ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

ଜଣାଣ

 

ମାନଗୋବିନ୍ଦ ସ୍ବାଇଁ

 

କେଉଁଠି ରହିଛ କିପରି ରହିଛ

    ଥରେ ଦେଖା ଦିଅ ରୂପ

ଦର୍ଶନ କରିଲେ ମୁକ୍ତିଲାଭ ହେବି

     ଛାଡି ଯିବ ମୋର ପାପ।

ଝଂକଟବାସିନୀ ତୁହି ମା’ଶାରଳା

     କଳା ଗୋରା ତୋର ରୂପ

କଳା ରଙ୍ଗ ଶାଢ଼ୀ ପିନ୍ଧିକି ବସିଛ

    ଚିନ୍ତା ଧର୍ମ ନୀତି ମାପ।

ନୀରବ ବସିଛ ଗୁପ୍ତରେ ଶୁଣୁଛ

     ଧର୍ମ ବିଚାର ବହୁଳ

ସର୍ବ ଶାନ୍ତି କର ମୋ ବେଳ ଡେରି

     ନୁହେଁ କି ଭକ୍ତବତ୍ସଳ।

କଳା ଶାଢୀଦେବିତୋତେମୁହିଁ ଯାଚି

     ମୋ ଆଶା କର ପୂରଣ

ସଞ୍ଜରେ ସକାଳେ ତୋତେ ମୁହିଁ ଡାକି

     ଘେନ ମୋର ଏ ପ୍ରଣାମ।

ନାହିଁ ଯଦି ବୁଧି ମୋ ପାଶେ ଦେଖଇ

      ଦିଏ ବୁଧି ମା’ଠାକୁର

ଶରଣ ନେଉଛି ଜ୍ଞାନ ଟିକେ ଦିଅ

    ଧରୁଛି ତବ ପୟର।

 

ଗୋଜାବନ୍ଧ ମହାକାଳପଡ଼ା କେନ୍ଦ୍ରାପଡ଼ା

Related posts

ବ୍ଲେଡ ମାଡ଼ରେ ଯୁବତୀ ଗୁରୁତର

Sunil Chandra Nayak

ଆନ୍ତର୍ଜାତୀୟ ପ୍ରଦାନ କଳା ଦିବସ ପାଳିତ 

ବରିଷ୍ଠ ଶିକ୍ଷକ ଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

Sunil Chandra Nayak

Leave a Comment

error: Content is protected !!