ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

ଜଣାଣ

 

ମାନଗୋବିନ୍ଦ ସ୍ବାଇଁ

 

କେଉଁଠି ରହିଛ କିପରି ରହିଛ

    ଥରେ ଦେଖା ଦିଅ ରୂପ

ଦର୍ଶନ କରିଲେ ମୁକ୍ତିଲାଭ ହେବି

     ଛାଡି ଯିବ ମୋର ପାପ।

ଝଂକଟବାସିନୀ ତୁହି ମା’ଶାରଳା

     କଳା ଗୋରା ତୋର ରୂପ

କଳା ରଙ୍ଗ ଶାଢ଼ୀ ପିନ୍ଧିକି ବସିଛ

    ଚିନ୍ତା ଧର୍ମ ନୀତି ମାପ।

ନୀରବ ବସିଛ ଗୁପ୍ତରେ ଶୁଣୁଛ

     ଧର୍ମ ବିଚାର ବହୁଳ

ସର୍ବ ଶାନ୍ତି କର ମୋ ବେଳ ଡେରି

     ନୁହେଁ କି ଭକ୍ତବତ୍ସଳ।

କଳା ଶାଢୀଦେବିତୋତେମୁହିଁ ଯାଚି

     ମୋ ଆଶା କର ପୂରଣ

ସଞ୍ଜରେ ସକାଳେ ତୋତେ ମୁହିଁ ଡାକି

     ଘେନ ମୋର ଏ ପ୍ରଣାମ।

ନାହିଁ ଯଦି ବୁଧି ମୋ ପାଶେ ଦେଖଇ

      ଦିଏ ବୁଧି ମା’ଠାକୁର

ଶରଣ ନେଉଛି ଜ୍ଞାନ ଟିକେ ଦିଅ

    ଧରୁଛି ତବ ପୟର।

 

ଗୋଜାବନ୍ଧ ମହାକାଳପଡ଼ା କେନ୍ଦ୍ରାପଡ଼ା

Related posts

କେନ୍ଦୁଡଙ୍ଗରି ଗାଁ ରେ ସୁପରିକଳ୍ପିତ ହତ୍ୟା ଘଟଣା ରେ ୩ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କଲା ପରେ ନିରପେକ୍ଷ ତଦନ୍ତ ଦାବି ରେ ମୃତକ ପରିବାର ପକ୍ଷରୁ ଥାନା ସମ୍ମୁଖରେ ଧାରଣା

କୋକସରା ଫେନ୍ସି ଦୋକାନରୁ ଲକ୍ଷାଧିକ ଟଙ୍କାର ମୋବାଇଲ ଓ ନଗଦ ଲୁଟ ,ପୁଲିସର ତଦନ୍ତ ଜାରି

Sunil Chandra Nayak

ବିଶ୍ଵ ମତ୍ସ୍ୟ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!