁ ରବିନାରାୟଣ ସିଂ ପ୍ରମୁଖ ଯୋଗଦେଇ ଉପସ୍ଥିତ କିଶୋରୀ ମାନଙ୍କୁ ଉତ୍ସାୟୀତ କରିଥିଲେ ।ସ୍ଥାନୀୟ କାଣିଗୁମା ଓ ଧୁଲିଗୁଡ଼ା ପଞ୍ଚାୟତ ର ଶତାଧିକ କିଶୋରୀ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ ।

କର୍ଲାପାଟ ରୁ ରବି ନାରାୟଣ ସିଂ ଙ୍କ ରିପୋର୍ଟ ।

Related posts

ଜଳବନ୍ଦୀ ଗୁରୁମାଇ ଗୁଡା ରେ ଦମନ କାର୍ଯ୍ୟକ୍ରମ

Sunil Chandra Nayak

ସାର୍ବଜନୀନ ଔଷଧ ସେବନ କାର୍ଯ୍ୟକ୍ରମ ସହ ସ୍ବତନ୍ତ୍ର ଟୀକାକରଣର ଶୁଭାରମ୍ଭ 

Sunil Chandra Nayak

ସେମେଲପଦର ଓ ବାଲାପଦର ଝାଡ଼ାବାନ୍ତି ରୋଗ ନିୟନ୍ତ୍ରଣାଧୀନ, ସଂପୂର୍ଣ୍ଣ ବିପଦ ଟଳିନି

Sunil Chandra Nayak

Leave a Comment

error: Content is protected !!