ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉପେନ୍ଦ୍ର ବସ୍ତିଆ ଙ୍କ କବିତା ତ୍ରିରଙ୍ଗା ପତାକା

ତ୍ରିରଙ୍ଗା ପତାକା

ଉପେନ୍ଦ୍ର ବସ୍ତିଆ

 

ଯାହାର ହାତରେ ତ୍ରିରଙ୍ଗା ପତାକା 

  ଉଡେ ଫରଫର ହୋଇ

ଶସ୍ୟଶ୍ୟାମଳା ସୁଜଲାସୁଫଳା 

  ସେହି ମୋ ଜନମ ଭୂଇଁ 

ବନ୍ଦେ ମାତରଂ ବନ୍ଦେ ମାତରଂ

ବନ୍ଦେ ମାତରଂ ବନ୍ଦେ ମାତରଂ ।

 

ଅହିଂସା ମନ୍ତ୍ରତା ନାରଙ୍ଗିର ରଙ୍ଗ 

   ହୋଇଅଛି ଆଭୂଷଣ 

ଧଳା ସତ୍ୟ ଶାନ୍ତି ମୈତ୍ରୀୟତା ପ୍ରୀତି 

    ମୋହିନିଏ ମନପ୍ରାଣ 

ବନ୍ଦେ ମାତରଂ ବନ୍ଦେ ମାତରଂ

ବନ୍ଦେ ମାତରଂ ବନ୍ଦେ ମାତରଂ ।

 

ସବୁଜ ସମୃଦ୍ଧି ବିଶ୍ୱାସ ପ୍ରଗତି 

   ଧନ୍ୟ ଧନ୍ୟ ମୋ ଭାରତ

ଶ୍ରମର ପ୍ରତୀକ ଯେଣୁ ଚକ୍ର ଚିହ୍ନ 

    କରୁଥାଏ ବିକଶିତ 

ବନ୍ଦେ ମାତରଂ ବନ୍ଦେ ମାତରଂ

ବନ୍ଦେ ମାତରଂ ବନ୍ଦେ ମାତରଂ ।

 

ହିନ୍ଦୁ ମୁସଲମାନଜୈନ୍ୟ ଖ୍ରୀଷ୍ଟିଆନ୍ 

    ସର୍ବେ ଆମେ ଭାଇ ଭାଇ 

ସରଗ ସମାନ ଭାରତ ମହାନ୍ 

    ଯହିଁ ହିଂସା ଭାବ ନାହିଁ 

ବନ୍ଦେ ମାତରଂ ବନ୍ଦେ ମାତରଂ

ବନ୍ଦେ ମାତରଂ ବନ୍ଦେ ମାତରଂ ।

 

କେତେ ଯେ ସୁନ୍ଦର୍ କେତେ ଯେ ମଧୁର 

    ମିଠା ମିଠା ତାର ନାଆଁ 

ବୁଝି ହେବନାହିଁ ତାହାର ଗାରିମା 

    ସେ ଆମ ଭାରତ ମାଆ 

ବନ୍ଦେ ମାତରଂ ବନ୍ଦେ ମାତରଂ 

ବନ୍ଦେ ମାତରଂ ବନ୍ଦେ ମାତରଂ ।

 

ରାଉରକେଲା

 

Related posts

ରାଷ୍ଟ୍ରୀୟ ପଞ୍ଚାୟତ ପୁରସ୍କାର, ଚୟନ ପକ୍ରିୟାରେ ଭାଗ ନେବା ଲାଗି ସରପଞ୍ଚ ଓ ଗ୍ରାମ ପ୍ରଧାନଙ୍କୁ ଚିଠି ଲେଖିଲେ ପଞ୍ଚାୟତିରାଜ ମନ୍ତ୍ରୀ ଗିରିରାଜ ସିଂ

Sunil Chandra Nayak

ସାଲେବିଡି ଠାରେ ଘୁମୁରା ପ୍ରତିଯୋଗିତା ଅନୁଷ୍ଠିତ

Sunil Chandra Nayak

ଗହଣା ତିଆରି ଦୋକାନ ରୁ ସୁନା ଚୋରି ଅଭିଯୋଗ

Sunil Chandra Nayak

Leave a Comment

error: Content is protected !!