ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉପେନ୍ଦ୍ର ବସ୍ତିଆ ଙ୍କ କବିତା ତ୍ରିରଙ୍ଗା ପତାକା

ତ୍ରିରଙ୍ଗା ପତାକା

ଉପେନ୍ଦ୍ର ବସ୍ତିଆ

 

ଯାହାର ହାତରେ ତ୍ରିରଙ୍ଗା ପତାକା 

  ଉଡେ ଫରଫର ହୋଇ

ଶସ୍ୟଶ୍ୟାମଳା ସୁଜଲାସୁଫଳା 

  ସେହି ମୋ ଜନମ ଭୂଇଁ 

ବନ୍ଦେ ମାତରଂ ବନ୍ଦେ ମାତରଂ

ବନ୍ଦେ ମାତରଂ ବନ୍ଦେ ମାତରଂ ।

 

ଅହିଂସା ମନ୍ତ୍ରତା ନାରଙ୍ଗିର ରଙ୍ଗ 

   ହୋଇଅଛି ଆଭୂଷଣ 

ଧଳା ସତ୍ୟ ଶାନ୍ତି ମୈତ୍ରୀୟତା ପ୍ରୀତି 

    ମୋହିନିଏ ମନପ୍ରାଣ 

ବନ୍ଦେ ମାତରଂ ବନ୍ଦେ ମାତରଂ

ବନ୍ଦେ ମାତରଂ ବନ୍ଦେ ମାତରଂ ।

 

ସବୁଜ ସମୃଦ୍ଧି ବିଶ୍ୱାସ ପ୍ରଗତି 

   ଧନ୍ୟ ଧନ୍ୟ ମୋ ଭାରତ

ଶ୍ରମର ପ୍ରତୀକ ଯେଣୁ ଚକ୍ର ଚିହ୍ନ 

    କରୁଥାଏ ବିକଶିତ 

ବନ୍ଦେ ମାତରଂ ବନ୍ଦେ ମାତରଂ

ବନ୍ଦେ ମାତରଂ ବନ୍ଦେ ମାତରଂ ।

 

ହିନ୍ଦୁ ମୁସଲମାନଜୈନ୍ୟ ଖ୍ରୀଷ୍ଟିଆନ୍ 

    ସର୍ବେ ଆମେ ଭାଇ ଭାଇ 

ସରଗ ସମାନ ଭାରତ ମହାନ୍ 

    ଯହିଁ ହିଂସା ଭାବ ନାହିଁ 

ବନ୍ଦେ ମାତରଂ ବନ୍ଦେ ମାତରଂ

ବନ୍ଦେ ମାତରଂ ବନ୍ଦେ ମାତରଂ ।

 

କେତେ ଯେ ସୁନ୍ଦର୍ କେତେ ଯେ ମଧୁର 

    ମିଠା ମିଠା ତାର ନାଆଁ 

ବୁଝି ହେବନାହିଁ ତାହାର ଗାରିମା 

    ସେ ଆମ ଭାରତ ମାଆ 

ବନ୍ଦେ ମାତରଂ ବନ୍ଦେ ମାତରଂ 

ବନ୍ଦେ ମାତରଂ ବନ୍ଦେ ମାତରଂ ।

 

ରାଉରକେଲା

 

Related posts

ତରକାସୁର ବଧ

ଖୁଡୁଖୁଡି ଖେଳ ଉପରେ ଚଢାଉ, ୫ ଗିରଫ

Sunil Chandra Nayak

ଦୁଇ ମହିଳା ଙ୍କୁ ପୁଲିସ ର ଅସଦା ଚରଣ 

Sunil Chandra Nayak

Leave a Comment

error: Content is protected !!