ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରଶାନ୍ତ କୁମାର ନାଥ ଙ୍କ କବିତା ମାଆ ଵାପା

  ମାଆ ଵାପା

 

  ପ୍ରଶାନ୍ତ କୁମାର ନାଥ

 

ମା-ମାଟିର ଅତର ମହ ମହ ବାସ୍ନା

        ମାଆର ପଣତ ଭରେ

    ହାରେ ନାହିଁ କେଵେ ତାହାର ମମତା

      ହୃଦୟରୁ ସଦା ଝରେ। 

 

ଆ-ଆକାଶ ପରିକା ନିର୍ମଳ ହୃଦୟ

       ବର୍ଷକ ଵାର ମାସୀ

    ସନ୍ତାନର ସୁଖ ଭାବୁଥାଏ ନିତି

        ସଵୁ ମଙ୍ଗଳ ମନାସି। 

 

ବା-ଵାୟୁପରି ଯିଏ ଵଞ୍ଚାଏ ଜୀବନ

      ସୁଧ ଅମ୍ଳଜାନ ଦେଇ

    ନଥାଏ ବିଶ୍ରାମ ଅହର୍ନିଶ ଧ୍ୟାନ

      ସନ୍ତାନ ଭବିଷ୍ୟ ନେଇ। 

 

ପା-ପାଣିସମ ଝାଳ ନିଗାଡି ଦେହରୁ

        ଦେହକୁ କରଇ ପାଣି

     ତେଣୁ ତାଙ୍କ ଝାଳ ଅଚିରେ ମହାନ

      ସଂସାରକୁ ପାରେ କିଣି।।

 

ପ୍ରଶାନ୍ତ କୁମାର ନାଥ

ଜୁଣଗଡି  ରାଜନଗର  କେନ୍ଦ୍ରାପଡ଼ା।

Related posts

ସାପ କାମୁଡାରେ ମହିଳା ଗୁରୁତର

Sunil Chandra Nayak

ସାହିତ୍ୟ ଅଗଣା

Sunil Chandra Nayak

ଶିକ୍ଷକତାକୁ ଚାକିରି ନ ଭାବି ସଙ୍କଳ୍ପ ଭାବ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Sunil Chandra Nayak

Leave a Comment

error: Content is protected !!