ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶକ୍ତିଦା ବିଷୋୟୀ ଙ୍କ କବିତା ପ୍ରକୃତି କରୁଛି ଖେଦ

ପ୍ରକୃତି କରୁଛି ଖେଦ

 ଶକ୍ତିଦା ବିଷୋୟୀ

 

ଗାଁ ପରିବେଶ ପ୍ରକୃତି ସୈ।ନ୍ଧର୍ଯ୍ଯ

କୁଆଡେ ଉଭେଇ ଗଲାଣି

ବର ଓହଳରେ ପିଲାଙ୍କ ଖେଳ

ପୂର୍ବ ପରି ଦେଖା ଯାଉନି।।୧

 

ମହକୁଳନି ଆଉ ବଣମଲ୍ଲୀ ବାସ

ଫୁଟୁନିତ ନାନା ନାନା ଫୁଲ

ପଶୁ ପକ୍ଷୀ ସବୁ ଲୋପ ପାଇଗଲେ

ପାଚୁ ନାହିଁ ଆଉ ବେଲ।।୨

 

ଗଛ କଟା ଗଲା ଜଙ୍ଗଲ ସରିଲା

ଭୂଇଁ ହୋଇଲା ଟାଙ୍ଗରା

ଯେତିକି ବି ଥିଲା ବନ୍ୟା ବାତ୍ୟା ରେ

ନିଦ୍ରିତେ ଶୋଇଲା ଧରା।।୩

 

ବନୈ।ଷଧି ସବୁ ଅଚିହ୍ନା ହୋଇଲା

ତା’ପରେ ନାହିଁ କା ଦୃଷ୍ଟି

ସେଥିପ୍ରତି କାରେ ନୋହୁଛି ବିଶ୍ବାସ

ସନ୍ତପ୍ତି ହୁଅଇ ସୃଷ୍ଟି ।।୪

 

ଭୋଗୁଛି ମାନବ ଅସାଧ୍ୟ ରୁଗୁଣା

ବୁଝୁନି ମୂଲ୍ୟ ତାହାର

ପ୍ରକୃତି କୋଳରେ ବାଡି ମାଣ୍ଡଣାରେ

ରୋପି ପାଅ ଉପକାର।।୫

 

ମାଟି ମା’ଆ କହେ ଆକଣ୍ଠ ସ୍ଵରରେ

ବୃକ୍ଷ ରୋପି ମୋର କୋଳେ

ଅଳପ ଦିନରେ ସବୁଜ ବନାନୀ

ସମ୍ପଦ ପାଇବ ବଳେ।।୬

 

ତୁଟିଲା ସୈାନ୍ଧର୍ଯ୍ଯ ଲୋପ ଅମ୍ଳଜାନ

ପ୍ରକୃତି କରୁଛି ଖେଦ

ମିଳି ମିଶି ଆସ ଲଗାଇବା ଗଛ

ଜଗତ କରିବା ସୁସ୍ଥ।।୭

   ସୋରଡ଼ା ,ଗଞ୍ଜାମ

 

Related posts

ବରଗଡ଼ ଧନୁଯାତ୍ରା ର ଶିଶୁ ବଳରାମ କଳାକାର ଙ୍କ ଅକାଳ ବିୟୋଗରେ ଶୋକ ପ୍ରକାଶ କଲେ ପଦ୍ମଶ୍ରୀ ବାବା ବଳିଆ

Sunil Chandra Nayak

ଖଡ଼ିଆଳରେ ଜମୁଛି ନିର୍ବାଚନ ପ୍ରଚାର

Sunil Chandra Nayak

ବାଲେଶ୍ବର – ବ୍ଲକ ସ୍ତରୀୟ ରଜ ମହୋତ୍ସବ ନିମନ୍ତେ ଅନୁଷ୍ଠିତ ହେଲା ସାମ୍ବାଦିକ ସମ୍ମିଳନୀ

Leave a Comment

error: Content is protected !!